ନୂଆଭୁବନ ଗ୍ରାମର ଓମ ପ୍ରକାଶ ସାହୁ ୫୮୭ ମାର୍କ ରଖି ଓଡିଶାରେ ଦ୍ୱିତୀୟ ସ୍ଥାନ ସହ ଜିଲ୍ଲାରେ ପ୍ରଥମ : ସର୍ବ ପୂରାତନ ଶତାୟୁ ବିବି ହାଇସ୍କୁଲ ଓ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପାସ୍ ହାର ଶତପ୍ରତିଶତ !
ଢେଙ୍କାନାଳ : ରାଜ୍ୟବ୍ୟାପୀ ଆଜି ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଢେଙ୍କାନାଳ ନୂଆ ଭୁବନ ଗ୍ରାମ ନୋଡାଲ ହାଇସ୍କୁଲର ଓମ୍ ପ୍ରକାଶ ସାହୁ ୫୮୭ ମାର୍କ ରଖି ଓଡିଶାରେ ଦ୍ୱିତୀୟ ସ୍ଥାନ ଅଧିକାର କରିବା ସହ ଢେଙ୍କାନାଳ ଟପ୍ପର ହୋଇଥିବାର ସୂଚନା ହସ୍ତଗତ ହୋଇଛି ।
ସେହିପରି ଢେଙ୍କାନାଳ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀ ଶତ ପ୍ରତିଶତ ପାସ କରିଥିବା ବେଳେ ବିଦ୍ୟାଳୟର ଛାତ୍ରୀ ମୋନାଲିସା ସାହୁ ୫୮୬ ମାର୍କ ରଖି ଢେଙ୍କାନାଳରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ସରସ୍ୱତୀ ଶିଶୁ ବିଦ୍ୟାମନ୍ଦ୍ିରର ମୋଟ ୧୩୫ ଜଣ ପରୀକ୍ଷାର୍ଥୀ ମାନଙ୍କ ମଧ୍ୟରୁ ଏ୧ରେ ୧୮ ଜଣ,ଏ୨ରେ ୩୨ ଜଣ,ବି୧ରେ ୪୩ ଜଣ,ବି୨ରେ ୨୮ ଜଣ, ସି ରେ ୧୨ ଜଣ, ଡିରେ ୨ ଜଣ ।
ସେହିପରି ଜିଲ୍ଲାର ଶତାୟୁ ଶିକ୍ଷା ଅନୁଷ୍ଠାନ ଭାବେ ପରିଚିତ ବିବି ହାଇସ୍କୁଲର ପାଶ ହାର ଶତପ୍ରତିଶତ ଥିବାର ସୂଚନା ମିଳିଛି । ବିବି ହାଇସ୍କୁର ମୋଟ ୧୮୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ଏ୧ରେ ୫ ଜଣ,ଏ୨ରେ ୨୦ ଜଣ,ବି୧ରେ ୪୧ ଜଣ, ବି୨ରେ ୫୩ ଜଣ,ସିରେ ୩୭ ଜଣ,ଡିରେ ୨୬ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଜିଲ୍ଲାରେ ମୋଟ ୧୫୮୫୧ ଜଣ ରେଗୁଲାର ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ଏକ୍ସ ରେଗୁଲାରର ୫୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ।
ତନ୍ମଧ୍ୟରୁ ଗ୍ରେଡ-ଏ୧ରେ ୧୭୦ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ବେଳେ ଗ୍ରେଡ -ଏ ୨ରେ ୧୩୯୪ ଜଣ,ଗ୍ରେଡ-ବି ୧ରେ ୩୪୭୬ ଜଣ, ଗ୍ରେଡ-ବି ୨ରେ ୪୧୭୭ ଜଣ, ଗ୍ରେଡ ସିରେ ୩୩୧୪ ଜଣ , ଗ୍ରେଡ ଡିରେ ୨୨୧୦ ଜଣ, ଗ୍ରେଡ ଇରେ ୭୯୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ମୋଟ ୧୫ ହଜାର ୫୩୪ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ବେଳେ ୮୨୦୩ ଜଣ ଛାତ୍ର ଓ ୭ହଜାର ୩୩୧ ଜଣ ପରୀକ୍ଷାର୍ଥୀ ଉତୀର୍ଣ୍ଣ ହୋଇଛନ୍ତି ।
ସେହିପରି ଏକ୍ସ ରେଗୁଲାର ୫୯ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ଗ୍ରେଡ-ଏ ୨ ରେ ଜଣେ, ଗ୍ରେଡ-ବି ୨ରେ ୨ ଜଣ, ଗ୍ରେଡ-ସିରେ ୯ ଜଣ, ଗ୍ରେଡ-ଡିରେ ୧୫ ଜଣ, ଗ୍ରେଡ-ଇରେ ୫ ଜଣ ମୋଟ ୩୨ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି ।