ଜିଲ୍ଲାସ୍ତରୀୟ ବିଭିନ୍ନ ସାଂସ୍କୃତିକ ଦଳ ପରିଚାଳନା ବ୍ୟବସ୍ଥା !


ଢେଙ୍କାନାଳ :  ଜିଲ୍ଲା ସଂସ୍କୃତି ଭବନ ପ୍ରେକ୍ଷାଳୟରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ,ଓଡଶା ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ନୂତନ ସାଂସ୍କୃତିକ ଦଳ ପରିଚାଳନା ବ୍ୟବସ୍ଥା (ସିଟିଏମଏସ)ରେ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅନୁମତି କ୍ରମେ ଜିଲ୍ଲାର ବିଭିନ୍ନ ସାଂସ୍କୃତିକ ଦଳ ମାନଙ୍କର କଳା ପ୍ରଦର୍ଶନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।

ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ତାରିଖ ଅନୁସାରେ ମୋଟ ୧୧୪୨ ଗୋଟି ସାଂସ୍କୃତିକ ଦଳ ମାଧ୍ୟମରେ ଅନଲାଇନର ପଞ୍ଜିକରଣ କରିଥିଲେ । ସେଥି ମଧ୍ୟରୁ ୨୩୩ ଗୋଟି ସାଂସ୍କୃତିକ ଦଳ ପରିଚାଳନା ବ୍ୟବସ୍ଥାରେ କଳା ପ୍ରଦର୍ଶନ କରିବା ପାଇଁ ମନୋନୀତ ହୋଇଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ପ୍ରିୟମ୍ବଦା ବେହେରାଙ୍କ ପୌରହିତ୍ୟରେ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ରମେଶ ଚନ୍ଦ୍ର ସେଠୀ ,ସମ୍ମାନୀତ ଅତିଥି ଜିଲ୍ଲା ତଥା ରାଜ୍ୟ କଳା ସଂସ୍କୃତି ସଂଘର ଉପସଭାପତି ଅବନୀ କୁମାର ମିଶ୍ର ଏବଂ ବିଚାରକ ମଣ୍ଡଳୀ ମାନଙ୍କ ଦ୍ୱାରା ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପୁଷ୍ପମାଲ୍ୟ ଅର୍ପଣ ତଥା ପ୍ରଦୀପ ପ୍ରଜ୍ୱଳନ କରାଯିବା ସହ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରାଯାଇଥିଲା ଏବଂ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ରସେଠୀ ଉଦବୋଧନ ଦେଇଥିଲେ ।

ଜିଲ୍ଲା ସଂସ୍କୃତି ଅଧିକାରୀ ଯୋଜନା ସମ୍ବନ୍ଧରେ ସୂଚନା ଦେଇଥିଲେ । ପରେ ପରେ ସାଂସ୍କୃତିକ ଦଳ ମାନଙ୍କର ଯୋଗ୍ୟତା ପ୍ରଦର୍ଶନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ବିଚାରକ ଭାବେ ଆର୍ଯ୍ୟରତ୍ନ ଚକ୍ରଧର ସାହୁ, ଡା.ପ୍ରମୋଦ କୁମାର ନାୟକ, ସଙ୍ଗୀତ ଗୁରୁ ଯାମିନୀ ରଂଜନ ଦାଶ, ନୃତ୍ୟଗୁରୁ ଶ୍ରୀମତୀ ସ୍ୱପ୍ନାରାଣୀ ସିହ୍ନା(ଓଡିଶୀ), ସଙ୍ଗୀତ ଗୁରୁ ଗୋପିନାଥ ବେହେରା, ପଣ୍ଡିତ ପ୍ରମୋଦ କୁମାର ମିଶ୍ର(ପାଲା), ଉଗ୍ରସେନ ବିଶ୍ୱାଳ (ପାଲା),ଯୋଗିନାଥ ବେହେରା (ପାଲା) ପ୍ରମୁଖ ଯୋଗ ଦେଇଥିଲେ । ବିଚାରକ ଆର୍ଯ୍ୟରତ୍ନ ଚକ୍ରଧର ସାହୁ କଳାକାର ମାନଙ୍କୁ ସିଟିଏମଏସ ସମ୍ବନ୍ଧରେ ସମ୍ୟକ  ସୂଚନା ପ୍ରଦାନ କରିଥିଲେ ।

