ଲଗାଣ ବର୍ଷାରେ ଭାଙ୍ଗିଲା ଘର ; ପର ଘରେ ନେଉଛନ୍ତି ଆଶ୍ରୟ ….
ଆବାସ ଯୋଜନା ମିଳୁନଥିବା ଆଣିଲେ ଅଭିଯୋଗ ….
ଢ଼େଙ୍କାନାଳ : ଭୁବନ ବ୍ଲକ ଅନ୍ତର୍ଗତ ମାର୍ଥାପୁର ଗ୍ରାମର ମାନସୀ ଜେନା (୪୦) ସ୍ଵାମୀ ବିରଞ୍ଚି ଜେନା ଙ୍କ ଘର ଲଗାଣ ବର୍ଷାରେ ଘର ଭାଙ୍ଗି ଯାଇଥିବାରୁ ପର ଘରେ ଆଶ୍ରୟ ନେଇଥିବା ଦେଖିବାକୁ ମିଳିଛି I
ମାନସୀ ଙ୍କ ସ୍ଵାମୀ ଗାଡି ଚାଳକ ଭାବ କାର୍ଯ୍ୟ କରନ୍ତି ସେ ଜଣେ ବିକୃତ ମସ୍ତିସ୍କ ହୋଇଥିବାରୁ ଭଲ ଭାବେ ରୋଜଗାର କରୁ ନଥିବାରୁ ଅଭାବ ଅନଟନ ଭିତରେ ଗୋଟିଏ ପୁତ୍ର ଦେବେନ୍ଦ୍ର ଜେନା ଓ ଝିଅ ଦିବ୍ୟାଙ୍କା ଜେନା ଙ୍କୁ ଧରି ବାସ କରୁଛନ୍ତି I ଅର୍ଥ ଅଭାବରୁ ଦୁଇ ତିନି ବର୍ଷ ରେ ଭଙ୍ଗା ଚାଳ ଖଣ୍ଡିକ କୁ ଛପର କରିପାରୁନାହାଁନ୍ତି I ବର୍ଷାରେ ଘର ର କାନ୍ଥ ଭାଙ୍ଗିଯିବାରୁ ପାଖ ଗୋବିନ୍ଦପୁର ଗ୍ରାମରେ ଛାତ୍ରାବାସରେ ଆଶ୍ରୟ ନେଇଛନ୍ତି I ମୁଣ୍ଡ ଉପରେ ବୋଝ ଲଲିତା ବିଡ଼ା ସଦୃଶ ପରି ପୁଅ ଦଶମ ଓ ଝିଅ ଯୁକ୍ତ ଦୁଇ ରେ ପାଠ ପଢୁଛନ୍ତି I
ଅଭାବ ସଂସାର ଭିତରେ ଜୀବନ ବଞ୍ଚିବା ପାଇଁ କିଛି ମାସ ତଳେ ଅଁଳାପାଳ ଗ୍ରାମରେ ଥିବା ଜରାଶ୍ରମ ରେ ରୋଷେୟା ଭାବେ କାର୍ଯ୍ୟ କରି ଜତର କତର କରି ପରିବାର ଚଳେଇ ଦେଉଥିଲେ I ତିନି ମାସ ହେବ ତାଙ୍କୁ କୌଣସି କାରଣ ବଶତଃ କାର୍ଯ୍ଯରୁ ବାହାର କରି ଦେଇଥିବାରୁ ପରିବାର ଚଳିବା କଷ୍ଟକର ହେଉଥିବା ବେଳେ ଘର ଖଣ୍ଡିକ ମରାମତି କରିବା ମାନସୀ ଙ୍କ ପକ୍ଷେ ଅସମ୍ଭବ ହୋଇପଡ଼ିଛି I ସରକାରୀ ଅନୁଦାନ ଏକ ମାତ୍ର୍ ମୁଣ୍ଡ ପିଛା ପାଞ୍ଚ କେଜି ରାସନ ଚାଉଳ ଭରସା I
ଏପଟେ ରାଜ୍ଯ ଓ କେନ୍ଦ୍ର ସରକାର ପ୍ରତିଟି କଚା ଘରକୁ ପକ୍କା ଘର କରିବା ପାଇଁ ଅଣ୍ଟା ଭିଡ଼ିଥିବା ବେଳ ପଞ୍ଚାୟତ ସ୍ତରରେ ସ୍ତାନୀୟ ଜନ ପ୍ରତିନିଧି ଓ ପ୍ରାଶାସନିକ ଅଧିକାରୀଙ୍କ ମୋଟା ଅଙ୍କର ପିସି କାରବାର ଯୋଗୁ ପ୍ରତିଟି ଅସହାୟ ପରିବାର ଆବାସ ଯୋଜନା ରୁ ବାଦ୍ ପଡୁଛନ୍ତି I ଆବାସ ଯୋଜନା ତାଲିକା ରେ ନାମ ଥିବା ସତ୍ତ୍ୱେ ପଞ୍ଚାୟତ ଓ ବ୍ଲକ୍ ପ୍ରଶାସନ କୁ ବାରମ୍ବାର ଅଭିଯୋଗ ପରେବି ଘର ମିଳୁନଥିବାରୁ ମାନସୀ ଅସନ୍ତୋଷ ପ୍ରକାଶ କରୁଛନ୍ତି I