ସଦର ବ୍ଲକ ଉପାଧ୍ୟକ୍ଷ ଭାବେ କାଳନ୍ଦୀ ବାରିକ ନିର୍ଦ୍ୱନ୍ଦ ରେ ନିର୍ବାଚିତ ହେଲେ !

ଢ଼େଙ୍କାନାଳ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପ୍ରକ୍ରିୟାରେ ଆଜି ରାଜ୍ୟର ର ବିଭିନ୍ନ ବ୍ଲକ ଉପାଦକ୍ଷ ପଦ ପାଇଁ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରେ ସଦର ବ୍ଲକ ଠାରେ ଅନୁଷ୍ଠିତ ନିର୍ବାଚନରେ ରେ ଚାଉଳିଆ ଗ୍ରାମପଞ୍ଚାୟତ ର ସମିତିସଭ୍ଯ କାଳିନ୍ଦୀ ବାରିକ ଉପାଦକ୍ଷ ଭାବେ ନିର୍ଦ୍ବନ୍ଦ ଭାବେ ନିର୍ବାଚନରେ ନିର୍ବାଚିତ ହୋଇଛନ୍ତି ।

ସୂଚନା ଥାଉକି ସଦର ବ୍ଲକ ୩୦ ଟି ପଞ୍ଚାୟତ କୁ ନେଇ ଗଠିତ ହୋଇଥିବା ବେଳେ ୨୧ ଟି ପଞ୍ଚାୟତ ଢେଙ୍କାନାଳ ରେ ଥିବା ବେଳେ ୦୯ ଟି ପଞ୍ଚାୟତ କାମାକ୍ଷାନଗର ନିର୍ବାଚନୀ ମଣ୍ଡଳୀ ଅନ୍ତର୍ଭୂକ୍ତ ଅଛି । ଅଧ୍ୟକ୍ଷ ଭାବେ ଢେଙ୍କାନାଳ ନିର୍ବାଚନମଣ୍ଡଳୀ ରୁ ନିର୍ବାଚନରେ ନିର୍ବାଚିତ ହୋଇଥିବା ବେଳେ ଉପାଦକ୍ଷ ପଦବୀ କାମାକ୍ଷା ନଗର ନିର୍ବାଚନୀ ମଣ୍ଡଳୀରୁ ନିର୍ବାଚିତ ହୋଇଛନ୍ତି ।

ଆଗାମୀ ଦିନରେ ରାଜ୍ୟ ଓ କେନ୍ଦ୍ର ସରକାର ଦ୍ବାରା ପ୍ରଣୟନ ହେଊଥିବା ବିଭିନ୍ନ ଯୋଜନା କୁ ଜନସାଧାରଣ ପାଖରେ ପହଞ୍ଚାଇବାକୁ ଉଭୟ ଅଧ୍ୟକ୍ଷ ରାଜଶ୍ରୀ ନାୟକ ଓ ଉପାଦକ୍ଷ କାଳିନ୍ଦୀ ବାରିକ ମତବ୍ୟକ୍ତ କରିଛନ୍ତି।

Leave A Reply

Your email address will not be published.

4 − one =