ପ୍ରଧାନଶିକ୍ଷକ ମାନଙ୍କର ତାଲିମ୍ ଶିବିର ଅନୁଷ୍ଠିତ !


ଢେଙ୍କାନାଳ : ସ୍ଥାନୀୟ ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବିଦ୍ୟାଳୟ ପାଣ୍ଠି ପରିଚାଳନା ସଂପର୍କିତ ଦୁଇଦିନିଆ ତାଲିମ୍ ଶିବିରି ଉଦ୍‌ଯାପିତ ହୋଇଯାଇଛି ।

ତାଲିମ୍ ଶିବିରରେ ବିଦ୍ୟାଳୟକୁ ଆସୁଥିବା ବିଭିନ୍ନ ଅନୁଦାନ ଓ ତାହାର ସୁବିନିଯୋଗ ସଂପର୍କରେ ଆଲୋକପାତ କରାଯାଇଥିଲା । ତତ୍‌ସହିତ କ୍ୟାସ୍‌ବୁକ୍‌, ଚେକ୍ ଇସୁ ରେଜିଷ୍ଟର୍‌, ଷ୍ଟକ୍ ରେଜିଷ୍ଟର୍ ଓ ବିନିଯୋଗ ପ୍ରମାଣପତ୍ର ଲିପିବଦ୍ଧ ପ୍ରଣାଳୀ ସଂପର୍କରେ ଶିବିରରେ ତାଲିମ୍ ପ୍ରଦାନ କରାଯାାଥିଲା । ୯ଟି କ୍ଲଷ୍ଟରର ପ୍ରଧାନଶିକ୍ଷକ ଓ ଗୁରୁବାର ଦିନ ୮ଟି କ୍ଲଷ୍ଟରର ପ୍ରଧାନଶିକ୍ଷକମାନଙ୍କୁ ଶିବିରରେ ତାଲିମ୍ ପ୍ରଦାନ କରାଯାଇଛି ।

ସଦର ଏ.ବି.ଇ.ଓ. ଦେବବ୍ରତ ନାଥଙ୍କ ପ୍ରତ୍ୟକ୍ଷ ତତ୍ୱବଧାନରେ ସିଆର୍‌ସିସି ରସାନନ୍ଦ ମହାରଣା, ପ୍ରଭାତୀ ବେହେରା, ଆକାଉଣ୍ଟାଣ୍ଟ ପ୍ରଜ୍ଞା ମିଶ୍ର, ଶୁଭସ୍ମିତା ରାଉତ ଓ ନିରୁପମା ବେହେରା ପ୍ରମୁଖ ସାଧନକର୍ମୀ ଭାବେ ଯୋଗଦେଇଥିଲେ । କାର୍ଯ୍ୟକ୍ରମ ଆୟୋଜନରେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ମିନତୀ ଦେହୁରୀ ଓ ସିଆର୍‌ସିସି ବିକାଶ ଜେନା ସହଯୋଗ କରିଥିଲେ ।

Leave A Reply

Your email address will not be published.

17 − seven =