ରାସାୟନିକ ଗ୍ୟାସ ଦୁର୍ଘଟଣାର ମୁକାବିଲା ନିମନ୍ତେ ମକ୍ ଡ୍ରିଲ ଏକ ପ୍ରସ୍ତୁତି ବୈଠକ !

ଢେଙ୍କାନାଳ : ବିଭିନ୍ନ ଶିଳ୍ପାନୁଷ୍ଠାନରେ ବ୍ୟବହୃତ ହେଉଥିବା ରାସାୟନିକ ଗ୍ୟାସ ପରିବହନ ସମୟରେ ରାସ୍ତାରେ ଦୁର୍ଘଟଣା ଗ୍ରସ୍ତ ହୋଇ ଧନଜୀବନର କ୍ଷୟ କ୍ଷତି ଘଟାଇଥାଏ ।

ଦୁର୍ଘଟଣା ଗ୍ରସ୍ତ ଗାଡିରୁ ରାସାୟନିକ ଗ୍ୟାସ ନିର୍ମନକୁ ରୋକିବା ସହିତ ଏହାର କୁପ୍ରଭାବକୁ ପ୍ରଶମନ କରିବା ନିମନ୍ତେ ମହିଷାପାଟ ବାଇପାସ ଜାତୀୟ ରାଜପଥରେ ଏକ ମକ୍‌ଡ୍ରିଲ ଆୟୋଜନ କରାଯାଇଛି । ଏହି ମକ୍ ଡ୍ରିଲ ଆୟୋଜନ ନିମନ୍ତେ ଆଜି ଅତିରିକ୍ତ ଜିଲ୍ଲାପାଳ ଶଶାଙ୍କ ଶେଖର ଦାଶଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତ ବୈଠକଗ ଅନୁଷ୍ଠିତ ହୋଇଯାଇଛି ।

ଏହି ଗ୍ୟାସ ଦୁର୍ଘଟଣା ସମୟରେ ଧନଜୀବନର ସୁରକ୍ଷା ଦୃଷ୍ଟିରୁ ପୋଲିସ, ଅଗ୍ନିଶମ, ସ୍ୱାସ୍ଥ୍ୟ ବିଭାଗ ଭଳି ଷ୍ଟେକ ହୋଲ୍ଡରମାନେ ଏନଡିଆରଏଫ ଏବଂ ଓଡ୍ରାଫ୍ ଟିମକୁ ଉଦ୍ଧାର କାର୍ଯ୍ୟରେ ଆବଶ୍ୟକ ସାହାଯ୍ୟ ସହଯୋଗ କରିବାକୁ ଅତିରିକ୍ତ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ରାସାୟନିକ ଗ୍ୟାସ ପରିବହନ ସମୟରେ ରାସ୍ତାରେ ଦୁର୍ଘଟଣା ଗ୍ରସ୍ତହେଲେ ଜନସାଧାରଣଙ୍କ ଧନଜୀବନ ସୁରକ୍ଷିତ ରଖିବାରେ ଗଣମାଧ୍ୟମର ଭୁମିକା ଗୁରୁତ୍ୱପୂର୍ଣ୍ଣ ବୋଲି ସେ ମତବ୍ୟକ୍ତ କରିଛନ୍ତି ।

ଏନଡିଆରଏଫ, କଟକର ଇନିସ୍ପେକ୍ଟର ଏସ.ଏସ, ସୁମନ, ରାସ୍ତାରେ ରାସାୟନିକ ଗ୍ୟାସ ଲିକ ଡେମୋ କରାଯାଇ ତାହାକୁ କିଭଳି ମୁକାବିଲା କରାଯାଇଥାଏ ତାହା ପ୍ରଦର୍ଶନ କରି ଧନଜୀବନ ରକ୍ଷା ନିମନ୍ତେ ଜନ ସଚେତନତା ସୃଷ୍ଟି କରାଯିବ ବୋଲି ପ୍ରକାଶ କରିଛନ୍ତି । ଗ୍ୟାସ ଦୁର୍ଘଟଣା ହେଲେ ତୁରନ୍ତ ଜିଲ୍ଲା ପ୍ରଶାସନ ସହିତ ଯୋଗାଯୋଗ କଗରି ବିହିତ ପ୍ରତିଷେଧକ ମୁଳକ ବ୍ୟବସ୍ଥା କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ଏହି ପ୍ରସ୍ତୁତି ବୈଠକରେ ଆପାତକାଳୀନ ଅଧିକାରୀ ଶ୍ରୀମତୀ ସ୍ନିଗ୍ଧା ଛାୟା ମହାପାତ୍ର, ଓସଡମା ଡି.ପି.ଓ ନିମାଇଁ ଚରଣ ଦାଶ, ଓଏସଏପି ପ୍ରଥମ ବାଟାଲିଆନର କମାଣ୍ଡାଂଟ ସୁଧୀର ବେହେରା, ରେଡକ୍ରସ ଶାଖାର ଭାଇସ ପ୍ରେସିଡେଣ୍ଟ ବିରଞ୍ଚି ନାରାୟଣ ପାଣି, ପୋଲିସ ଅଧିକାରୀ, ଓଡ୍ରାଫର ମେମ୍ବର୍ସ, ସମସ୍ତ ଶିଳ୍ପାନୁଷ୍ଠାନର ପ୍ରତିନିଧି, ସ୍ୱେଚ୍ଛାସେବି ଅନୁଷ୍ଟାନର ସଦସ୍ୟ, ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

10 − 5 =