ମୋଟ ୨୩୩ ଗୋଟି ସାଂସ୍କୃତିକ ଦଳ କାର୍ଯୟକ୍ରମରେ ଭାଗନେବା ପାଇଁ ମନୋନୀତ ହୋଇଥିବା ବେଳେ ସେଥିମଧ୍ୟରୁ ୧୪୪ ଗୋଟି ବିଭିନ୍ନ ସାଂସ୍କୃତିକ ଦଳ ଯଥା ଓଡିଶୀ ନୃତ୍ୟ, ସଙ୍ଗୀତ, ସମ୍ବଲପୁରୀ (ଲୋକନୃତ୍ୟ), କେନ୍ଦରା, ଘୁମୁରା , ଘଂଟବାଦ୍ୟ, ଏକତାରା, ଲଉଡି ଖେଳ, ଘୋଡାନାଚ,ପାଇକ ଆଖଡା, ଖଞ୍ଜଣୀ ଭଜନ, ଦାସକାଠିଆ, ଦଣ୍ଡ ଏବଂ ପାଲା ପ୍ରମୁଖ ସାଂସ୍କୃତିକ ଦଳ ଜିଲ୍ଲାର କୋଣଅନୁକୋଣରୁ ଆସି ସେମାନଙ୍କର ଯୋଗ୍ୟତା ପ୍ରଦର୍ଶନ କରିଥିଲେ ।

ଏହି କାର୍ଯ୍ୟକ୍ରମ ଜୁଲାଇ ୭ ତାରିଖରୁ ଆରମ୍ଭ ହୋଇ ଜୁଲାଇ ୧୪ ତାରିଖରେ ଶେଷ ହୋଇଥିଲା । ଜୁଲାଇ ୧୪ ତାରିଖ ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ରମେଶ ଚନ୍ଦ୍ର ସେଠୀ, ସମ୍ମାନୀତ ଅତିଥି ଜିଲ୍ଲା ତଥା ରାଜ୍ୟ କଳା ସଂସ୍କୃତି ସଂଘର ଉପସଭାପତି ଅବନୀ କୁମାର ମିଶ୍ର ଓ ସହକାରୀ ଜିଲ୍ଲାପାଳ ଭଜନାନନ୍ଦ ସାହୁ ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀ ଯୋଗଦେଇ ମହାପ୍ରଭୂ ଜଗନ୍ନାଥଙ୍କ ନିକଟରେ ପୁଷ୍ପମାଲ୍ୟ ଅର୍ପଣ ତଥା ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦଯାପନୀ ସମାରୋହ ଦିବସର ପ୍ରାରମ୍ଭ କରିଥିଲେ ।ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ (ସାଧାରଣ)ଙ୍କ ଭାଷଣରେ କାର୍ଯ୍ୟକ୍ରମର ପ୍ରଶଂସା କରିବା ସହିତ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ । ସମ୍ମାନୀତ ଅତିଥି ସହକାରୀ ଜିଲ୍ଲାପାଳ ଶ୍ରୀ ସାହୁ କଳାକାର ମାନଙ୍କୁ ଉଦବୋଧନ ଦେଇଥିଲେ ।

ଅନ୍ୟତମ ସମ୍ମାନୀତ ଅତିଥି ଅବନୀ ମିଶ୍ର କିଭଳି ରାଜ୍ୟରେ ଲୋକକଳା ଦଳ ମାନଙ୍କୁ ପ୍ରତିଷ୍ଠିତ କରାଇଛନ୍ତି ସେ ବିଷୟରେ ଅବଗତ କରାଇଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ସ୍ୱାଗତ ଭାଷଣ ଦେଇଥିବା ଶ୍ରୀ ସୁଶାନ୍ତ କୁମାର ପାଣି (ଡିଏସସିଏମ) ଧନ୍ୟବାଦ ଦେଇଥିଲେ । ଜିଲ୍ଲା ସାମାଜିକ ଓ ସାଂସ୍କୃତିକ ପ୍ରରୋଚକ(ଡିଏସସିଏମ) ସୁଶାନ୍ତ କୁମାର ପାଣିଙ୍କ କାର୍ଯ୍ୟକ୍ରମ ପରିଚାଳନା ଏବଂ ଜିଲ୍ଲା ସସ୍କୃତି କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ସହଯୋଗରେ କାର୍ଯ୍ୟକ୍ରମ ୮ ଦିନ ଧରି ସୁଚାରୁ ରୂପେ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.

three × 3 =