ଢେଙ୍କାନାଳ : ସହର ନିକଟସ୍ଥ ସ୍ଥାନୀୟ ରଣପଶି-ଗେଙ୍ଗୁଟିଆଠାରେ ସେଣ୍ଟ ଜାଭିୟର୍ସ ହାଇର ସେକେଣ୍ଡାରୀ ସ୍କୁଲ୍ ଢେଙ୍କାନାଳର ଦଶମ ଶ୍ରେଣୀ ସିବିଏସଇ ପରୀକ୍ଷାରେ ଛାତ୍ରଛାତ୍ରୀମାନେ କୃତିତ୍ୱର ସହିତ ଉତୀର୍ଣ୍ଣ ହୋଇଛନ୍ତି ।
ସ୍କୁଲ୍ର ଛାତ୍ରୀ ଅଙ୍କିତା ପ୍ରିୟଦର୍ଶିନୀ ନାୟକ ୯୮.୪ % ରଖି ସ୍କୁଲ ତଥା ଜିଲ୍ଲାର ଶ୍ରେଷ୍ଠ ସ୍ଥାନ ହାସଲ କରିଥିବା ବେଳେ ଉମାକାନ୍ତ ପ୍ରଧାନ ୯୮.୨% ଏବଂ ଅଂଶୁମାନ ସାମଲ ୯୮% ରଖି ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସମୁଦାୟ ୧୬୭ ଛାତ୍ରଛାତ୍ରି ଙ୍କ ମଧ୍ୟରୁ ୩୯ ଜଣ ୯୦% ରୁ ଉର୍ଦ୍ଧ୍ୱ ରଖିଥିବା ବେଳେ ୭୦ ଜଣ ୮୦%ରୁ ଉର୍ଦ୍ଧ୍ୱ ଏବଂ ୧୩୭ ଜଣ ୬୦% ରୁ ଉର୍ଦ୍ଧ୍ୱ ରଖି ସ୍କୁଲ ପାଇଁ ଗୌରବ ଆଣିଛନ୍ତି । ସର୍ବମୋଟ ପାସ ହାର ୧୦୦% ହୋଇଛି ।
ଏହି ସଫଳତା ପାଇଁ ସ୍କୁଲର ପରିଚାଳନା ପରିଷଦ,ଅଧ୍ୟକ୍ଷ ପ୍ରତାପ ଚନ୍ଦ୍ର ପାଣିଗ୍ରାହୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ତଥା କର୍ମଚାରୀଙ୍କ ତରଫରୁ ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।