ଢ଼େଙ୍କାନାଳ: କାମାକ୍ଷାନଗର ଉପ ଜିଲ୍ଲାପାଳଙ୍କ ସଭାଗୃହ
ପରିସରରେ ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।
ପଞ୍ଜୀକୃତ ହୋଇଥବା ମୋଟ ୧୧୨ ଅଭିଯୋଗ ମଧ୍ୟରୁ ୮୯ଟିର ତ୍ୱରିତ ଶୁଣାଣିକରି ଫଇସଲା କରାଯାଇଥିଲା। ଜିଲ୍ଲାପାଳଙ୍କ ସରୋଜ କୁମାର ସେଠୀ ଉପସ୍ଥିତ ରହି ହିତାଧିକାରୀଙ୍କ । ଆପତ୍ତି ଅଭିଯୋଗ ଗୁଡ଼ିକର ଶୁଣାଣି କରି ସମସ୍ୟାର ସମାଧାନ କରିବା ଲାଗି ବିଭାଗୀୟ ଅଧିକାରୀଙ୍କ ନିର୍ଦ୍ଦେଶ ଦେଇଛନ୍ତି। ପଞ୍ଜୀକୃତ ହୋଇଥିବା ୧୧୨ ଅଭିଯୋଗ ମଧ୍ୟରୁ ୫ଟି ସାମୂହିକ ଏବଂ ଅବଶିଷ୍ଟ ବ୍ୟକ୍ତଗତି ଅଭିଯୋଗ ଥିଲା।
ଆକବାସ ଯୋଜନା, ଜମିଜମା ମାମଲା, ଭତ୍ତା ଏବଂ ପୋଲିସ ସଂକ୍ରାନ୍ତ ମାମଲା ବେଶି ଅ।ଆସିଥିଲା। ଏହି ଅବସର ରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି ରୁ ୨ ଜଣଙ୍କୁ ୧୦ ହଜାର ଟଙ୍କା ଲେଖାଏ, ଜିଲ୍ଲା ରେଡକ୍ରସ ପାଣ୍ଠିରୁ ୭ଜଣ ଙ୍କୁ ୨୦,୫୦୦ ଟଙ୍କା ପ୍ରଦାନ କରାଯାଇଥିଲା। ଶିବିରରେ ଜିଲ୍ଲାପାଳ ଙ୍କ ସମେତ ଏସ୍ପିଏଲ. ଦିବ୍ୟା ଭି.,ପିଡିଡିଆର୍ଡିଏ ସାଫଲ୍ୟ ମଣ୍ଡିତ ପ୍ରଧାନ, କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ, ଏସ୍ଡିପିଓ ରଞ୍ଜନ କୁମାର ଦେଓ, ବିଡିଓ ବିକାଶ କୁମାର ମହାନ୍ତି, ବ୍ଲକ ଅଧ୍ୟକ୍ଷ ପେ୍ରମାନନ୍ଦ ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ଅଶୋକ କୁମାର ଦାସ, ଉପଖଣ୍ଡ ଚିକିତ୍ସାଧିକାରୀ ଡା. ସୁବାସ ଚନ୍ଦ୍ର ମଣ୍ଡଳ, ଜିଲା ଶିଶୁସୁରକ୍ଷା ଅଧିକାରୀ ଅନୁରୋଧ ଗୋସ୍ୱାମୀ, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଶୁଭେନ୍ଦୁ ବିଶ୍ୱାଳ, ଜିଲା ଯୋଗାଣ ଅଧିକାରୀ ନୀରୋଦ ରଞ୍ଜନ ଦାସ, ଜିଲା ଗ୍ରାମ୍ୟ ଉନ୍ନୟନ ନିର୍ବାହୀ ଯନ୍ତ୍ରୀ ସୁରେନ୍ଦ୍ର କୁମାର ବେହେରା, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ହିମାଂଶୁଶେଖର ନାୟକ, ମୁଖ୍ୟ ଜିଲା କୃଷିଅଧିକାରୀ ଅଂଶୁମାନ ପଟ୍ଟନାୟକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କ୍ରିଷ୍ଣା ରାୟ, ଜିଲା ବାଳକା ଶିକ୍ଷା ସଂଯୋଜିକା ପ୍ରଦୀପ୍ତା ପ୍ରିୟଦର୍ଶନୀ , ଥାନାଧିକାରୀ ଶରତ ଚନ୍ଦ୍ର ମହାଳିକ ପ୍ରମୁଖ ଉପସ୍ଥିତ ଥିଲେ। ଜନଶୁଣାଣି ଅଭିଯୋଗ ପ୍ରକୋଷ୍ଠର ମୁଖ୍ୟ ସହାୟକ ଲଳିତ ମାଧବ ଚୌଧୁରୀ ଶିବିର ପରିଚାଳନା କରିଥିଲେ।