ଭୁବନ; ରକ୍ତଦାନ ଶିବିର ପାଇଁ ପ୍ରସ୍ତୁତି ବୈଠକ !

ଢ଼େଙ୍କାନାଳ: ଭୁବନ ବ୍ଲକ ଅନ୍ତର୍ଗତ ମାର୍ଥାପୁର ଗ୍ରାମର ଜଗନ୍ନାଥ ମନ୍ଦିର ପରିସରରେ ମାର୍ଥାପୁର ଯୁବ ମୋର୍ଚ୍ଚା ତରଫରୁ ରକ୍ତ ଦାନ ଶିବିର ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି I

ଯୁବ ମୋର୍ଚ୍ଚା ର ସକ୍ରିୟ ସଦସ୍ୟ ସୋମ୍ୟ ରଞ୍ଜନ ରାଉତ ଅଧ୍ୟକ୍ଷତାରେ ୫୦ ୟୁନିଟ୍ ରୁ ଅଧିକ ରକ୍ତ ସଂଗ୍ରହ ପାଇଁ ନିଷ୍ପତ୍ତି ହୋଇଛି I ଆସନ୍ତା ୨୭ତାରିଖ ରବିବାର ମାର୍ଥାପୁର କଲ୍ଯାଣ ମଣ୍ଡପ ଠାରେ ଶିବିର ହେବା ନେଇ ସ୍ଥିର କରାଯାଇଛି I

ଦିର୍ଘ ବର୍ଷ ପରେ ମାର୍ଥାପୁର ରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହେଉଥିବାରୁ ଯୁବ ଗୋଷ୍ଠୀ ଙ୍କ ଉତ୍ସାହ ଦେଖିବାକୁ ମିଳିଛି I ବିଶେଷ କରି ଗ୍ରୀଷ୍ମ ଅବକାଶ ରେ ଅନୁଷ୍ଠିତ ହେଉଥିବାରୁ ବୁଦ୍ଧିଜୀବୀ ମହଲରେ ପ୍ରସଂଶା ଦେଖିବାକୁ ମିଲୁଛି I

Leave A Reply

Your email address will not be published.

one + 1 =