ଢେଙ୍କାନାଳ : ସ୍ଥାନୀୟ ଗଣେଶ ବଜାର ସଭା ଗୃହରେ ମିଳିତ ଗଣେଶ ପୂଜା କ୍ରିୟାନୁଷ୍ଠାନ କମିଟିର ଏକ ସାଧାରଣ ବୈଠକରେ ପ୍ରାୟ ୩୬ଟି ବଜାର ଓ କ୍ଲବ୍ର ସଭାପତି/ସମ୍ପଦକମାନେ ଂ ଶଗ୍ରହଣ କରିଥିଲେ ।
ଚଳିତ ବର୍ଷ ଅଗଷ୍ଟ ୩୧ବୁଧବାର ଦିନ ଗଣେଶ ପୂଜା ଆରମ୍ଭ ହୋଇ ସେପ୍ଟେମ୍ବର ୬ରେ ଭଷାଣୀ ଉତ୍ସବ କରିବା ପାଇଁ ବୈଠକରେ ସ୍ଥିର ହୋଇଥିଲା । ଶାନ୍ତି ଶୃଙ୍ଖଳା ସହ ସକାଳ ୮ ଘଟିକାରେ ମିନିଷ୍ଟାଡିୟମ୍ ଠାରେ ୩୬ଟି ମେଢ ପହଁଚିଲା ପରେ ଲଟେରୀ ଉଠାଣ ମାଧ୍ୟମରେ କ୍ରମାନ୍ୱୟ ଅନୁଯାୟୀ ଶୋଭାଯାତ୍ରା ଆରମ୍ଭ ହୋଇ ସଂଧ୍ୟା ୭ ଘଟିକାରେ ନିର୍ଦ୍ଧାରିତ ବିଭିନ୍ନ ପୁଷ୍କରିଣୀରେ ବିସର୍ଜନ କରାଯିବା ନିଷ୍ପତି ଗୃହିତ ହୋଇଥିଲା ।
ବୈଠକରେ ସମସ୍ତଙ୍କ ନିଷ୍ପତି ଅନୁଯାୟୀ ପ୍ରତ୍ୟେକ ବଜାର/କ୍ଲବ୍ର ସଭ୍ୟମାନେ ଢେଙ୍କାନାଳ ସହରକୁ କରୋନା ମୁକ୍ତ କରିବା ପାଇଁ ମାସ୍କ ବ୍ୟବହାର କରିବା ପାଇଁ ଜନସାଧାରଣଙ୍କୁ ସଚେତନ କରାଇବେ ବୋଲି କମିଟି ପକ୍ଷରୁ ଅନୁରୋଧ କରାଯାଇଥିଲା । ଭଷାଣୀ ଉତ୍ସବ ଦିନ ମଦ୍ୟପାନ ନିଷେଧ କରିବା ପାଇଁ ନିଷ୍ପତି ଗ୍ରହଣ କରାଗଲା ।
ଚଳିତବର୍ଷ ଗଣେଶ ପୂଜା ଉତ୍ସବରେ ଶ୍ରେଷ୍ଠ ତିନୋଟି ମେଢକୁ ଜିଲ୍ଲା ପ୍ରଶାସନ ତରଫରୁ ତା୨୬ ଜାନୁଆରୀ-୨୦୨୩ ରିଖ ସାଧାରଣତନ୍ତ୍ର ଦିବସରେ ପୁରସ୍କାର ପ୍ରଦାନ କରିବା ପାଇଁ କମିଟି ତରଫରୁ ଅନୁମତି କରାଗଲା । ଚଳିତ ବର୍ଷ ନିମନ୍ତେ ନୂତନ ଭାବେ ସୁଧାଂଶୁ କୁମାର ଦଳେଇଙ୍କୁ-ସଭାପତି, ବିଶ୍ୱନାଥ ବେହେରାଙ୍କୁ-ସଂପାଦକ, କରୁଣାକର ଦଳେଇ, ସନ୍ଦୀପ୍ ଷଢଙ୍ଗୀ ଓ ଉମେଶ କୁମାର ବେହେରା-ଉପସଭାପତି, ବିଶ୍ୱରଞ୍ଜନ ଓଝା, ବୀରବର ସାହୁ, ସନାତନ ରାଉତଙ୍କୁ-ସହସଂପାଦକ, ଅନୂପ ଶାନ୍ତି ସ୍ୱରୂପ ମିଶ୍ରଙ୍କୁ କୋଷାଧ୍ୟକ୍ଷ ଭାବେ ଚୟନ କରାଗଲା ।
ଉକ୍ତ ବୈଠକକୁ ସଭାପତି ସୁଧାଂଶୁ କୁମାର ଦଳେଇ ପରିଚାଳନା କରିବା ସହିତ ଚଳିତ ଗଣେଶ ପୂଜା ଓ ଭଷାଣୀ ଉତ୍ସବକୁ ଶାନ୍ତିଶୃଙ୍ଖଳା ଓ ମହାଆଡମ୍ବରରେ ପାଳନ କରିବାକୁ ଯୁବପିଢୀଙ୍କୁ ନିବେଦନ କରିଥିଲେ । ଶେଷରେ ଉପସଭାପତି ସନ୍ଦୀପ ଷଡଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ ।