ପରିବହନ ସମୟରେ ରାସାୟନିକ ଗ୍ୟାସ୍‌ ଦୁର୍ଘଟଣା ପର ମୁକାବିଲା ନେଇ ମକ୍‌ଡ୍ରିଲ୍‌ ଅନୁଷ୍ଠିତ !

ଢ଼େଙ୍କାନାଳ: ଶିଳ୍ପାନୁଷ୍ଠାନଗୁଡିକୁ ରାସାୟନିକ ଗ୍ୟାସ୍‌ ପରିବହନ ସମୟରେ ରାସ୍ତାରେ ଘଟୁଥିବା ଦୁର୍ଘଟଣା ଯୋଗୁ ଧନଜୀବନର କ୍ଷୟକ୍ଷତି
ହୋଇଥାଏ।ଏଭଳି ଦୁର୍ଘଟଣାର ମୁକାବିଲା ପାଇଁ ଢେଙ୍କାନାଳ ସହରସ୍ଥିତ ମହିଷାପାଟ ପ୍ରସ୍ତାବିତ ବସଷ୍ଟାଣ୍ଡ୍‌ ପଡିଆଠାରେ ପୂର୍ବାହ୍ନରେ ମକ୍‌ଡ୍ରିଲ୍‌ ଅନୁଷ୍ଠିତ ହୋଇଥଲା।

ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଜିଲ୍ଲାପାଳ ସରୋଜ କୁମାର ସେଠୀ କହିଥିଲେ, ପ୍ରତ୍ୟକଙ୍କ ଜୀବନ ମୂଲ୍ୟବାନ। ଏଣୁ ଏଭଳି ଦୁର୍ଘଟଣାରେ ସାଧାରଣଙ୍କ ଜୀବନ ଧନହାନିର ଯଥେଷ୍ଟ ସମ୍ଭାବନା ଥିବାରୁ ଅଗ୍ନଶମି , ପୋଲିସ, ସ୍ୱାସ୍ଥ୍ୟ ବିଭାଗ, ଆପାତକାଳୀନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷାକରି ଓଡ୍ରାଫ୍‌ ଓ ଏନ୍‌ଡିଆରଏଫ୍‌ କୁ ସହଯୋଗ କଲେ ପୀଡତଙ୍କି ଜୀବନ ରକ୍ଷା ହୋଇପାରିବ।

ଏଥିପାଇ ପ୍ରସ୍ତୁତ ରହି ପ୍ରତିକାର ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥଲେ। ଏହି ସଚେତନତା କାର୍ଯ୍ୟକ୍ରମ ଦ୍ୱାରା ଜନସାଧାରଣଙ୍କ ଅମୂଲ୍ୟ ଜୀବନ ରକ୍ଷା କରାଯାଇପାରିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଶଶାଙ୍କ ଶେଖର ଦାସ ମତବ୍ୟକ୍ତ କରିଥିଲେ। ଏନ୍‌ଡିଆରଏଫ୍‌ କଟକ ଟିମ୍‌ଲିଡର ଉଦୟ ଶଙ୍କର ପ୍ରସାଦ ଦୁର୍ଘଟଣାରୁ କିଭଳି ଧନଜୀବନ ରକ୍ଷା କରାଯିବ ସେ ସମ୍ପର୍କରେ ବୁଝାଇଥଲେ।

ଆପାତକାଳୀନ ଅଧକାରୀ ସ୍ନିଗ୍ଧାଛାୟା ମହାପାତ୍ର କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଓସଡମା ଡିପିଓ ନିମାଇଁ ଚରଣ ଦାସ ସଂଯୋଜନା କରିଥିଲେ। ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅଶୋକ କୁମାର ଦାସ, ଆଞ୍ଚଳିକ ପରିବହନ ଅଧକାରୀ ବସନ୍ତ କୁମାର ମାଝି, ଜିଲ୍ଲା ରେଡକ୍ରସ ଶାଖା ଉପସଭାପତି ବିରଞ୍ଚି ନାରାୟଣ ପାଣିଙ୍କ ସମେତ ଓଡ୍ରାଫ୍ଟ ଏନ୍‌ଡିଆରଏଫ୍‌ ଓ ସିଭିଲ ଡିଫେନ୍ସ ସଦସ୍ୟ, ବିଭାଗୀୟ ଅଧିକାରୀ ଓ ସମସ୍ତ ଶିଳ୍ପାନୁଷ୍ଠାନ
ଅଧିକାରୀ ଯୋଗ ଦେଇଥଲେ ।

Leave A Reply

Your email address will not be published.

twelve + sixteen =