ମହାବାହୁଙ୍କ ରତ୍ନ ସିଂହାସନକୁ ବିଜେ !

ଢେଙ୍କାନାଳ  :ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁ ମାଉସୀ ମା’ ଗୁଣ୍ଡିିଚା ମନ୍ଦିରରୁ ବାହୁଡା ଯାତ୍ରାରେ ଆସିବା ପରେ    ସଂଧ୍ୟାରେ ଶ୍ରୀ ମନ୍ଦିରର ରତ୍ନ ସିଂହାସନକୁ ପ୍ରତ୍ୟାବର୍ତନ କରିଛନ୍ତି ।

 ଗତ ଜୁଲାଇ ୧  ତାରିଖରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ପତିତ ମାନଙ୍କ ଉଦ୍ଧାର ପାଇଁ ଘୋଷଯାତ୍ରାରେ ବଡଦାଣ୍ଡକୁ ବାହାରି ଆସି   ମାଉସୀ ମା’ ଗୁଣ୍ଡିିଚା ମନ୍ଦିର ସ୍ଥିତ ଜନ୍ମବେଦୀରେ ଗତ ୯ ଦିନ ଧରି ଭକ୍ତମାନଙ୍କୁ ବିଭିନ୍ନ ବେଶରେ ଦର୍ଶନ ଦେଇଥିଲେ ।  ଗତ ୫ ତାରିଖ ହେରାପଂଚମୀ ଅବସରରେ ମାଉସୀ ମା ମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଶ୍ରୀମନ୍ଦିରକୁ ବାହୁଡିିବାକୁ ମା’ ମହାଲକ୍ଷ୍ମୀ ଅନୁରୋଧ କରିଆସିଥିଲେ । ଦଶମୀ ତିଥି ୯ ତାରିଖରେ ଆଡପ ମଣ୍ଡପରୁ ବାହୁଡାଯାତ୍ରାରେ ଫେରି ଆସିବାପରେ ରଥଗଡା ଠାରେ ଅବସ୍ଥାନ କରିଥିଲେ । ଗତ ୧୦ତାରିଖରେ ରଥ ଉପରେ ହରିଶୟନ ଓ ଏକାଦଶୀ ବ୍ରତ ପାଳନ କରି ସନ୍ଧ୍ୟାରେ ସୁନାବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ । ମହାପ୍ରଭୁଙ୍କ ଠାରେ ଅଧରପଣା ଲାଗି କରାଯାଇଥିଲା ।

ପରେ ସନ୍ଧ୍ୟାରେ ଘଣ୍ଟ, ଖୋଳ, କୀର୍ତନ ମଧ୍ୟରେ ମହାବାହୁଙ୍କ ପହଣ୍ଡିିବିଜେ ଆରମ୍ଭ ହୋଇଥିଲା । ସେବାୟତମାନଙ୍କ ଗହଣରେ ରଥଗଡାସ୍ଥିତ ରଥ ଉପରୁ ମହାବାହୁ  ପହଣ୍ଡି  ବିଜେରେ ଶ୍ରୀମନ୍ଦିରକୁ  ପ୍ରତ୍ୟାବର୍ତନ କରିଥିଲେ । ମହାପ୍ରଭୁ ଶ୍ରୀ ମନ୍ଦିର ସିଂହଦ୍ୱାର ପାରହୋଇ ରତ୍ନବେଦୀରେ ବିଜେ ହେବାପାଇଁ ଯିବାବେଳେ ମା’ ମହାଲକ୍ଷ୍ମୀ ଅଭିମାନ କରି ଦ୍ୱାର ବନ୍ଦ କରିଦେଇଥିଲେ । ମାନଭଜନ ପାଇଁ ପାରମ୍ପରିକ ରୀତିରେ ଦୁଇ ଜଣ ପୁରୋଧାଙ୍କ ମା୍ମମରେ ଲକ୍ଷ୍ମୀ ନାରାୟଣ କଳି ଗୀତ ବୋଲା ହେବାପରେ କବାଟ ଖୋଲିଥିଲା ।  ମାଙ୍ଗଳାର୍ପଣ ପୂଜା, ପଂଚାମୃତ ସ୍ନାନ ପରେ ମହାପ୍ରଭୁ ରତ୍ନବେଦୀରେ ବିଜେ ହୋଇଥିଲେ ଏବଂ ଦୈନନ୍ଦିନ ନୀତି ସମାପନ ହେବା ପରେ ମହାପ୍ରଭୁଙ୍କ ପହୁଡ ପଡିଥିଲା ।

Leave A Reply

Your email address will not be published.

two × two =