“ଆମ ପ୍ରତିଭା ଆମ ସମ୍ମାନ ” ପକ୍ଷରୁ ଚଳିତ ମାଟ୍ରିକ୍ ପରୀକ୍ଷାରେ ଏ-୧ ଗ୍ରେଡ୍ ପାଇଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ !
ଢେଙ୍କାନାଳ : ଜିଲ୍ଲାର ବିଭିନ୍ନ ସରକାରୀ ଓ ବେସରକାରୀ ବିଦ୍ୟାଳୟରୁ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ଏ-୧ ଗ୍ରେଡ୍ରେ ଉତୀର୍ଣ୍ଣ ହୋଇଥିବା ୧୭୦ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ “ଆମ ପ୍ରତିଭା ଆମ ସମ୍ମାନ ” ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ ।କରାଯାଇଅଛି
ଉକ୍ତ କାର୍ଯ୍ୟକ୍ରମ ହିନ୍ଦୋଳ ବ୍ଲକ୍ର ଶୁକିଆବାଉତୀ ମନ୍ଦିର ପରିସରରେ ଥିବା କଲ୍ୟାଣମଣ୍ଡପ ଠାରେ ୩୬ଜଣ ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ଢେଙ୍କାନାଳ ପୁରୁଣା ଜିଲ୍ଲାପରିଷଦ ଭବନରେ ସଦର, ଗଁଦିଆ ଓ ଢେଙ୍କାନାଳ ପୌରାଞ୍ଚଳର ୫୦ ଛାତ୍ରଛାତ୍ରୀଙ୍କ ସମେତ ଅଭିଭାବକ ଓ ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ ଉତରୀୟ, ମାନପତ୍ର, ପୁଷ୍ପଗୁଛ ଓ ଶବ୍ଦକୋଷ ପୁସ୍ତକ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଅଛି ।
ଅନୁଷ୍ଠାନର ସଭାପତି ପ୍ରିୟ ରଞ୍ଜନ ମାହୁନ୍ତଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ମହେଶ ସାହୁ ଯୋଗଦେଇ ବିଭିନ୍ନ ବର୍ଗ ସଫଳତା ଏହି ପରୀକ୍ଷାର ଫଳାଫଳରୁ ଲୋକଲୋଚନକୁ ଆସିପାରିଛି । ଏହା ପରବର୍ତ୍ତୀ ପରୀକ୍ଷାରେ ଆମ ଜିଲ୍ଲାରୁ ୫୦ ରୁ ୫୦୦କୁ ସଫଳତା ଯିବ ଏହାହିଁ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ଅଭିଭାବକ, ଶିକ୍ଷକ ଏବଂ ଏଭଳି ଆୟୋଜନରେ ଅତିଥି ହୋଇଥିବା ସମସ୍ତେ ଆଶା କରନ୍ତି । ସଫଳତା ପାଇଁ ଯେତିକି ଆନନ୍ଦିତ ହେଉଛେ, ସେଥିପାଇଁ ଶିକ୍ଷାର ସଫଳତାକୁ ଆହୁରି ସୁଦୃଢ ପ୍ରସାରୀ କରିବା ନିତ୍ୟାନ୍ତ ଆବଶ୍ୟକ । ଜୀବନରେ ଆମକୁ ଅନେକ ବାଟ ଯିବାକୁ ପଡିବ । ସେଥିପାଇଁ ପରିଶ୍ରମର ଅର୍ଥ କେବେବି ବ୍ୟର୍ଥ ଯାଏ ନାହିଁ । ଏହି ସଫଳତା ପାଇ ଜୀବନସାରା ଆମକୁ ବିଭିନ୍ନ ପ୍ରକାର ପରୀକ୍ଷା ଦେବାକୁ ପଡିବ । ବ୍ୟତିକ୍ରମ ଜୀବନର ପ୍ରତିଟି ମୁହୂର୍ତ୍ତକୁ ଆହ୍ୱାନ କରିବା ଦରକାର । ଏହି ଆହ୍ୱାନକୁ ସମ୍ମୁଖୀନ କରି ଶିକ୍ଷା କ୍ଷେତ୍ରରେ ଆମେ ଆମର ଅଧିକାର ସାବ୍ୟସ୍ତ କରିବାକୁ ପଡିବ ଏବଂ ଶିକ୍ଷା ବାତାବରଣକୁ ଆଗକୁ ନେବା ପାଇଁ ଆଉ ଏକ ବାତାବରଣ ସୃଷ୍ଟିକରିବାକୁ ପଡିବ ବୋଲି ସାଂସଦ ଶ୍ରୀ ସାହୁ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଛନ୍ତି ।
ପରେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ କରୋନା ସଂପର୍କରେ ଟୀପ୍ଣୀ ଦେଇ ମାସ୍କ ଓ ସାନିଟାଇଜର୍ ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ । ଅନୁଷ୍ଠାନର ଉପସଭାପତି ପୂର୍ବତନ ଜିଲ୍ଲାପରିଷଦ ଉପାଧ୍ୟକ୍ଷ କୋଦଣ୍ଡଧର ସାହୁ ତାଙ୍କ ଭାଷଣରେ ଢେଙ୍କାନାଳ ଜିଲ୍ଲାରେ ମାଟ୍ରିକ୍ ପରୀକ୍ଷାର ଏହି ଛାତ୍ରଛାତ୍ରୀମାନେ ଯେଉଁ ସଫଳତା ହାସଲ କରିଛନ୍ତି ତାହା ଆଗାମୀ ଦିନରେ ସେମାନଙ୍କର ଭବିଷ୍ୟତ ପଥ ଉଜ୍ଜଳମୟ ହେବ ବୋଲି କହିଥିଲେ ।
ଅନ୍ୟତମ ଅତିଥି ଭାବେ ପୌର ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ କହିଥିଲେ ଯେ, ପାଠପଢା ଓ ପରିଶ୍ରମର ବିକଳ୍ପ ନାହିଁ । ଯେପରିକି ପୂର୍ବତନ ରାଷ୍ଟ୍ରପତି ଅବ୍ଦୁଲ୍ କଲାମ୍ ଓ ପ୍ରଧାନମନ୍ତ୍ରୀ ମନ୍ମୋହନ ସିଂହଙ୍କ ଭଳି ସାଧାରଣ ପରିବାରରୁ ଆସି ସେମାନଙ୍କ ପରିଶ୍ରମକୁ ବୃଥା କରାଇ ଦେଇନାହାଁନ୍ତି । ଯାହାକି ଏବେକାର ଇତିହାସରୁ ଉପଲବ୍ଧି କରିହୁଏ ବୋଲି କହିଥିଲେ । ଅନ୍ୟତମ ଅତିଥି ଗୋଷ୍ଠୀ ଶିକ୍ଷା ଅଧିକାରୀ ବ୍ରହ୍ମାନନ୍ଦ ରାଉତ ଯୋଗଦେଇ ଅନୁଷ୍ଠାନର ପ୍ରତିଷ୍ଠାତାଙ୍କ ଏଭଳି କାର୍ଯ୍ୟକ୍ରମ ଦ୍ୱାରା ଶିକ୍ଷାର ଆହୁରି ଆଗକୁ ବଢି ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ମନୋବଳକୁ ସୁଦୃଢ କରିବ ବୋଲି କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ପୂର୍ତବିଭାଗ ନିର୍ବାହୀ ଯନ୍ତ୍ରୀ ମନୋରଞ୍ଜନ ବିଶ୍ୱାଳ ଓ ସାଂଧ୍ୟା ମହାବିଦ୍ୟାଳୟର ପ୍ରାଧ୍ୟାପକ ଡ. ସମୀର ରଞ୍ଜନ ସାହୁ ଯୋଗଦେଇ ଏହି ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହିତ ଛାତ୍ରଛାତ୍ରୀ ମାନଙ୍କର ଆଗାମୀ ଭବିଷ୍ୟତ ଉଜ୍ୱଳ କାମାନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର କୋଷାଧ୍ୟକ୍ଷ ରୁଦ୍ରାନ୍ତ ଦଳେଇ, ତିଳୋତମା ଚୌଧୁରୀ, ଅନିନ୍ଦିତା ମିଶ୍ର, ପ୍ରତାପ ଦାସ, ଅର୍ଜୁନ ସାହୁ, ବାବୁଲି ମହାରଣା, ଦୁଷ୍ମନ୍ତ ମହାନ୍ତି, ଆଲୋକ ରଥ, ଅରୁଣ ପରିଡା, ସନ୍ତୋଷ ଦଳେଇ, ଅମରେଶ ଜେନା, ନଜୁର୍ ମହମ୍ମଦ, ଶିଶିର ଦଳେଇ, ରାଜେନ୍ଦ୍ର ଦାସଙ୍କ ସମେତ ଅନୁଷ୍ଠାନର ସମସ୍ତ କର୍ମକର୍ତା ସହଯୋଗ କରିଥିବାବେଳେ ଅନୁଷ୍ଠାନର ସଭ୍ୟ ସତ୍ୟନାରାୟଣ କର କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ । ପରିଶେଷରେ ଉପସ୍ଥିତ ଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।