ଦିଲ୍ଲୀ ପବ୍ଲିକ୍ ସ୍କୁଲ୍‌ର ଦଶମ ବାର୍ଷିକ ଉତ୍ସବ “ଡ୍ୟାଜଲିଙ୍ଗ ଡେକେନିୟମ ” ପାଳିତ !

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ବନମାଳିପ୍ରସାଦସ୍ଥିତ ଡି.ପି.ଏସ୍‌.ର ଦଶମ ବାର୍ଷିକ ମହୋତ୍ସବ ଡ୍ୟାଜଲିଙ୍ଗ ଡେକେନିୟମ ସଂଧ୍ୟାରେ ପାଳିତ ହୋଇଛି । ମୁଖ୍ୟ ଅତିଥି ଭାବେ ନଗରପାଳ ଜୟନ୍ତୀ ପାତ୍ର, ସମ୍ମାନିତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ, ବିଦ୍ୟାଳୟର ପ୍ରୋ-ଭାଇସ୍ ଚେୟାର୍‌ମ୍ୟାନ୍ ବିନୋଦ ଦାଶ, ଟ୍ରଷ୍ଟି ଅନୀତା ପାଢ଼ୀ, ଡାଇରେକ୍ଟର ଡଃ. ଲଗ୍ନଜିତ୍ ଦାଶ, ସିନର୍ଜୀ ବିଏସ୍‌ସି ନର୍ସିଙ୍ଗ୍ ଅଧ୍ୟକ୍ଷ ଜେ. ଶିବକାମୀ ଏବଂ ରଣେନ୍ଦ୍ର ପ୍ରତାପ ସିଂହଦେଓ ପ୍ରମୁଖ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଅଧ୍ୟକ୍ଷ ବିଜୟ କୁମାର ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ । ୨୦୧୪ ମସିହାରେ ୫୨ଜଣ ପିଲାଙ୍କୁ ନେଇ ଆରମ୍ଭ
ହୋଇଥିବା ଡି.ପି.ଏସ୍‌.ରେ ଆଜି ୧୮୦୦ ଛାତ୍ରଛାତ୍ରୀ ପଢୁଛନ୍ତି । ବିଦ୍ୟାଳୟର ଏହି ୧୦ ବର୍ଷର ଯାତ୍ରା ଉପରେ ଏକ ଡକ୍ୟୁମେଂଟାରୀ
ପ୍ରଦର୍ଶିତ ହୋଇଥିଲା । ନର୍ସରୀ ରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ ଓଡିଶୀ ନୃତ୍ୟୁ, ଫୁଜନ, କାଳୀ ତାଣ୍ଡବ, ସଂଗୀତ, ଇଂରାଜୀ, ଓଡିଆ ଓ ହିନ୍ଦୀ ନାଟକ ପରିବେଷଣ କରିଥିଲେ । ୨୦୨୩-୨୪ ଶିକ୍ଷା ବର୍ଷର ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷାରେ ୯୦% ରୁ ନମ୍ବର
ରଖିଥିବା ଛାତ୍ରଛାତ୍ରୀମାନେ ସମ୍ମାନିତ ହୋଇଥିଲେ । ଏଥିରେ ୩୫୦୦ରୁ ଉର୍ଦ୍ଧ୍ୱ ଅଭିଭାବକମାନଙ୍କ ସମାଗମ ହୋଇଥିଲା । ଅତିଥିମାନେ ଡିପିଏସ୍ ଢେଙ୍କାନାଳର ଶିକ୍ଷାକ୍ଷେତ୍ର ଓ ଅନ୍ୟାନ୍ୟ ଆନୁସଙ୍ଗିକ କ୍ଷେତ୍ରରେ ଥିବା ଉଦ୍ୟମକୁ ପ୍ରଶଂସା ଓ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲୋ ଶେଷରେ ଜାତୀୟ ସଂଗୀତ ଗାନ ସହିତ କାର୍ଯ୍ୟକ୍ରମର ଉଦ୍‌ଯାପନ ହୋଇଥିଲା ।

Leave A Reply

Your email address will not be published.

6 + eleven =