ଢେଙ୍କାନାଳ : ସ୍ଥାନୀୟ ବାଜିଚୌକ ଛକଠାରେ ଶ୍ରୀଗୁଣ୍ଡିଚା ଠାରୁ ୯ଦିନ ବ୍ୟାପୀ ଅନୁଷ୍ଠିତ ଭଜନ ସମାରୋହର ଥିଲା ଶେଷ ଦିବସ ।
ବାହୁଡା ଯାତ୍ରାରେ ଏହି ଭଜନ ସମାରୋହର ଶେଷ ଦିବସରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ସାଂସଦ ମହେଶ ସାହୁ ଓ ସମ୍ମାନିତ ଅତିଥି ଭାବେ ବିଧାୟକ ସୁଧିର କୁମାର ସାମଲ ମଞ୍ଚାସୀନ ହୋଇ ଜଗନ୍ନାଥ ସଂସ୍କୃତି ଉପରେ ଆଧାରିତ ଯେକୌଣସି ଭଜନ ଶୁଣି ସ୍ରୋତା ମଣ୍ଡଳୀକୁ ଅପାର ଆନନ୍ଦ ମିଳିଥାଏ ବୋଲି ମତବ୍ୟକ୍ତ କରିଥିଲେ । ଏହା କେବଳ ଜଗନ୍ନାଥଙ୍କର ମହିମା ଓ କୃପାରୁ ସମ୍ଭବ ହୋଇଥାଏ । ଏଠାରେ ୯ଦିନ ବ୍ୟାପୀ ଯେଉଁ ଭଜନ ପରିବେଷଣ କରାଯାଇଥିଲା ତାକୁ ଶ୍ରବଣ କରି ସ୍ରୋତା ବନ୍ଧୁମାନେ ଆସନ୍ତା ବର୍ଷ ନିଶ୍ଚିନ୍ତ ଭାବେ ଜଗନ୍ନାଥ ସଂସ୍କୃତିର ନୂତନ ଭଜନ ଶୁଣିବାକୁ ମନ ବଳାଇବେ । ଯାହାଫଳରେ କି ଆଗାମୀ ବର୍ଷ ହେବାକୁ ଥିବା ଭଜନ ସମାରୋହ ଆହୁରି ସରସସୁନ୍ଦର ଓ ଆକର୍ଷଣୀୟ ହେବ ବୋଲି ମଞ୍ଚାସୀନ ଅତିଥିମାନେ ପ୍ରକାଶ କରିଥିଲେ ।
ଅନ୍ୟ ଅତିଥିମାନଙ୍କ ମଧ୍ୟରେ ହିନ୍ଦୋଳ ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ପ୍ରିୟରଞ୍ଜନ ମାହୁନ୍ତ, ଭଜନ ସମାରୋହ କମିଟିର ସଭାପତି ରୁଦ୍ରାନ୍ତ ଦଳେଇ, ସମ୍ପାଦକ ସାଗିର୍ ମହମ୍ମଦ ପ୍ରମୁଖଙ୍କ ବ୍ୟତୀତ ପୌରପରିଷଦର ପାରିଷଦମାନେ ଉପସ୍ଥିତ ଥିଲେ । ଭଜନ ସମାରୋହ କମିଟି ପକ୍ଷରୁ ଆୟୋଜିତ ହୋଇଥିବା ପ୍ରସାଦସେବନ କାର୍ଯ୍ୟକ୍ରମରେ ଉଭୟ ସାଂସଦ ଓ ବିଧାୟକ ଭକ୍ତମାନଙ୍କୁ ପ୍ରସାଦ ବଣ୍ଟନ କରିଥିଲେ । ପରେ ସାଂସଦ ଶ୍ରୀ ସାହୁ ଓ ବିଧାୟକ ଶ୍ରୀ ସାମଲ ବାହୁଡାଯାତ୍ରାରେ ଶ୍ରୀମହାପ୍ରଭୁଙ୍କ ରଥ ଟାଣିଥିଲେ । ଏହି ରଥ ଟାଣିବା ବେଳେ ରାଜ୍ୟ ବିଜେଡି ସମ୍ପାଦକ ବିଜୟ ନାୟକ ଏବଂ ଅନ୍ୟ ଦଳୀୟ କର୍ମକର୍ତ୍ତା ମଧ୍ୟ ଉପସ୍ଥିତ ଥିଲେ ।