ଆର୍ଟ ଅଫ୍ ଲିଭିଂ ପକ୍ଷରୁ ଗୁରୁପୂର୍ଣ୍ଣିମା ଉତ୍ସବ !

ଢେଙ୍କାନାଳ : ଆର୍ଟ ଅଫ୍ ଲିଭିଂ ପକ୍ଷରୁ ଗୁରୁପୂର୍ଣ୍ଣିମା ଉତ୍ସବ ସନ୍ଧ୍ୟାରେ ସ୍ଥାନିୟ ଶ୍ରୀରାମ ମଣ୍ଡପ ପରିସରରେ ପାଳିତ ହୋଇଯାଇଛି ।

ଏହି ଉପଲକ୍ଷେ ସକାଳ ସାଢେ ୬ଟା ସମୟରେ ଯୋଗ, ଧ୍ୟାନ ଓ ସୁଦର୍ଶନ କ୍ରିୟାର ଅଭ୍ୟାସ କରାଯାଇଥିଲା । ସନ୍ଧ୍ୟାରେ ସମୟରେ ଗୁରୁପୂଜନ ଉତ୍ସବ ସହିତ ଏକ ଦିବ୍ୟ ସତସଙ୍ଗ ଆୟୋଜିତ ହୋଇଥିଲା । ଏଥିରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଆର୍ଟ ଅଫ୍ ଲିଭିଂର ଯୋଗ ଗୁରୁ କାମାକ୍ଷା ପ୍ରସାଦ ଲେଙ୍କା, ସୌମେନ୍ଦ୍ର ମହାପାତ୍ର, ସୁଜାତା ମହାନ୍ତି, ଡା. ବିନୋଦିନୀ ପାତ୍ର, ମନୋରଞ୍ଜନ ମହାନ୍ତି, ବାବୁଲା ସାହୁ, ଦୀପ୍ତି ରଞ୍ଜନ ପଣ୍ଡା, ଚିତରଞ୍ଜନ ପଟ୍ଟନାୟକ, ଜଲି ଲେଙ୍କା, ସମର ଶତପଥୀ ଓ ସସ୍ମିତା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

କାର୍ଯ୍ୟକ୍ରମକୁ ଆର୍ଟ ଅଫି ଲିଭିଂ ପରିବାରର ବରିଷ୍ଠ ସଦସ୍ୟ ପ୍ରଦୀପ୍ତ ମିଶ୍ର, କ୍ଷେତ୍ର ମୋହନ ସାହୁ, ଶ୍ୟାମସୁନ୍ଦର ଦାସ, ବିଦ୍ୟାଧର ବିଶ୍ୱାଳ, ସମୀର ପ୍ରଧାନ, ହୃଦାନନ୍ଦ ବିଶ୍ୱାଳ ଓ ନଳିନୀ ମହାନ୍ତି ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

four × 3 =