ଜିଲ୍ଲାସ୍ତରୀୟ ଡେଙ୍ଗୁମାସ ପାଳନ : ଦମନ କାର୍ଯ୍ୟକ୍ରମ ଓ ମ୍ୟାଲେରିଆ ରୋଗର ନିରାକରଣ ପାଇଁ ଆନ୍ତଃ ସମନ୍ୱୟ ବୈଠକ !

ଢେଙ୍କାନାଳ : ଜିଲ୍ଲାସ୍ତରୀୟ ଡେଙ୍ଗୁ ମାସ ପାଳନ, ଦୁର୍ଗମ ଅଂଚଳରେ ମ୍ୟାଲେରିଆ ନିରାକରଣ (ଦମନ)କାର୍ଯ୍ୟକ୍ରମ ଓ ମ୍ୟାଲେରିଆ ରୋଗର ନିରାକରଣ ପାଇଁ ଅନ୍ତଃ ସମନ୍ୱୟ ବୈଠକ ଜିଲ୍ଲା ସଦଭାବନ ସଭାଗୃହରେ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି ।

ଜିଲ୍ଲାପାଳ ବ୍ଳକ ଓ ମୋ ପଞ୍ଚାୟତ କାର୍ଯ୍ୟକ୍ରମରେ ସମସ୍ତଙ୍କୁ ମ୍ୟାଲେରିଆ ,ଡେଙ୍ଗୁର ସୂଚନା ପତ୍ରିକା ବଣ୍ଟନ ଓ ସଚେତନ କରିବା ପାଇଁ ବ୍ଳକ ମେଡିକାଲ ଅଫିସରମାନଙ୍କୁ ଆଦେଶ ଦେବା ସହ ମାଇକ ମାଧ୍ୟମରେ କିପରି ସଚେତନ କରିବେବ ତା ଉପରେ ଗୁରୁତ୍ୱାରୋପ କରିଥିଲେ । ଆଶା ମାନଙ୍କୁ ମେଗାଫୋନ ମାଧ୍ୟମରେ ଲୋକମାନଙ୍କୁ ସଚେତନ କରିବା ପାଁ ଆଦେଶ ଦେଇଥିଲେ । ଯେଉଁ ସ୍ଥାନମାନଙ୍କୁ ସ୍ୱତନ୍ତ୍ର ଗୁରୁତ୍ୱ ଦେବା ପାଇଁ କହିଥିଲେ । କଙ୍କଡାହାଡ ବ୍ଳକକୁ ସ୍ୱତନ୍ତ୍ର ଗୁରୁତ୍ୱ ଦେବା ପାଇଁ ମଧ୍ୟ କହିଥିଲେ ।

ବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀଙ୍କୁ ଏ ବିଷୟରେ ଅବଗତ କରାଇବା, ମଶା ଲାର୍ଭା ନଷ୍ଟ ବିଷୟରେ ସଚେତନ କରାଇବା, ପିଲାମାନେ ଯେପରି ମଶାରୀ ବ୍ୟବହାର କରନ୍ତି ସେଥିପାଇଁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳ ଜିଲ୍ଲା ଶିକ୍ଷାଧିକାରୀ ଓ ଜିଲ୍ଲା ମଙ୍ଗଳ ଅଧିକାରୀ ଢେଙ୍କାନାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାରେ ପ୍ରତିଷ୍ଟତ ଶିଳ୍ପ ସଂସ୍ଥା ଗୁଡିକୁ ନିଜ ସ୍ଥାନ ମାନଙ୍କରେ ଓ ଶିଳ୍ପ ସଂସ୍ଥାର ପାଶ୍ୱର୍ବର୍ତି ଗ୍ରାମ, ଗୁରତ୍ୱପୂର୍ଣ୍ଣ ସ୍ଥାନ ମାନଙ୍କରେ ସଚେତନ ଧର୍ମୀ ହୋଡିଂ ଓ ବ୍ୟାନର ଲଗାଇବା, ପତ୍ରିକା ମାଧ୍ୟମରେ କର୍ମଚାରୀଙ୍କୁ ସଚେତନ କରାଇବା, କୀଟନାଶକ ଔଷଧ ସିଞ୍ଚନ ଓ ଧୁଆଁ ଦେବା ପାଇଁ ଆଦେଶ ଦିଆଯାଇଅଛି । ସେହିପରି ପୌରାଞ୍ଚଳରେ ମଶାତେଳ ଠିକ ଭାବରେ ପକାଇବା, ଡ୍ରେନ ଠିକ ସମୟରେ ସଫାକରିବା, ହୋଡିଂ, ବ୍ୟାନର ,ପୋଷ୍ଟର ଲଗାଇବା, ସୂଚନା ପତ୍ରିକା ବଂଟନ କରିବା ଓ ସ୍ୱଚ୍ଛଭାରତ ଅଭିଯାନ ଅଳିଆ ଆବର୍ଜନା ଗାଡିରେ ସ୍ୱଚ୍ଛ ଭାରତ ଅଭିଯାନ ଗୀତ ସହିତ ମ୍ୟାଲେରିଆ ଓ ଡେଙ୍ଗୁ ସଚେତନତା ଗୀତ ବଜାଇବା ପାଇଁ ପୌର ନିର୍ବାହୀ ଅଧିକାରୀ ଓ ବିଜ୍ଞାପିତ ଅଞ୍ଚଳର ନିର୍ବାହୀ ଅଧିକାରୀ ତାଙ୍କ ସ୍ଥାନରେ ଏହିପରି କରିବା ପାଇଁ ଆଦେଶ ଦେଇଥିଲେ ଏବଂ ଜିଲ୍ଲାର ସମସ୍ତ କାର୍ଯ୍ୟାଳୟ, ବ୍ଳକ କାର୍ଯ୍ୟାଳୟ, ପଞ୍ଚାୟତ କାର୍ଯ୍ୟାଳୟ ଓ ଗାଁ ମାନଙ୍କରେ ପ୍ରତ୍ୟେକ ସପ୍ତାହରେ ରବିବାର ଦିନ ଡ୍ରାଏ ଦିନ ପାଳନ କରିବା ପାଇଁ ଅନୁରୋଧ କରିଥିଲେ ।

ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା.ଅଶୋକ କୁମାର ଦାଶ ମ୍ୟାଲେରିଆ ରୋଗର ଲକ୍ଷଣ ପ୍ରତିକାର ଓ ଡେଙ୍ଗୁ ରୋଗର ଲକ୍ଷଣ ପ୍ରତିକାର ଉପରେ ସୂଚନା ଦେବା ସହ କହିଥିଲେ ଆମ ଜିଲ୍ଲାରେ ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ (ଦମନ), ସମସ୍ତ ଆବାସିକ ସ୍କୁଲରେ ମ୍ୟାଲେରିଆ ପାଇଁ ରକ୍ତପରୀକ୍ଷା, ମଶାରୀ ବ୍ୟବହାର କରିବା, ଜ୍ୱର ହେଲାମାତ୍ରେ ତୁରନ୍ତ ରକ୍ତ ପରୀକ୍ଷା କରିବା ଓ ଆଶା ଓ ସ୍ୱାସ୍ଥ୍ୟକର୍ମୀମାନେ ଘର ଘର ବୁଲି ସମସ୍ତଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଜ୍ୱରହୋଇଥିବା ଲୋକମାନଙ୍କୁ ତୁରନ୍ତ ମ୍ୟାଲେରିଆ ରକ୍ତ ପରୀକ୍ଷା କରିବା ସହ କୋଭିଡ ପରୀକ୍ଷା କରିବା ପାଇଁ କହିଥିଲେ । ଜିଲ୍ଲା ଭେକ୍ଟର ବାହିତ ରୋଗ ପରାମର୍ଶ ଦାତା ତପନ କୁମାର ସାହୁ ପାୱାର ପଏଁଟ ପ୍ରେଜେଣ୍ଟେସନ ମାଧ୍ୟମରେ ମ୍ୟାଲେରିଆ ଡେଙ୍ଗୁ ଓ ଦମନ କାର୍ଯ୍ୟକ୍ରମର ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ ।

