ଢେଙ୍କାନାଳ ଡାଇମଣ୍ଡ କିକ୍ ବକ୍ସିଙ୍ଗ୍ କ୍ରୀଡ଼ାବିତ୍ ମାନଙ୍କ କୋଲକତା ଗସ୍ତ !


ଢେଙ୍କାନାଳ : ଜିଲ୍ଲାର ଡାଇମଣ୍ଡ କିକ୍ ବକ୍ସିଙ୍ଗ୍ ଛାତ୍ରୀମାନେ ପଶ୍ଚିମବଙ୍ଗ କୋଲ୍‌କତା ବେହାଲ୍‌ର ସତ୍ୟଜିତ୍ ରାଏ ଇନ୍‌ଡୋର୍ ଷ୍ଟାଡିୟମ୍‌ରେ ଆସନ୍ତା ତା୧୯.୦୭.୨୦୨୨ରିଖ ଠାରୁ ୨୪.୦୭.୨୦୨୨ରିଖ ପର୍ଯ୍ୟନ୍ତ ୱାକୋ ଇଣ୍ଡିଆ ଦ୍ୱାରା ଆୟୋଜିତ ହେଉଥିବା ଜାତୀୟ ସ୍ତରର ୭ ବର୍ଷରୁ ୧୮ବର୍ଷ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ନେଇ କିକ୍ ବକ୍ସିଙ୍ଗ୍ ପ୍ରତିଯୋଗିତାରେ ଢେଙ୍କାନାଳର ଟିମ୍ କୋଚ୍ ମିହିର କୁମାର ସାହୁ, ସହକାରୀ କୋଚ୍ ବବି ପ୍ରତିହାରୀଙ୍କ ସହିତ ୧୦ରୁ ୧୨ବର୍ଷ ବର୍ଗ ଛାତ୍ରୀ ଅନୁସୟା ବେହେରା, ଅଙ୍କିତା ପ୍ରିୟଦର୍ଶିନୀ ଭଞ୍ଜ ଏବଂ ୧୬ରୁ ୧୮ବର୍ଷ ବର୍ଗର  ସୁଚିସ୍ମିତା ଅମାନ୍ ଓ ମାନସୀ ବେହେରା ଖେଳରେ ଅଂଶଗ୍ରହଣ କରିବା ପାଇଁ ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଆଶୀର୍ବାଦ ଭିକ୍ଷା କରି ଯାତ୍ରା କରିଛନ୍ତି ।

ଶ୍ରୀ ସେଠୀ ପିଲାମାନଙ୍କ ଉତରୋତର କାମନା କରିବା ସହ ଢେଙ୍କାନାଳର ଗୌରବ ବଢାଇବାକୁ ପରାମର୍ଶ ଦେଇଥିଲେ । ଢେଙ୍କାନାଳ ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଦୀପ୍ତ କୁମାର ମହାନ୍ତି ଓ ଢେଙ୍କାନାଳ କିକ୍ ବକ୍ସିଙ୍ଗ୍ ଆସୋସିଏସନ୍‌ର ଉପସଭାପିତ ସନ୍ତୋଷ କୁମାର ପରିଡା ଉପସ୍ଥିତ ରହି ପିଲାମାନଙ୍କୁ କହିଥିଲେ  ଯେ, ଆଜି ପବିତ୍ର ପ୍ରଥମ ଶ୍ରାବଣ ମାସର ପ୍ରଥମ ସୋମବାରରେ ଯାତ୍ରା କରୁଛ, ତେଣୁ ଢେଙ୍କାନାଳର ବାବା ଶ୍ରୀ ଚନ୍ଦ୍ରଶେଖରଙ୍କ କୃପାରୁ ସମସ୍ତେ ଗୋଲ୍ଡ ମେଡାଲ ଆଣି ଢେଙ୍କାନାଳର ଗୌରବ ରଖିବା ପାଇଁ କାମନା କରିଥିଲେ ।

Leave A Reply

Your email address will not be published.

5 × three =