ଢ଼େଙ୍କାନାଳ : ଏନ୍ଡିଏ ସମର୍ଥିତ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁମୁର୍ଙ୍କୁ ଆକ୍ଷେପ କରି କଂଗ୍ରେସ ନେତା ଅଜୟ କୁମାର ଦେଇଥବା ବିବାଦୀୟ ମନ୍ତବ୍ୟ ପ୍ରତିବାଦରେ ପରଜଙ୍ଗ ଭାଜପା ଯୁବ ମୋର୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
ଏହି ଅବସରରେ ଦଳୀୟ କର୍ମୀଙ୍କ ପକ୍ଷରୁ କଂଗ୍ରେସ ବିରୋଧରେ ସ୍ଲୋଗାନ ଦେବା ସହ ଅଜୟ କୁମାରଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ। ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନିର୍ଦେଶ ଓ ରାଜ୍ୟ ଯୁବ ମୋର୍ଚ୍ଚାର ସଭାପତି ଇରାଶିଷ ଆଚାର୍ଯ୍ୟଙ୍କ ଆହ୍ୱାନ କ୍ରମେ ଆୟୋଜିତ ଏହି ବିକ୍ଷୋଭ ସମାବେଶରେ ଭାଜପା ଯୁବ ମୋର୍ଚା ବ୍ଲକ ସଭାପତି ସନ୍ତୋଷ କୁମାର ସାହୁ, ରାଜ୍ୟ ସାଧାରଣ ସମ୍ପାଦକ ଦୀପକ ଗୋଛାୟତ, ଲକ୍ଷ୍ମୀଧର ସାହୁ, ବିଭୁସାମଲ, ବ୍ରହ୍ମାନନ୍ଦ ସାହୁ, ଅମୀର ବିଶ୍ୱାଳ, ବୈଷ୍ଣବ ନାଥ, ଅଶ୍ୱିନୀ ସାହୁ, ଲିପୁସାହୁ, ଅବିନାଶ ବେହେରା, ରାଜା ଦାସ, ଜ୍ଞାନରଞ୍ଜନସାହୁ, ପରେଶ ନାୟକ, ବବୁଲ ରାଉତ ପ୍ରମୁଖ ଏଥିରେ ସାମିଲ ହୋଇଥିଲେ ।