କଂଗ୍ରେସ ମୁଖପାତ୍ର ମନ୍ତବ୍ୟକୁ ଭାଜପା ପକ୍ଷରୁ ତୀବ୍ର ନିନ୍ଦା ସହ ବିକ୍ଷୋଭ ପ୍ରଦର୍ଶନ !

ଢ଼େଙ୍କାନାଳ : ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ
ମୁର୍ମୁଙ୍କ ଉପରେ କଂଗ୍ରେସ ମୁଖପାତ୍ର ଅଜୟ କୁମାର ଦେଇଥିବା ମନ୍ତବ୍ୟକୁ ଭାଜପା ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି।

ଏହାର ପ୍ରତିବାଦରେ ଅପରାହ୍ନରେ ଢେଙ୍କାନାଳ ଭାଜପା ଯୁବ ମୋର୍ଚ୍ଚା ପକ୍ଷରୁ ସହରସ୍ଥିତ ଗୋପବନ୍ଧୁ ଟାଉନହଲ୍‌ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥଲା। କଂଗ୍ରେସ ହେଉଛି ମହିଳା , ଆଦିବାସୀ, ଦଳିତ, ଓଡ଼ିଆ ଙ୍କର ବିରୋଧୀ ବୋଲିନେତୃବୃନ୍ଦ କହିଥିଲେ। ଏହି ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ଅଜୟ କୁମାରଙ୍କ ଫଟୋରେ ନିଆଁ ଲଗାଇ ପ୍ରତିବାଦ କରାଯାଇଥଲା।

ଜିଲ୍ଲା ଭାଜପା ସଭାପତି ନରେଶ ଚନ୍ଦ୍ର ମହାପାତ୍ର, ଜିଲ୍ଲା ଯୁବ ମୋର୍ଚ୍ଚାର ସଭାପତି ଏମ.ଜେ. ମହିମା , ବରିଷ୍ଠ ନେତା ବିଭୂତି ଭୂଷଣ ପ୍ରଧାନ, ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା, ରାମଚନ୍ଦ୍ର ପାତ୍ର, ସୁନୀଲ ଶର୍ମା, ଶତ୍ରୁଘ୍ନ ଜେନା, ନିରଜ ନଳିନୀ ମହାଳିକ, ଇତିଶ୍ରୀ ସାହୁ, ପ୍ରେମାନନ୍ଦ ଜେନା, ମାତୃପ୍ରସାଦ ନନ୍ଦଙ୍କ ସମେତ ବହୁ ଭାଜପା ନେତା ଓ କର୍ମୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

five × 1 =