କୋଟିପତି ଯନ୍ତ୍ରୀଙ୍କ ବାସଭବନ ରେ ଭିଜିଲାନ୍ସ ଚଢାଉ !

ଢେଙ୍କାନାଳ :ଗ୍ରାମ୍ୟ ନିର୍ମାଣ ବିଭାଗରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀଙ୍କ ଆୟ ବହିର୍ଭୁକ୍ତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ ହୋଇଛି ।

ଭିଜିଲାନ୍ସ ବିଭାଗ ପକ୍ଷରୁ ୭ଟି ଜାଗାରେ ଏକକାଳୀନ ଚଢାଉ ହୋଇଥିବାର ସୂଚନା ହସ୍ତଗତ ହୋଇଛି । ସୂଚନା ଅନୁଯାୟୀ ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଳକ ଗୁଣଦେଇ ଗ୍ରାମର ଦୁଷ୍ମନ୍ତ ଦେହୁରୀ ନିମାପଡା ଗ୍ରାମ୍ୟ ନିର୍ମାଣ ବିଭାଗରେ କାର୍ଯ୍ୟ କରୁଥିବା ବେଳେ ଆୟ ବହିର୍ଭୁକ୍ତ ସମ୍ପତି ଠୁଳ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଆଧାରକରି ଆଜି ଭିଜିଲାନ୍ସ ବିଭାଗର ଏକସ୍ୱତନ୍ତ୍ର ଟିମ ଯନ୍ତ୍ରୀଙ୍କ ଗୁଣଦେଇ ସ୍ଥିତ ପୈତୃକ ବାସଭବନରେ ଚଢାଉ କରିଥିବା ବେଳେ ସେଠାରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ଜବତ କରିଥିଲେ ।

ଭିଜିଲାନ୍ସ ବିଭାଗ ପକ୍ଷରୁ ଢେଙ୍କାନାଳ ସହର ଗାୟତ୍ରୀ ନଗର, ଦକ୍ଷିଣକାଳୀ ଓ ଅନ୍ୟାନ୍ୟ ସ୍ଥାନରେ ଚଢାଉ କରିଥିଲେ । ଚଢାଉ ସମୟରେ ଢେଙ୍କାନାଳ ସହରରେ ୨୧ଟି ପ୍ଲଟର କାଗଜାତ୍ ଜବତ କରିଥିବା ବେଳେ ଭୁବନେଶ୍ୱରରେ ୨ଟି ପ୍ଲଟ ଥିବାର ଜାଣିବାକୁ ପାଇଥିଲେ । ଏହି ଚଢାଉ ସମୟରେ ନଗଦ ୧ଲକ୍ଷ ଟଙ୍କା ,ସୁନା ଗହଣା, ୪୭ଲକ୍ଷ ଟଙ୍କାର ବିଭିନ୍ନ ବ୍ୟାଙ୍କରେ ଥିବା ଫିକ୍ସଡ ଡିପୋଜିଟ କାଗଜାତ ଜବତ କରିଥିବାର ଜଣାପଡିଛି । ଜବତ କାଗଜାତ ଓ ପ୍ଲଟର ମୁଲ୍ୟ ସଠିକ ଭାବେ ଆକଳନ କରାଯାଇ ନଥିବା ବେଳେ ତାହା କୋଟି କୋଟି ଟଙ୍କା ମୂଲ୍ୟର ସମ୍ପତିହେବ ବୋଲି ଆକଳନରୁ ଜଣାପଡିଛି ।

Leave A Reply

Your email address will not be published.

twelve + 9 =