ଶ୍ରୀ ଗୁଣ୍ଡିଚା ଭଜନ ସମାରୋହ ତୃତୀୟ ସଂଧ୍ୟା !

ଢେଙ୍କାନାଳ : ଜିଲ୍ଲା ସଂସ୍କୃତି ଓ କଳା ସମ୍ପନ୍ନ ସାଂସ୍କୃତିକ ପରିବେଶ ବେଶ୍ ଉପଭୋଗୀ ହୋଇପାରିଥାଏ । ବର୍ଷତମାମ୍ ବିଭିନ୍ନ ଯାତ୍ରା ମହୋତ୍ସବରେ ଜିଲ୍ଲାର କୋଣଅନୁକୋଣରେ ଥିବା କଳା ଓ ସଂସ୍କୃତିକୁ ଏହି ମହୋତ୍ସବରେ ପ୍ରାଧାନ୍ୟ ଦିଆଯାଇଥାଏ ।

ପବିତ୍ର ଶ୍ରୀଗୁଣ୍ଡିଚା ରଥଯାତ୍ରା ଉପଲକ୍ଷେ ସ୍ଥାନୀୟ ବାଜିଚୌକ ସ୍ଥିତ ଗୁଣ୍ଡିଚା ଭଜନ ସମାରୋହ କମିଟି ପକ୍ଷରୁ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ଭଜନ ସମାରୋହର ଆୟୋଜନ କରାଯାଇଛି । ଭଜନ ସମାରୋହ କମିଟିର ସଭାପତି ରୁଦ୍ରାନ୍ତ ଦଳେଇ, ବରିଷ୍ଠ ଉପଦେଷ୍ଟା ଗଗନ ନନ୍ଦ, ସମ୍ପାଦକ ସାଗିର୍ ମହମ୍ମଦଙ୍କ ଆୟୋଜନରେ ଏହି ତୃତୀୟ ଭଜନ ସଂଧ୍ୟାକୁ ଢେଙ୍କାନାଳର ବିଶିଷ୍ଟ ସମାଜସେବୀ ରାଜୀବ ଲୋଚନ ସିଂହଦେଓ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରିବା ସହ ଢେଙ୍କାନାଳର ରଥଯାତ୍ରା ଉପରେ ଆଲୋକପାତ କରିଥିଲେ ।

ଅନ୍ୟତମ ସମ୍ମାନିତ ଅତିଥି ଗୋବିନ୍ଦପୁର ସରପଞ୍ଚ ଅରୁଣ କୁମାର ପରିଡା ଯୋଗଦେଇ ଶ୍ରୀଗୁଣ୍ଡିଚା ଯାତ୍ରାର ଭଜନ ପରିବେଷଣକୁ ଗୁରୁତ୍ୱ ଦିଆଯାଇଥିବାରୁ ଖୁବ୍ ପ୍ରଶଂସା କରିଥିଲେ । “ସୁର୍ ସାଗର ଭଜନ ଅନୁଷ୍ଠାନ ”ର କଳାକାର ରଶ୍ମି ରଞ୍ଜନ ପଣ୍ଡା, ସ୍ମରଣିକା ନନ୍ଦ, ପ୍ରