ଢେଙ୍କାନାଳ :ଓଡିଶା ରାଜ୍ୟ ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷଙ୍କ ନିର୍ଦ୍ଦେଶ କ୍ରମେ ଢେଙ୍କାନାଳ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୁଲ୍ୟରେ ଜିଲ୍ଲା ଆଇନସେବା ପ୍ରାଧିକରଣ, ସିଭିଲ କୋର୍ଟ ଓ ବନବିଭାଗ ମିଳିତ ଉଦ୍ୟମରେ ନିରୁପମା ହୋଟେଲ ନିକଟସ୍ଥ ଜିଲ୍ଲା କୋର୍ଟର ନୂତନ ଜମିରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଜିଲ୍ଲା ଜଜ୍ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ଶରତ କୁମାର ଦେହୁରୀ କାର୍ଯ୍ୟକ୍ରମର ଉଦଘାଟନ କରିବା ସହ ପରିବେଶ ସନ୍ତୁଳନ ଲକ୍ଷ୍ୟ ନେଇ ଚାରାରୋପଣ କାର୍ଯ୍ୟକ୍ରମ ଏକ ଅପରିହାର୍ଯ୍ୟ ବୋଲି ମତ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଜଜ୍ ତଥା ଫାଷ୍ଟ ଟ୍ରାକ ସ୍ୱତନ୍ତ୍ର କୋର୍ଟ (ପୋକସୋ)ସୂର୍ଯ୍ୟମଣୀ ମହାପାତ୍ର, ଅତିରିକ୍ତ ଜିଲ୍ଲା ଜଜ୍ ତଥା ସ୍ୱତନ୍ତ୍ର (ଭିଜିଲାନ୍ସ) ଜଜ୍ ରଶ୍ମିମୋହନ ଆଚ୍ଚାର୍ଯ୍ୟ, ପାରିବାରିକ ଅଦାଲତ ବିଚାରପତି ସୂର୍ଯ୍ୟନାରାୟଣ ଦ୍ୱିବେଦୀ, ଅତିରିକ୍ତ ଜିଲ୍ଲା ଜଜ୍ ଡା.ଜୀବନଜ୍ୟୋତି ରଥ, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଚିନ୍ମୟ ମିଶ୍ର,ବରିଷ୍ଠ ଦେୱାନୀ ବିଚାରପତି ସୁବାସ ଚନ୍ଦ୍ର ଧଳ, ବରିଷ୍ଠ ଦେୱାନୀ ଅଦାଲତ (ଏଲ.ଆର.ଓଏଲ.ଟି.ଭି)ବିଚାରପତି ସୁଶୀଲ କୁମାର ସାହୁ, ସିଭିଲ କୋର୍ଟ ରେଜିଷ୍ଟ୍ରାର ଶ୍ରୀମତୀ ଅଳକାନନ୍ଦ ମହାନ୍ତି, ଆଇନସେବା ପ୍ରାଧିକରଣ ସଚିତ ସୁକାନ୍ତ କିଶୋର ଜେନା, ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସୁଧୀରଂଜନ ଦାଶ ଓ ଜିଲ୍ଲା ଆଇନସେବା ପ୍ରାଧିକରଣ , ସିଭିଲକୋର୍ଟ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ଚାରାରୋପଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
ବନ ବିଭାଗ ପକ୍ଷରୁ ଢେଙ୍କାନାଳ ବନଖଣ୍ଡ ଅଧିକାରୀ ପ୍ରକାଶ ଚାନ୍ଦ ଗୋଗିନେନୀ, ସହକାରୀ ବନସଂରକ୍ଷକ ସୁବ୍ରତ କୁମାର ପାତ୍ର, ଫରେଷ୍ଟର କୁଞ୍ଜବିହାରୀ ନାୟକ ଓ ବିକ୍ରମ କେଶରୀ ସେଠୀ ପ୍ରମୁଖ ଚାରାରୋପଣ ନିମନ୍ତେ ସମସ୍ତ ପ୍ରକାର ସହଯୋଗ କରିଥିଲେ ।