ଦୁର୍ଗମ ଅଞ୍ଚଳ ଗ୍ରାମକୁ ପରିଦର୍ଶନ ରେ ଯାଇ ସମସ୍ୟା ବୁଝିଲେ ଜିଲ୍ଲାପାଳ !

ଢ଼େଙ୍କାନାଳ : କାମାକ୍ଷାନଗର ବ୍ଲକ ତୁମୁସିଙ୍ଗା ପଞ୍ଚାୟତର ଦୁର୍ଗମ ମହୁଲଡ଼ଗର ଗ୍ରାମକୁ ପରିଦର୍ଶନ ରେ ଯାଇ ସମସ୍ୟା ବୁଝିଛନ୍ତି ଜିଲ୍ଲାପାଳ ସରୋଜ କୁମାର ସେଠୀ।

ଏହି ଉପଲକ୍ଷେ ସେ ପାରମ୍ପରିକ ବାଦ୍ୟର ତାଳେ ତାଳେ ଆଦିବାସୀ ମହିଳାଙ୍କ ସହ ନୃତ୍ୟ ପରିବେଷଣ କରିଥିଲେ। ଏଥିସହ ଅଞ୍ଚଳରେ ବିକାଶ କାର୍ଯ୍ୟ ତ୍ୱରାନ୍ୱିତ କରାଯିବ ବୋଲି ସେ ଅଞ୍ଚଳବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

ମହୁଲଡ଼ଗର ଅଞ୍ଚଳରେ ଆଶାଜନକ ବିକାଶ ହୋଇପାରି ନାହିଁ। ଏହାକୁ ନେଇ ବିଭିନ୍ନ ସମୟରେ ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି। ଦୁର୍ଗମ ଅଞ୍ଚଳର ବାସ୍ତବ ସ୍ଥିତି ପରଖ ବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଥିବାବେଳେ ଜିଲ୍ଲାପାଳ ଅନ୍ୟ ପ୍ରଶାସନିକ ଅଧକାରୀଙ୍କ ସହିତ ଗ୍ରାମରେ ପହଞ୍ଚିଥିଲେ। ଜିଲାପାଳଙ୍କୁ ଦେଖି ଅଞ୍ଚଳବାସୀ ଉତ୍ସାହିତ ହୋଇପଡ଼ିଥିବା ବେଳେ ଭବ୍ୟ ସ୍ୱାଗତ କରିଥିଲେ।

ଏହାପରେ ଜିଲ୍ଲାପାଳ ଗ୍ରାମବାସୀଙ୍କ ସହ ସେମାନେ ଭୋଗୁଥିବା ଅସୁବିଧା ସମ୍ପର୍କ ରେ ସିଧାସଳଖ ଆଲୋଚନା କରିଥିଲେ। ପାନୀୟ ଜଳ, ରାସ୍ତାଘାଟକୁ ନେଇ ଲାଗି ରହିଥିବା ସମସ୍ୟାର କିଭଳି ସମାଧାନ ହୋଇପାରିବ, ସେ ନେଇ ପରାମର୍ଶ ଲୋଡ଼ିଥଲେ। ସରକାରୀ ଯୋଜନା ପହଞ୍ଚି ପାରୁଛି କି ନାହିଁ , ଲୋକମାନେ କିପରି ସରକାରଙ୍କ ଜନହିତକର ଯୋଜନାର ଲାଭ ଉଠାଇ ପାରିବେ ସେ ନେଇ ଆଲୋଚନା କରିଥିଲେ।

ଜିଲ୍ଲାପାଳଙ୍କ ସହିତ ଉପ ଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ, ବିଡିଓ ବିକାଶ ମହାନ୍ତି , ଜିଲ୍ଲା ପରିଷଦ ସଭ୍ୟ ଅଶୋକ ବେହେରା, ସରପଞ୍ଚ ପ୍ରିୟଙ୍କା ସାହୁ , ନିର୍ବାହୀ ଅଧିକାରୀ ଗୋବର୍ଧନ ସାହୁ , ଯନ୍ତ୍ରୀ ପ୍ରହଲ୍ଲାଦ ନାଥ, ଆଦିବାସୀ ଚେତନା ସଙ୍ଗଠନ କର୍ମକର୍ତ୍ତା ଗଙ୍ଗାରାମ ପୂର୍ତ୍ତି , ୱାର୍ଡମେମ୍ବର ମଞ୍ଜୁ ପୂର୍ତ୍ତି ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

eleven − 7 =