ଆକାଂକ୍ଷା ଜିଲ୍ଲା ୨୪ଟି ବିଭାଗ କାର୍ଯ୍ୟକ୍ରମର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ-ନିତ୍ୟାନନ୍ଦ ରାଏ !

ଢେଙ୍କାନାଳ : କେନ୍ଦ୍ର ସରକାରଙ୍କ ଦ୍ୱାରା ଘୋଷଣା ହୋଇଥିବା ଆକାଂକ୍ଷା ଜିଲ୍ଲାର ଉନ୍ନତି ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିବା ପାଇଁ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏ ଢେଙ୍କାନାଳ ଗସ୍ତରେ ଆସି ସର୍କିଟ ହାଉସ ଠାରେ ୨୪ଟି ବିଭାଗରେ ଚାଲିଥିବା କାର୍ଯ୍ୟ ଗୁଡିକର ସମୀକ୍ଷା କରି ସନ୍ତୋଷ ବ୍ୟକ୍ତ ପ୍ରଦାନ କରିଥିଲେ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାର ସମୀକ୍ଷା କରିବା ସହିତ ପିଏମଜିଏସୱାଇ-୨ ,୨୦୧୮-୧୯ , ଫେଜ-୩ରେ ୨୦୨୦-୨୧ ଆର୍ଥିକ ବର୍ଷରେ ମୋଟ ଜିଲ୍ଲାକୁ ବିଭିନ୍ନ ପର୍ଯ୍ୟାୟରେ ୪,୨୨୫.୦୯୦ ଲକ୍ଷ ଟଙ୍କା ଆସିଥିବା ବେଳେ ତାହା ଖର୍ଚ୍ଚ ହୋଇଥିବା ଜାଣିବାକୁ ପାଇଥିଲେ ।ସେହିପରି ଏନଆରଡିଡବ୍ଲ୍ୟୁପି ପ୍ରୋଜେକ୍ଟ ପାଇଁ ୨୦୨୦-୨୧ ଆର୍ଥିକ ବର୍ଷରେ ମୋଟ ୫,୭୦୩.୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ, ପ୍ରଧାନମନ୍ତ୍ରୀ ପୋଷଣ (ଏମଡିଏମ) ଯୋଜନାର ସମୀକ୍ଷା କରିଥିଲେ ।

ସମଗ୍ର ଶିକ୍ଷା ବାବଦରେ ସମୀକ୍ଷା କରି ମୋଟ ୪,୪୪୮.୧୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ସମୀକ୍ଷାରୁ ଜାଣିବାକୁ ପାଇଥିଲେ । ଏତଦ୍ ବ୍ୟତୀତ ସମନ୍ୱିତ ଶିଶୁ ପ୍ରକଳ୍ପ ବିଭାଗର, ମହିଳା କଲ୍ୟାଣ, ସ୍ୱଧାର ସେଲ୍ଟର ହୋମ,ୱାନ ଷ୍ଟପ ସେଣ୍ଟର ସଖି ଏବଂ ଉଜ୍ଜାଲା ହୋମ ପ୍ରଭୃତିର ସମୀକ୍ଷା କରିଥିଲେ । କେନ୍ଦ୍ର ମନ୍ତ୍ରୀ ଶ୍ରୀ ରାଏ ବିଦ୍ୟୁତ ବିଭାଗର ସମୀକ୍ଷା ବେଳେ ସୌଭାଗ୍ୟ,ଡିଡିୟୁ ଜିଜେୱାଇ ଏବଂ ଏନଟିପିସି ଦ୍ୱାରା କାର୍ଯ୍ୟକାରୀ ହେଉଥିବା ସୌଭାଗ୍ୟ ଯୋଜନାର ସମୀକ୍ଷା କରିଥିଲେ । 

ଅନ୍ୟପଟେ ଶିକ୍ଷିତ ବେକାର ମାନଙ୍କ ପାଇଁ ଲାଗୁ ହୋଇଥିବା ପିଏମଇଜିପି ଯୋଜନାର ସମୀକ୍ଷା କରିବା ସହିତ ମୋଟ ୨୦୨୧-୨୨ ଆର୍ଥିକ ବର୍ଷରେ ୩୮୫.୪୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ଜାଣିବାକୁ ପାଇଥିଲେ । ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଦିନଦୟାଲ ଉପାଧ୍ୟାୟ ବିଭାଗର ସମୀକ୍ଷା କେନ୍ଦ୍ରମନ୍ତ୍ରୀ ଶ୍ରୀ ରାୟ କରିଥିବା ବେଳେ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନାରେ ୪୬୦.୦୦ଲକ୍ଷ ଟଙ୍କା ଜିଲ୍ଲା କାର୍ଯ୍ୟକାରୀ କରାଯାଇଥିବା ବିଷୟ ସମୀକ୍ଷାରୁ ଜାଣିବାକୁ ପାଇଥିଲେ ।

