ବିଶ୍ୱ ଯୁବ ଦକ୍ଷତା ଦିବସ-୨୦୨୨ !

ଢେଙ୍କାନାଳ : ଢେଙ୍କାନାଳ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କେନ୍ଦ୍ର ଶ୍ୟାମାଚରଣପୁର ଢେଙ୍କାନାଳ ଠାରେ ବିଶ୍ୱ ଯୁବ ଦକ୍ଷତା ଦିବସ ସଫଳତାର ସହ ପାଳନ କରାଯାଇଛି ।

ଜିଲ୍ଲା ପ୍ରକଳ୍ପ ଅଧିକାରୀ ସାଫଲ୍ୟ ମଣ୍ଡିତ ପ୍ରଧାନ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦକ୍ଷତାର ମହତ୍ୱ ଏବଂ ଦକ୍ଷତାର ବିକାଶ ଉପରେ ପିଲାମାନଙ୍କୁ ଉଦବୋଧନ ଦେଇଥିଲେ । ଏଠାରେ ଜିଲ୍ଲା ଶ୍ରମ ଅଧକାରୀ ସତ୍ୟନାରାୟଣ ଆଚାର୍ଯ୍ୟ , ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ନିବେଦିତା ପାଣି, ଡେପୁଟୀ ସିଇଓ ଓସମାସ ନିରୋଜ କୁମାର ଜେନା,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ଅନୁରାଧା ଗୋସ୍ୱାମୀ, ଜିଏଆଇଆଇସିର ଆସିଷ୍ଟାଣ୍ଟ ମ୍ୟାନେଜର ପ୍ରେମଚାନ୍ଦ ମିଶ୍ର, ଜନ ଶିକ୍ଷଣ ସଂସ୍ଥାନର ନିର୍ଦ୍ଦେଶକ ମାନସ ରଂଜନ ଦାଶ ଯୋଗଦେଇଥିଲେ । ଉପସ୍ଥିତ ଅତିଥିମାନେ ଯୁବକ ଯୁବତୀମାନଙ୍କୁ ଦକ୍ଷତାର ବିକାଶ ପାଇଁ ସରକାର ଯୋଗାଇଥିବା ସୁଯୋଗ ଉପରେ ଗୁରୁତ୍ୱାରୋପ କରିଥିଲେ ।

ସମସ୍ତ ଅତିଥିମାନଙ୍କୁ ନେଇ ଦକ୍ଷତା ବୃଦ୍ଧି ପ୍ରଶି କ୍ଷଣ କେନ୍ଦ୍ର ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା ।ତତ୍ପରେ ସମସ୍ତ ପିଲାମାନଙ୍କୁ ନେଇ ବିଶ୍ୱ ଦକ୍ଷତା ଦିବସର ମହତ୍ୱ ଏବଂ ଦକ୍ଷତାର ବିକାଶର ସୁଯୋଗକୁ ପ୍ରଚାର ପ୍ରସାର ପାଇଁ ଏକ ଶୋଭାଯାତ୍ରା ସରକାରୀ ଆଇ.ଟି.ଆଇ ପରିସରକୁ ଯାଇଥିଲା । ପିଲାମାନେ ସରକାରୀ ଆଇଟିଆଇ ଏବଂ ସରକାରୀ ପଲ୍ଲି ଟେକ୍ନିକ, ଢେଙ୍କାନାଳ ପରିଭ୍ରମଣ କରି ସେଠାରେ ଥିବା ଦକ୍ଷତା ବୃଦ୍ଧିର ସୁଯୋଗ ଗୁଡିକ ଅବଲୋକନ କରିଥିଲେ ।

ଶତାୟୁ ବ୍ରଜନାଥ ବଡଜେନା ଉଚ୍ଚ ବିଦ୍ୟାଳୟ, ଓଡିଶା ଆଦର୍ଶ ବିଦ୍ୟାଳୟ, ଡ.ଦାଶରଥି ଉଚ୍ଚ ବିଦ୍ୟାଳୟ, ପିଏମକେକେ ସେଂଟର, ଶିବାନୀ ଚାରିଟେବୁଲ ଟ୍ରଷ୍ଟ,କୁଇଭାନ ସ୍କିଲ ସେଣ୍ଟର, ଜନ ଶିକ୍ଷଣ ସଂସ୍ଥାନର ପିଲାମାନେ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ଦକ୍ଷତା ବୃଦ୍ଧି କ୍ଷେତ୍ରରେ ସରକାର ସୃଷ୍ଟି କରିଥିବା ସୁଯୋଗ ଗୁଡିକ ବାବଦରେ ଅବଗତ ହୋଇଥିଲେ । ଆଦର୍ଶ ବୃତି ପରାମର୍ଶର ସଙ୍ଗୀତା ଦାଶ,ଶବାଙ୍ଗୀ ମହାନ୍ତି , ରିତୁପର୍ଣ୍ଣା ଦାଶ ପାୱାର ପଏଁଟ ମାଧ୍ୟମରେ ଜିଲ୍ଲା ଏବଂ ରାଜ୍ୟ ଭିତରେ ଦକ୍ଷତା ବୃଦ୍ଧି କ୍ଷେତ୍ରରେ ଥିବା ସମସ୍ତ ସୁଯୋଗକୁ ପ୍ରତିପାଦନ କରିଥିଲେ ।

ଜିଲ୍ଲା ନିୟୋଜନ ଅଧିକାରୀ ଆଶିଷ କୁମାର ବସନ୍ତିଆ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ମହାତ୍ମା ଗାନ୍ଧୀ ନ୍ୟାସନାଲ ଫେଲୋ ପଲ୍ଲବୀ ମିଶ୍ର ଧନ୍ୟବାଦ ଅର୍ପଣ ସହ ସଭା ସାଙ୍ଗ କରିଥିଲେ ।

Leave A Reply

Your email address will not be published.

five × four =