୨୦୨୧ ମସିହାରେ ମ୍ୟାଲେରିଆ ୪୪ ଜଣ ଓ ଡେଙ୍ଗୁ ୫୧ ଜଣ ଚିହ୍ନଟ ହୋଇଥିଲେ ଓ ୨୦୨୨ ବର୍ତମାନ ସୁଦ୍ଧା ମ୍ୟାଲେରିଆ ୨୭ ଜଣ ଓ ଡେଙ୍ଗୁ ୫ ଜଣ ଚିହ୍ନଟ ହୋଇଥିଲେ ବୋଲି କହିଥିଲେ । ଏମାନଙ୍କ ମଧ୍ୟରୁ ଏହି ରୋଗରେ କୌଣସି ଜଣେ ମୃତ୍ୟୁ ବରଣ କରିନାହାନ୍ତି ବୋଲି ସୂଚନା ଦେଇଥିଲେ । ରାଜ୍ୟ ଭେକ୍ଟର ବାହିତ ରୋଗ ନିର୍ଦ୍ଦେଶକ ଡା.ଶୁଭାଶିଷ ମହାନ୍ତି କହିଥିଲେ ମ୍ୟାଲେରିଆ ଓ ଡେଙ୍ଗୁ ଚିହ୍ନଟ ହେଲେ ସ୍ୱତନ୍ତ୍ର ଗୁରୁତ୍ୱ ଦେବା ସହ ସଚେତନ କରିବା ପାଇଁ କହିଥିଲେ ।

ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଢେଙ୍କାନାଳ ଉଦୟ କୁମାର ମହାପାତ୍ର,ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସାଫଲ୍ୟ ମଣ୍ଡିତ ପ୍ରଧାନ, ସଦର ଉପଜିଲ୍ଲାପାଳ ସ୍ନିଗ୍ଧାରାଣୀ ଧଳ,ହିନ୍ଦୋଳ ଉପଜିଲ୍ଲାପାଳ ଶିବାନନ୍ଦ ସ୍ୱାଇଁ, ପୌରାଂଚଳ ଚେୟାରମ୍ୟାନ ଶ୍ରୀମତୀ ଜୟନ୍ତୀ ପାତ୍ର, ପୌରାଂଚଳ ଅଧିକାରୀ ଅତନୁ କୁମାର ସାମନ୍ତ, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଜ୍ୟୋତିଷ ଚନ୍ଦ୍ର ମହାପାତ୍ର, ଜିଲ୍ଲା ଭେକ୍ଟର ବାହିତ ଅଧୁକାରୀ ଡା.ହିମାଂଶୁ ଶେଖର ହେମ୍ବ୍ରମ, ଜିଲ୍ଲା ଯକ୍ଷ୍ମା ଅଧିକାରୀ ଡା.ଗୁରୁପ୍ରସାଦ ଜେନା,ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିକ୍ଷକ ଡା. ଜୟକୃଷ୍ଣ ନାଏକ, ରାଜ୍ୟରୁ ଆସିଥିବା ଭେକ୍ଟର ବାହିତ ପରାମର୍ଶ ଦାତା ଦେବକାନ୍ତ ସନ୍ଦିବିଗ୍ରହ, ଜିଲ୍ଲା ସ୍ୱାସ୍ଥ୍ୟ ମିଶନର ପରିଚାଳିକା ସୋନାଲୀ ପ୍ରିୟଦର୍ଶିନୀ, ବିଡିଓ, ଶିଳ୍ପସଂସ୍ଥା କର୍ମଚାରୀ, ମେଡିକାଲ ଅଫିସର ପ୍ରମୁଖ ଉପସ୍ଥିତ ଥିଲେ ।
ଦିନରାତି ଆପ୍ରାଣ ଉଦ୍ୟମ କରିଚାଲିଥିବା ବେଳେ ଖୋଦ ଛାତ୍ର ଜନତା ରାଜ୍ୟ ସମ୍ପାଦକଙ୍କର ଏଭଳି ମିଥ୍ୟା ଘଟଣା ଦଳକୁ ନିନ୍ଦିତ କରିବାରେ ସହାୟତା ଯୋଗାଉଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.

20 − sixteen =