ଡିଷ୍ଟ୍ରିକ୍ଟ ରୋଟରାକ୍ଟ ଆସେମ୍ୱଲି ୨୦୨୪-୨୫ ” ଇଂପ୍ରିଂଟ୍‌ ” ଢ଼େଙ୍କାନାଳ ଠାରେ ଅନୁଷ୍ଠିତ !

ଢେଙ୍କାନାଳ : ଡିଷ୍ଟ୍ରିକ୍ଟ ରୋଟରାକ୍ଟ ଆସେମ୍ୱଲି ୨୦୨୪-୨୫ “ଇଂପ୍ରିଂଟ୍‌” ସ୍ଥାନୀୟ ପୁରୁଣା ଜିଲ୍ଲା ପରିଷଦ ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହାର ଉଦ୍‌ଘାଟନ ଉତ୍ସବରେ ରୋଟାରୀ ଜିଲ୍ଲା ୩୨୬୨ ର ଗଭର୍ନର ଯଜ୍ଞାଶିସ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଢ଼େଙ୍କାନାଳ ପୌର ପରିଷଦ ନଗରପାଳିକାଶ୍ରୀମତୀ ଜୟନ୍ତୀ ପାତ୍ର, ଆଇଆଇଏମ୍‌ସିର ପ୍ରଫେସର ଡ. ଆନନ୍ଦ ପ୍ରଧାନ ଓ ଢ଼େଙ୍କାନାଳ ବନଖଣ୍ଡ ଅଧିକାରୀ ସୂମିତ କର ଯୋଗଦାନକରିଥିଲେ । ରୋଟାରୀ ଜିଲ୍ଲା ୩୨୬୨ର ଗଭର୍ନର ଇଲେକ୍ଟ ମନୋଜ ତ୍ରୀପାଠୀ, ଡିଆର୍‌ସିସି ରାଜେଶ ଖଟୁଆ, ରୋଟାରୀ କ୍ଲବଢ଼େଙ୍କାନାଳର ସଭାପତି ହରେକୃଷ୍ଣ କର, ଆର୍‌ସିସି ଅଭିମନ୍ୟୁ ସାହୁ, ଡିଆର୍‌ଆର୍ ସେନହିଲା ଖାନ, ଡିଏସ୍‌ଜି ଡ. ସତ୍ୟବ୍ରତ କର,ଏଡିଆର୍‌ଆର୍ ବ୍ୟୋମକେଶ ପୃଷ୍ଟି, ଚେୟାରମେନ ଶିବପ୍ରସାଦ ସ୍ୱାଇଁ, ରୋଟରାକ୍ଟ କ୍ଲବ ଢ଼େଙ୍କାନାଳର ସଭାପତି ଅମିସା ନାଏକଅତିଥି ଭାବେ ମଂଚାସିନ ଥିଲେ । ଏହି ଅବସରରେ ଏକ ସ୍ମରଣିକା ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚନ ହୋଇଥିଲା । ଏହି ଅବସରରେଅଙ୍ଗଦାନ କରିଥିବା ବ୍ୟକ୍ତି ମାନଙ୍କର ଉତରାଧିକାରୀ ମାନଙ୍କୁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଓଡିଶାର ବିଭିନ୍ନ ରୋଟରାକ୍ଟକ୍ଲବର ସଦସ୍ୟ ଓ ସଦସ୍ୟାମାନେ ଭାଗ ନେଇଥିଲେ । ଉଦଯାପନୀ ଉତ୍ସବରେ ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁପର୍ବତାରୋହିଣୀ ବିଭାରାଣୀ ପାତ୍ର, ସମାଜସେବୀ ଅଙ୍କିତା ସାହୁ, ବାଲୁକା ଶିଳ୍ପୀ ସୁବ୍ରତ ମହାରଣା ଓ ସମାଜସେବୀ କବିତା ବେହେରାଙ୍କୁସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେରୋଟାରୀ କ୍ଲବ ଢ଼େଙ୍କାନାଳ ର ସଦସ୍ୟ, ଇନରହ୍ୱିଇଲ କ୍ଲବ ଢ଼େଙ୍କାନାଳର ସଦସ୍ୟ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶଷ ଯୋଗଦାନକରିଥିଲେ । ରୋଟରାକ୍ଟର ସୌମ୍ୟବ୍ରତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ରୋଟରାକ୍ଟ କ୍ଲବ ଢ଼େଙ୍କାନାଳ ର ସମସ୍ତ ସଦସ୍ୟସଦସ୍ୟା ସୁଚାରୁ ରୂପେ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

Leave A Reply

Your email address will not be published.

two + thirteen =