ବିଶେଷକରି ଏନଜିଏନଆରଇଜିଏ ଯୋଜନା ,ସ୍ୱଚ୍ଛ ଭାରତ ମିଶନ ଗ୍ରାମୀଣ ଓ ସହର ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ସହର ଓ ଗ୍ରାମୀଣ ଯୋଜନା ପ୍ରଭୃତିର ସମୀକ୍ଷା କରି ସନ୍ତୋଷ ପ୍ରକାଶ କରିଥିଲେ । ଜିଲ୍ଲାରେ ଚାଲିଥିବା ଅମୃତ ସରୋବର ଯୋଜନା ଉପରେ ସମୀକ୍ଷା କରିବା ସହିତ ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନା, ଉଠା ଜଳସେଚନ ବିଭାଗର ବିକେଭିୱାଇ ଏବଂ ସେଚ କାର୍ଯ୍ୟକ୍ରମ ସମୀକ୍ଷା କରିବା ସହିତ ପଂଚଦଶ କେନ୍ଦ୍ରୀୟ ଅର୍ଥ କମିଶନ ଏବଂ ଡିଜିଟାଲ ଇଣ୍ଡିଆ ଲ୍ୟାଣ୍ଡ ରେକର୍ଡସ୍ ମଡର୍ଣ୍ଣାଇଜେସନ ପ୍ରୋଗ୍ରାମ(ଡିଆଇଏଲଆରଏମପି) କାର୍ଯ୍ୟଗୁଡିକ ସମୀକ୍ଷା କରିଥିଲେ ।

ଏହି ଯୋଜନା ଅନୁଯାୟୀ ଜିଲ୍ଲାପାଇଁ ୩୪,୬୫,୨୧୨/- ଟଙ୍କା ବିଭିନ୍ନ ତହସିଲର ରେକର୍ଡ ରୁମକୁ ମଡର୍ଣ୍ଣାଇଜେସନ କରିବା ପାଇଁ ଆସିଥିବା ବେଳେ ଏହାର କାର୍ଯ୍ୟ ଚାଲିଥିବା ବିଷୟ ଜାଣିବାକୁ ପାଇଥିଲେ । ବିଶେଷକରି ଆକାଂକ୍ଷୀ ଜିଲ୍ଲା ହିସାବରେ ସ୍ୱାସ୍ଥ୍ୟ,ଶିକ୍ଷା, କୃଷି ,ଜଳସେଚନ,ସ୍କିଲ ଡେଭଲପମେଂଟ ଏବଂ ଇନଫ୍ରାଷ୍ଟ୍ରକଚରର ହେଉଥିବା କାର୍ଯ୍ୟକ୍ରମ ଗୁଡିକର ସମୀକ୍ଷା କରିବା ସହିତ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାୟ ସନ୍ତୋଷ ବ୍ୟକ୍ତ କରିଥିବା ବେଳେ ଏହି କାର୍ଯ୍ୟକ୍ରମ ଗୁଡିକୁ ଆହୁରି ଦୃତଗତିରେ ତ୍ୱରାନ୍ୱିତ କରିବାକୁ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କୁ ପରାମର୍ଶ ଦେଇଥିଲେ ।

ଏହି ସମୀକ୍ଷା ବୈଠକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଶ୍ରୀ ସେଠୀଙ୍କ ସହିତ ଅତିରିକ୍ତତ ଜିଲ୍ଲାପାଳ (ରାଜସ୍ୱ) ଉଦୟ କୁମାର ମହାପାତ୍ର,ରମେଶ ଚନ୍ଦ୍ର ସେଠୀ (ପ୍ରଶାସନ),ପ୍ରକଳ୍ପ ନିର୍ଦ୍ଦେଶକ ସାଫଲ୍ୟ ମଣ୍ଡିତ ପ୍ରଧାନ, ଜିଲ୍ଲା ଯୋଜନା ଉପନିର୍ଦ୍ଦେଶକ ସରୋଜ କୁମାର ସେଠୀ ,ନଗରପାଳ ଜୟନ୍ତ୍ରୀ ପାତ୍ର , ରାମଚନ୍ଦ୍ର ପାତ୍ର ପ୍ରମୁଖଙ୍କ ସହ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ସମୀକ୍ଷା କାର୍ଯ୍ୟରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ ।

Leave A Reply

Your email address will not be published.

two × two =