ଢେଙ୍କାନାଳ :ସ୍ଥାନୀୟ ଲେଖକ ସଂସଦ ଭବନରେ ଇନର ହୁଇଲ କ୍ଳବ କପିଳାସର ଅଧିଷ୍ଠାନ ଦିବସ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ମୁଖ୍ୟ ଅତିଥି ଭାବରେ ଇନର ହୁଇଲର ବିଗତ ଦିନର ଚେୟାରମ୍ୟାନ ଶ୍ରମୀତୀ ଇନା ପୁରୋହିତ ଯୋଗଦେଇ ସାମାଜିକ ସ୍ତରରେ ପୁରୁଷ ଯଦି ବାହ୍ୟ ଚକ୍ରବୋଲି ବିବେଚିତ ହୁଏ ତେବେ ନାରୀ ହେଉଛି ଅନ୍ତଃଚକ୍ର । ଯଦି ଉଭୟ ଚକ୍ରର ସମନ୍ୱୟ ହରେହ ତେବେ ସମାଜ ଗତିଶୀଳ ହୁଏ ବୋଲି କହିଥିଲେ ।
ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ବର୍ତମନର ଇନର ହୁଇଲର ଡିଷ୍ଟ୍ରିକ ୩୨୬ର କାର୍ଯ୍ୟରତ ସେକ୍ରେଟାରୀ ଶ୍ରମୀତୀ ମଧୁସ୍ମିତା ତ୍ରିପାଠୀ ଯୋଗଦେଇ ବ ର୍ଷ ୨୦୨୨/୨୩ ପାଇଁ ସମସ୍ତ କାର୍ଯ୍ୟ ବିଷୟରେ ସଭ୍ୟ ମାନଙ୍କୁ ବୁଝାଇଥିଲେ । ଏହି ଅବସରରେ ନୂତନ ସଭାପତି ଭାବରେ ଶ୍ରୀମତୀ ଦୀପ୍ତିବାଲା ମିଶ୍ରଙ୍କୁ ଓ ନୂତନ ସେକ୍ରେଟାରୀ ଭାବରେ ଶ୍ରମୀତୀ ବିଶ୍ୱଭାରତୀ ରଥ ଦାୟିତ୍ୱ ଗ୍ରହଣ କରିଥିଲେ । ବିଗତ ବର୍ଷର ସଭାପତି ଶ୍ରୀମତୀ ପ୍ରିୟତମା ମିଶ୍ର ଓ ସେକ୍ରେଟାରୀ ମନୋଜ ମଞ୍ଜରୀ ନନ୍ଦଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଅନୁଷ୍ଠା ତରଫରୁ ଅତିଥିମାନଙ୍କ ଦ୍ୱାରା ସେ ନୋ ଟୁ ପ୍ଲାଷ୍ଟିକସ ପ୍ରୋଜେକ୍ଟ ଉନ୍ମୋଚିତ ହେବା ସଙ୍ଗେ ସଙ୍ଗେ ଜଣା ମେଧାବ ଛାତ୍ରୀ ବିଜୟଲକ୍ଷ୍ମୀ ବିଶ୍ୱାଳଙ୍କୁ ଆଗକୁ ପାଠ ପଢିବା ପାଇଁ ଅର୍ଥରାଶି ସହାୟତା ଦିଆଯାଇଥିଲା । ଅନୁଷ୍ଠାନର ଏଡିଟର ପୁଷ୍ପାରାଣୀ ମିଶ୍ର ସଭା ପରିଚାଳନା କରିଥିବା ବେଳେ ତିଳୋତମା ଚୌଧୁରୀ, ସ୍ୱପ୍ନା ଆଚାର୍ଯ୍ୟ ମାନପତ୍ର ପାଠ କରିଥିଲେ । ବିଶ୍ୱଭାରତୀ ରଥ ଧନ୍ୟବାଦ ଅର୍ପଣ କରିଥିଲେ ।