ସିସି ଟିଭି ଫୁଟେଜ ଆଧାରରେ ଗିରଫ ପ୍ରତିଶୃତି ପରେ ଆନ୍ଦୋଳନ ରୁ ଓହରିଲେ ନର୍ସିଂ ଛାତ୍ର !

ଢେଙ୍କାନାଳ : ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଦୁଇ ଦିନ ତଳେ ରୋଗୀଙ୍କ ସମ୍ପର୍କିୟ ନର୍ସିଂ ଛାତ୍ରଙ୍କୁ ମାଡ ମାରିବା ଘଟଣାକୁ ନେଇ ଉତେଜନା ଦେଖା ଦେଇଥିଲା । ଏହାକୁ ନେଇ ମେଡିକାଲ କର୍ମଚାରୀ ସମୂହ ଆନ୍ଦୋଳନକୁ ଓହ୍ଲାଇଥିଲେ ।

ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପ୍ରତିଶୃତି ଦିଆ ଯାଇଥିବା ବେଳେ ଦୁଇ ଦିନ ବିତି ଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ନେଇ ଆଜି ନର୍ସିଂଛାତ୍ର ଛାତ୍ରୀମାନେ ପୂନର୍ବାର ଆନ୍ଦୋଳନକୁ ଓହ୍ଲାଇଥିଲେ । ମେଡିକାଲ ଆଉଟଡୋର ସମ୍ମୁଖକୁ ତାଲା ପକାଇ ନର୍ସିଂ ଛାତ୍ରଛାତ୍ରୀ ମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ । ଏହାଦ୍ୱାରା ରୋଗୀସେବା ଠପ ହୋଇପଡିଥିଲା ।

ସ୍ୱାସ୍ଥ୍ୟ ସେବା ଠପ୍ ହୋଇପଡିବାକୁ ନେଇ ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀ ଡା.ଅଶୋକ କୁମାର ଦାଶ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚି ସିସି ଟିଭି ଫୁଟେଜ ଆଧାରରେ ଦୋଷୀମାନଙ୍କ ବିରୁଦ୍ଧରେ୨୪ ଘଂଟା ମଧ୍ୟରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶୃତି ଦେବାପରେ ଆନ୍ଦୋଳନରତ ନର୍ସିଂ ଛାତ୍ରଛାତ୍ରୀ ରୋଗୀମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ଆନ୍ଦୋଳନରୁ ଓହରି ରୋଗୀସେବାରେ ନିୟୋଜିତ ହୋଇଥିଲେ ।

Leave A Reply

Your email address will not be published.

6 + eleven =