ଗାନ୍ଧୀ ଅଧ୍ୟୟନ କେନ୍ଦ୍ର ଓ ୟୁସୁଫ୍ ମେହର ଅଲ୍ଲୀ ଟଷ୍ଟ୍ରର ମିଳିତ ଆନୁକୂଲ୍ୟରେ ସମାଜବାଦୀ ପ୍ରଶାନ୍ତ ମିଶ୍ରଙ୍କ ୮୪ତମ ଜନ୍ମ ଜୟନ୍ତୀ ପାଳନ!
ଢେଙ୍କାନାଳ : ଗାନ୍ଧୀ ଅଧ୍ୟୟନ କେନ୍ଦ୍ର ଓ ୟୁସଫ୍ ମେହର ଅଲ୍ଲୀ ଟଷ୍ଟ୍ରର ମିଳିତ ଆନୁକୂଲ୍ୟରେ ସମାଜବାଦୀ ପ୍ରଶାନ୍ତ ମିଶ୍ରଙ୍କ ୮୪ତମ ଜନ୍ମ ଜୟନ୍ତୀ ଗତକାଲି କାଠଗଡାସ୍ଥିତ ଗାନ୍ଧୀ ଅଧ୍ୟୟନ କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଅଛି ।
ଏଥିରେ କେନ୍ଦ୍ରର ସଭାପତି ଡଃ. ଭବାନୀ ଶଙ୍କର ମିଶ୍ର ଅଧ୍ୟକ୍ଷତା କରିଥିଲେ । ପ୍ରଥମେ ଗାନ୍ଧୀ ଅଧ୍ୟୟନ କେନ୍ଦ୍ରର କାର୍ଯ୍ୟକାରୀ ସଭାପତି ସରୋଜ କୁମାର ଶତପଥୀ ସମସ୍ତ ଅଥିତି ସ୍ୱାଗତ କରିଥିଲେ । ଏଥିରେ ୟୁସୁଫ୍ ମେହେର ଅଲ୍ଲୀ ଟ୍ରଷ୍ଟର ସଂଯୋଜକ କଲ୍ୟାଣ ଆନନ୍ଦ ଅତିଥି ପରିଚୟ ପ୍ରଦାନ କରିଥିଲେ । ଉକ୍ତ ସଭାରେ ମୁଖ୍ୟ ଅତିଥି ରୂପେ କ୍ରିଷ୍ଣା ମହାନ୍ତି ଯୋଗଦେଇ କହିଥିଲେ ଯେ, ସମାଜବାଦର ବାର୍ତାବହ ଥିଲେ ବୋଲି କହିଥିଲେ । ସମାଜବାଦ ଏବଂ ସମାଜବେଦୀ ଲୋକଙ୍କ ଠାରେ ଅଛନ୍ତି, ଖୋଜି ବାହାର କର ।
ଗାନ୍ଧୀ ଅଧ୍ୟୟନ କେନ୍ଦ୍ର ତରଫରୁ ଭୂତପୂର୍ବ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ କନ୍ୟା କ୍ରିଷ୍ଣା ମହାନ୍ତିଙ୍କୁ ତାଙ୍କର ସମଗ୍ର ଭାରତ ପାଇଁ ତ୍ୟାଗ, ନିଷ୍ଠା ଓ ସାହାସିକତା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ମୁଖ୍ୟବକ୍ତା ରୂପେ ଯୋଗଦେଇ, ସମାଜବାଦୀ ଶିକ୍ଷାବିତ୍, ପ୍ର. ବିରେନ୍ଦ୍ର ନାୟକ କହିଥିଲେ ଯେ, ଭୂତପୂର୍ବ ପ୍ରଧାନମନ୍ତ୍ରୀ ଜବାହର ଲାଲ୍ ନେହେରୁ, ଡଃ ରାମ ମନୋହର ଲୋହିଆ ଲୋକସଭାର ପୂର୍ବତନ ବାଚସ୍ପତି ରବିରାୟ, ମଧୁଲିମାୟେ, ଜର୍ଜ ଫର୍ଣ୍ଣାଣ୍ଡିଜ୍, ଜୟପ୍ରକାଶ ନାରାୟଣ, ନବକୃଷ୍ଣ ଚୌଧୁରୀ ଓ ପ୍ରଶାନ୍ତ ମିଶ୍ର ପ୍ରମୁଖ ଦେଶରେ ସମାଜବାସୀର ଆନ୍ଦୋଳନକୁ ଆଗେଇ ନେଇଥିଲେ ଏବଂ ସମସ୍ତଙ୍କୁ ସୁଖ, ଶାନ୍ତି ଓ ସମୃଦ୍ଧିରେ ଜୀବନଯାପନ କରିବା ପାଇଁ ପ୍ରବର୍ତାଉଥିଲେ । ସ୍ୱାଧିନତା ପୂର୍ବର ଜବାହାର ଲାଲ୍ ନେହେରୁ ମାକ୍ସବାଦ ବିପ୍ଲବ ସଂଗ୍ରାମର ସ୍ୱପ୍ନ ଦେଖିଥିଲେ ଏବଂ ସ୍ୱାଧୀନତା ପରର ପ୍ରଧାନମନ୍ତ୍ରୀ ଜବାହାର ଲାଲ୍ ନେହେରୁ ଦେଶରେ ସମାଜବାଦକୁ ସମ୍ବିଧାନରେ ସ୍ଥାନ ଦେଇଥିଲେ । ଶ୍ରୀଯୁକ୍ତ ନେହେରୁ ଶ୍ରେଷ୍ଠ ଗଣତନ୍ତ୍ର ବାଦୀ ଥିଲେ ଏବଂ ବିଶ୍ୱରେ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନକୁ ମଜବୁତ୍ କରିଥିଲେ ।
ପୁଞ୍ଜିବାଦ ସମାଜବାଦୀମାନେ ପୁଞ୍ଜିପତି ଓ ପୁଞ୍ଜବାଦ ରାଷ୍ଟ୍ରମାନଙ୍କ ବିରୁଦ୍ଧରେ ସମାଜବାଦର ପ୍ରତିଷ୍ଠା ପାଇଁ ସଂଗ୍ରାମ କରୁଥିଲେ । ସେ କହିଥିଲେ ଯେ, ବୈଜ୍ଞାନିକ ଆଇନ୍ଷ୍ଟାଇନ୍ କହିଥିଲେ ସମାଜବାଦ ଭବିଷ୍ୟତ ପ୍ରଗତୀର ବାର୍ତାବହନ କରେ । ପ୍ରକାଶଥାଉକି, ଗାନ୍ଧୀ ଅଧ୍ୟୟନ କେନ୍ଦ୍ରରେ ୧୮,୧୯ ଏବଂ ୨୦ (୨୨) ତିନିଦିନ ଧରି ଯୁବ ତାଲିମ୍ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ ବର୍ଗର ପ୍ରାୟ ୩୦ଜଣ ଯୁବକ ଯୁବତୀ ଅଂଶ ଗ୍ରହଣ କରିଥିଲେ ।
ଏହି ଶିବିରକୁ ଅନ୍ତର୍ଯ୍ୟାମୀ ବରାଳ, ଶିଶିର ଶତପଥୀ, ଡଃ. ପ୍ରେମାନନ୍ଦ ସାହୁ, ଡଃ. ତୁଷାରକାନ୍ତ ନାୟକ, ସଂଗ୍ରାମ ଷଢଙ୍ଗୀ, ସୀତାଂଶୁ ସାହୁ, ରଞ୍ଜନ ଜୀ, ପୂର୍ବତନ ବିଚାରପତି ଭିକାରୀ ଚରଣ ରାଉତ, ଗିରିଜା ନାୟକ, ମହମ୍ମଦ ସଫିକ୍, ବିଶ୍ୱନାଥ ମହାପାତ୍ର, ଆଡ୍୍ଭୋକେଟ୍ ମନୋରଞ୍ଜନ ପଟ୍ଟନାୟକ ପ୍ରମୁଖ ପ୍ରଶିକ୍ଷଣ କରାଇଥିଲେ ଓ ତାଲିମ ଶିବିର ସଫଳତା ପାଇଁ ସହଯୋଗ କରିଥିଲେ । କେନ୍ଦ୍ରର ସମ୍ପାଦକ ଅରବିନ୍ଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।