ସେଆର ଓ ଓଡିଶା ରାଜସ୍ୱ ଅମଲା ସଂଘ ଢେଙ୍କାନାଳଙ୍କ ମିଳିତ ଆନୁକୁଲ୍ୟରେ ବିଶାଳ ରକ୍ତଦାନ ଶିବିର !

ଢେଙ୍କାନାଳ : ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସେଆର ଓ ଓଡିଶା ରାଜସ୍ୱ ଅମଲା ସଂଘ ଢେଙ୍କାନାଳଙ୍କ ମିଳିତ ଆନୁକୁଲ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳ୍ୟର ସଦଭାବନା ସଭାଗୃହ ଠାରେ ଏକ ବିଶାଳ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ସରୋଜ କୁମାର ସେଠୀ ଆନୁଷ୍ଠାନିକ ଭାବେ ଉଦଘାଟନ କରି ରକ୍ତଦାନର ମହନୀୟତା ପ୍ରସଙ୍କରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସାଫଲ୍ୟ ମଣ୍ଡିତ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ରମେଶ କୁମାର ସେଠୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଅଶୋକ କୁମାର ଦାଶ, ଉପଜିଲ୍ଲାପାଳ କାମାକ୍ଷାନର ଜ୍ୟୋତିଶଙ୍କର ସାହୁ ଏବଂ ଓଡିଶା ରେଡକ୍ରସ ଢେଙ୍କାନାଳ ଶାଖାର ଉପଦେଷ୍ଟା ବିରଞ୍ଚି ନାରାୟଣ ପାଣି, ସମ୍ପାଦକ ରାଜକିଶୋର ବେହେରା, ଓଡିଶା ରାଜସ୍ୱ ଅମଲା ସଂଘର ସମ୍ପାଦକ ପ୍ରକାଶ ସ୍ୱାଇଁ, ସଭାପତି ବିଭୁତି ଭୁଷଣ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିିଥିଲେ ।

ଏହି ଶିବିରରେ ୨୫ ଜଣଙ୍କ ନାମ ପଞ୍ଜିକରଣ କରିଥିଲେ । ତନ୍ମଧ୍ୟରୁ ୬୪ ଜଣ ଯୋଗ୍ୟ ବ୍ୟକ୍ତିଙ୍କର ରକ୍ତ ସଂଗ୍ରହ କରାଯାଇ ଜିଲ୍ଲା ରକ୍ତ ଭଣ୍ଡାରକୁ ହସ୍ତାନ୍ତର କରାଯାଇଥିଲା । ଶେଷରେ ଓଡିଶା ରାଜସ୍ୱ ଅମଲା ସଂଘ ଢେଙ୍କାନାଳର ସଭାପତି ବିଭୁତି ଭୁଷଣ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

3 × 3 =