ଢେଙ୍କାନାଳ : ଜିଲ୍ଲାରେ ପ୍ରତିଦିନ ୨୫ ରୁ ୩୦ ୟୁନିଟି ରକ୍ତ ଆବଶ୍ୟକତା ରହୁଛି । ଜିଲ୍ଲା ରକ୍ତଭଣ୍ଡାରରେ ରକ୍ତ ଅଭାବକୁ ଦୂର କରିବା ପାଇଁ ଗୁରୁଦେବଜୀ ଫାଉଣ୍ଡେସନ୍ ତରଫରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଛି ।
ଏହାକୁ ନଜରରେ ରଖି ଢେଙ୍କାନାଳର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗୁରୁଦେବଜୀ ଫାଉଣ୍ଡେସନ୍ ତରଫରୁ ବସ୍ଷ୍ଟାଣ୍ଡ ନିକଟସ୍ଥ ରୋଟାରୀ ଭବନ ପରିସରରେ ରେଡ୍ ଡୋନର୍ କ୍ଲବ୍ ସହଯୋଗରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ଜିଲ୍ଲାପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ ଯୋଗଦେଇ ଉଦ୍ଘାଟନ କରିଥିଲେ ।
ସମ୍ମାନିତ ଅତିଥି ଭାବେ ଜିଲ୍ଲା ରେଡ୍କ୍ରସ୍ର ଉପସଭାପତି ବିରଂଚି ନାରାୟଣ ପାଣି, ବିଜୁ ମହିଳା ସଭାନେତ୍ରୀ ସାଗରିକା ମିଶ୍ର, ଡାକ୍ତର ଶାନ୍ତି ଭୂଷଣ ପଣ୍ଡା, କ୍ରୀଡା ଘୋଷକ ଅମୀୟ କୁମାର ଚାନ୍ଦ, ରୋଟାରିଆନ୍ ରାଜକିଶୋର ବେହେରା, ସୌମ୍ୟା ମିଶ୍ର ପ୍ରମୁଖ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଗୁରୁଦେବଜୀଫାଉଣ୍ଡେସନ୍ର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଇଂ. ସୌମ୍ୟବ୍ରତ ସାହୁଙ୍କ ୨୯ତମ ଜନ୍ମଦିନ ଅବସରରେ ରକ୍ତଦାନ ଶିବିର ଅନୁଷ୍ଠାନ ପକ୍ଷରୁ ଆୟୋଜିତ କରିଥିବାରୁ ଅନୁଷ୍ଠାନକୁ ଅଧ୍ୟକ୍ଷା ଶ୍ରୀମତୀ ପୁହାଣ ଭୂୟଷୀ ପ୍ରଶଂସା କରିଥିବାବେଳେ ଏହିଭଳି ନିଆରା ସେବା ପାଇଁ ଅଧ୍ୟକ୍ଷ ଶ୍ରୀ ସାହୁଙ୍କ ସମାଜ ପ୍ରତି କରିଥିବା ବିଭିନ୍ନ ସେବା କାର୍ଯ୍ୟକ୍ରମଗୁଡିକ ଉଚ୍ଚ ପ୍ରଶଂସନୀୟ ବୋଲି ସେ ପ୍ରକାଶ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ୧୧ଦିନ ଧରି ଚାଲିଥିବା ବୃକ୍ଷରୋପଣ ଓ ସଚେତନତା କାର୍ଯ୍ୟକ୍ରମର ଶେଷ ଦିନରେ ରକ୍ତଦାତା ଓ ସ୍ୱେଚ୍ଛାସେବୀମାନଙ୍କୁ ଚାରା ବଣ୍ଟନ କରାଯାଇଥିଲା । ଜିଲ୍ଲା ରକ୍ତଭଣ୍ଡାରର ଲାବରଟୋରୀ ଟେକ୍ନିସିଆନ୍ ପରମାନନ୍ଦ ପଣ୍ଡାଙ୍କ ନେତୃତ୍ୱରେ ଶିବିରରୁ ମୋଟ୍ ୩୯ ୟୁନିଟି ରକ୍ତ ସଂଗ୍ରହ କରାଯାଇଥିଲା । କାର୍ଯ୍ୟକ୍ରମକୁ ଗୁରୁଦେବଜୀ ଫାଉଣ୍ଡେସନ୍ ସଦସ୍ୟା ସୁଶ୍ରୀ ଶିବାନୀ ସାମଲ ଓ ମମତା ମାହୁଁନ୍ତ ପରିଚାଳନା କରିଥିବାବେଳେ ସଦସ୍ୟ ଆଶୁତୋଷ ପାଢୀ, ଇନ୍ଦ୍ରଜିତ୍ ସାହୁ, ବିଶ୍ୱଜିତ୍ ପ୍ରଧାନ, ଡାର୍ଲିନ୍ ଡାଲ୍ଟନ୍, ସୌଭାଗ୍ୟ ବରାଳ, ପ୍ରତାପ ନାୟକ, କାହ୍ନାଜୀ ମହାରଣା, ସତ୍ୟଜିତ୍ ରାଉତ ଓ ଅନୁଷ୍ଠାନର ସଦସ୍ୟ/ସଦସ୍ୟା ପ୍ରମୁଖ ଶୁଭେଚ୍ଛୁ ଉପସ୍ଥିତ ରହି ସହଯୋଗ କରିଥିଲେ ।