ସ୍ଵାଧୀନ ଭାରତ ରେ ଶୁଭୁଛି : ମଣିମା ମୋ ଦୁଃଖ ଶୁଣିବା ହଉ !

କୋମଳ ବୟସରେ ପରିବାର ବୋଝ , ଜଳଖିଆ ବିକ୍ରି କରି ମେଣ୍ଟାଉଛନ୍ତି ପରିବାର …

ଢ଼େଙ୍କାନାଳ : ହାତରେ କଲମ ଧରି ପାଠ ପଢିବା ବୟସରେ କାନ୍ଧରେ ପରିବାର ବୋଝ I ନିଜର ସୁନେଲି ଭବିଷ୍ୟତ ଗଢିବା ସୁନ୍ଦର ସୁସ୍ଥ ଜୀବନ ବଞ୍ଚିବାର ସ୍ୱପ୍ନ ଆଗରେ ବାଧକ ସାଜିଛି ଦାରିଦ୍ର୍ଯତା, ପରିବାର ର ଅସହାୟ ପରିସ୍ଥିତି , ପକ୍ଷାଘାତ ପିତାଙ୍କ ଜୀବନ ବଞ୍ଚିବାର ସଂଘର୍ଷ ଆଉ ଜନ୍ମଦାତ୍ରୀ ମାଆର ବିବଷତା କୁ ଏଡେଇବା ପାଇଁ ଦୁଇ ବେଳା ଜଳଖିଆ ବିକ୍ରି କରୁଛନ୍ତି ବାର ବର୍ଷର ବାଳକ I

ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଭୁବନ ଏନଏସି ସାତ ନମ୍ବର ୱାର୍ଡ ମୋଚି ସାହିର ଦୈତାରୀ ପାତ୍ର (୫୭) ବିଗତ ତିରିଶ ବର୍ଷ ଧରି ପ୍ରତିଦିନ ପ୍ରାୟ ୩୫ କିଲୋମିଟର ରାସ୍ତା ସାଇକେଲ ଆଇସ୍କ୍ରିମ୍ ବେପାର କରି ଗୁଜୁରାଣ ମେଣ୍ଟାଉ ଥିଲେ । ଆଜକୁ ପ୍ରାୟ ଛ’ ବର୍ଷ ତଳେ ଆଇସକ୍ରିମ ବିକ୍ରି କରି ଫେରୁଥିବା ସମୟରେ ସଡକ ଦୁର୍ଘଟଣା ରେ ଶିକାର ହୋଇ ଗୋଡ ଭାଙ୍ଗି ଯାଇଥିଲା I ଅର୍ଥାଭାବ ରୁ ଚିକିତ୍ସା ନକରିବାରୁ ଦୈତାରୀ ପାତ୍ର ପକ୍ଷାଘାତ ର ଶିକାର ହୋଇଛନ୍ତି । ଦୈତାରୀ ପକ୍ଷାଘାତରେ ଶିକାର ହେବା ପରେ ପରିବାର ଗୁଜୁରାଣ ମେଣ୍ଟାଇବା ଅସମ୍ଭବ ହୋଇପଡିଛି ।

ପରିବାର ର ଏପରି ଅବସ୍ଥା ଦେଖି ସାନପୁଅ ଶମ୍ଭୁ ପାତ୍ର ନିଜ ପିଣ୍ଡାରେ ଜଳଖିଆ ବିକ୍ରି କରୁଛନ୍ତି I ଦରଦାମ ବୃଦ୍ଧି ବଜାରରେ ଚାଳିଶ ପଚାଶ ଟଙ୍କା ଲାଭ ରେ ପରିବାର ର ଗୁଜୁରାଣ ମେଣ୍ଟାଇବା ନିଅଁଣ୍ଟିଆ ସାଜୁଥିବା ବେଳେ ବାପାଙ୍କୁ ଚିକିତ୍ସା କରିବା ଶମ୍ଭୁ ଙ୍କ ପାଇଁ ସ୍ଵପ୍ନ ପାଲଟିଯାଇଛି I ଏପଟେ ବଡ ଭାଇ କଲେଜ ରେ ପାଠ ପଢିବା ପାଇଁ ଏକ ଦୋକାନରେ ସହକର୍ମୀ ପାଲଟିଛନ୍ତି I ନିଜ ପରିବାର ଅଣ୍ଟା ସଳଖିବା ପାଇଁ ଦୁଇ ଭାଇ ଅପ୍ରାଣ ଚେଷ୍ଟା ଜାରି ରଖିଛନ୍ତି I

ଏ ଦିଗରେ ଜିଲ୍ଲା ପ୍ରଶାସନ ତ୍ଵରିତ ପଦକ୍ଷେପ ଗ୍ରହଣ କରିବା ସହିତ ସରକାରୀ ହେଉ ବା ବେସରକାରୀ ସ୍ତରରେ କିଛି ଆର୍ଥିକ ସହାୟତା ଯୋଗାଇ ପାଈଁ ପରିବାର ଲୋକ ନିବେଦନ କରିଛନ୍ତି I

Leave A Reply

Your email address will not be published.

7 − 6 =