ଢେଙ୍କାନାଳ : ସେବା ସମବାୟ ସମିତି ମାଧ୍ୟମରେ ଧାନମଣ୍ଡି ଏବଂ ଚାଷୀମାନଙ୍କର ସଠିକ ପଞ୍ଜକରଣ ରିବା ପାଇଁ କନ୍ତିଓ ପୁଟସାହି ଗ୍ରାମ ପଂଚାୟତରେ ଚାଷୀମାନେ ଜିଲ୍ଲାପାଳଙ୍କୁ ଭେଟି ଏକ ଦାବୀପତ୍୍ର ପ୍ରଦାନ କରିଛନ୍ତି ।
ଗତ ବର୍ଷ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ମାନଙ୍କ ଅସାବଧାନତା, ଦାୟିତ୍ୱହୀନତା, ଭୁଲ ପରିଚାଳନା ଏବଂ ଜାଣିଶୁଣି ଚାଷୀଙ୍କ କ୍ରମିକ ସଂଖ୍ୟା ଆଗପଛ କରିବା ଯୋଗୁ ଟୋକେନ ରଦ୍ଦ ହୋଇଛି । ଫଳରେ ଅନେକ ଚାଷୀ ମଣ୍ଡିରେ ଧାନ ଦେଇପାରିନାହାନ୍ତି । ଏବେ ବି କିଛି ଚାଷୀଙ୍କ ଧାନ ଘରେ ପଡିରହିଛି । ତାଛଡା ଗୋଷ୍ଠୀ ମହିଳା ମାନଙ୍କର ଅସମଞ୍ଜତା କଟୁଭାଷା ଏବଂ ବ୍ୟବହାର ଚାଷୀଙ୍କୁ ଖୁବ କ୍ଷୁବ୍ଧ କରିଥିଲା ବୋଲି ସେମାନେ ପ୍ରକାଶ କରିଛନ୍ତି ।
ପୁଣି ସେମାନେ କୁହନ୍ତି “ଯାଅ ପୋଲିସ, ଅଫିସର,ସିଏସଓ, କଲେକ୍ଟରଙ୍କୁ କହିବ” । ଗତ ବର୍ଷ ଚାଷୀମାନେ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ । ଏବର୍ଷ ଏହାର ସମାଧାନ କରିବା ପାଇଁ ଜିଲ୍ଲାପାଳ ପ୍ରତିଶୃତି ଦେଇଥିଲେ । ପୁନର୍ବାର ଆଜି ଚାଷୀମାନେ ମିଳିତ ଭାବେ ଜମିଜମା ଗୁଡିକର ସଠିକ ପଞ୍ଜିକରଣ ସମବାୟ ସମିତି ମାଧ୍ୟମରେ କରିବା ଏବଂ ମହିଳା ଗୋଷ୍ଠୀ ପରିବର୍ତେ ତୁମୁସିଙ୍ଗା ସେବା ସମବାୟ ସମିତି ମାଧ୍ୟମରେ ଧାନ ସଂଗ୍ରହ କରିବା ପାଇଁ ଦାବି କରିଛନ୍ତି । ଅନ୍ୟଥା ଚାଷୀମାନେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବାକୁ ବାଧ୍ୟ ହେବେ ବୋଲି ସୂଚନା ଦେଇଛନ୍ତି ।