ଦାଣ୍ଡିମାଳ ସରକାରୀ ଉଚ୍ଚବିଦ୍ୟାଳୟର ୫୮ତମ ପ୍ରତିଷ୍ଠା ଦିବସ !


ଢେଙ୍କାନାଳ :ଦାଣ୍ଡିମାଳ ସରକାରୀ ଉଚ୍ଚ ବିଦ୍ୟାଳୟର ୫୮ତମ ପ୍ରତିଷ୍ଠା ଦିବସ ଉତ୍ସବ ପାଳିତ ହୋଇଯାଇଅଛି ।

ଉକ୍ତ ଉତ୍ସବରେ ପ୍ରଧାନଶିକ୍ଷକ ଅମର କୁମାର ମଲ୍ଲିକଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ଜିଲ୍ଲା କ୍ରୀଡା ପରିଦର୍ଶକ ଜ୍ୟୋତିପ୍ରସାଦ ପରିଡା ଯୋଗଦେଇଥିବାବେଳେ ଗଦାଶିଳା ସରପଞ୍ଚ ପ୍ରତାପ କୁମାର ସାହୁ, ଆଲୁମିନି ସଭାପତି ମୋହନ ମୁରାରୀ ମିଶ୍ର, ଶଶାଙ୍କ ଶେଖର ରଥ, ଶେଖର ଚନ୍ଦ୍ର ସେଠୀ, କ୍ଷୀରୋଦ କୁମାର ମିଶ୍ର, ନିରଞ୍ଜନ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

୫୮ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଚାରିଗୋଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଓଡିଆ ରଚନା ପ୍ରତିଯୋଗିତାରେ ଦିବ୍ୟଦର୍ଶନୀ ସିଂହ-ପ୍ରଥମ, ବିଶ୍ୱଜିତ୍ ଜେନା – ଦ୍ୱତୀୟ ଓ ସ୍ମୃତିରେଖା ବେହେରା – ତୃତୀୟ । ସେହିପରି ଇଂରାଜୀ ବକ୍ତୃତା ପ୍ରତିଯୋଗିତାରେ ଦିବ୍ୟଦର୍ଶିନୀ ସିଂହ-ପ୍ରଥମ, ମହିମା ପ୍ରିୟଦର୍ଶିନୀ ସାହୁ-ଦ୍ୱିତୀୟ ଓ ବିଶ୍ୱଜିତ୍ ଜେନା – ତୃତୀୟ । ସଙ୍ଗୀତ ପ୍ରତିଯୋଗିତାରେ ଦେବୀଦତ ପ୍ରଧାନ – ପ୍ରଥମ, ସ୍ନେହା ଶିବାଙ୍ଗୀ ମିଶ୍ର – ଦ୍ୱିତୀୟ ଓ ଜୟଶ୍ରୀ ସାହୁ – ତୃତୀୟ । ଚିତ୍ରାଙ୍କନ ପ୍ରତିଯୋଗିତାରେ ଜୟଶ୍ରୀ ସାହୁ-ପ୍ରଥମ, ଅଂଶୁମାନ ତ୍ରିପାଠୀ-ଦ୍ୱିତୀୟ ଓ ରାଶେଶ୍ୱରୀ ପ୍ରଧାନ-ତୃତୀୟ ସ୍ଥାନ ଅଧିକାର କରିଥିଲେ । କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଚଳିତ ବର୍ଷର ବାର୍ଷିକ ହାଇସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରୀ ବିଶ୍ୱବନ୍ଦିତା ମିଶ୍ରଙ୍କୁ ପୂର୍ବତନ କ୍ରୀଡାବିତ୍ ଗଙ୍ଗାଧର ରାଉତ ୧ହଜାର ଟଙ୍କା ପ୍ରଦାନ କରିଥିଲେ ।

ଉକ୍ତ ପ୍ରତିଷ୍ଠା ଉତ୍ସବରେ ବିଦ୍ୟାଳୟର ପୂର୍ବତନ ଛାତ୍ରଛାତ୍ରୀ ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସ୍ୱର୍ଣ୍ଣମୟୀ ବର୍ମା, ଶାରଦା ପ୍ରସାଦ ମିଶ୍ର, ଶର୍ମିଷ୍ଠା, ସାଗରିକା ଲେଙ୍କା, ଅଳକାନନ୍ଦା ସାହୁ, ସନ୍ତୋଷ କୁମାର ପରିଡା ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ବରିଷ୍ଠ ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ପୁରୁଷୋତମ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

17 − thirteen =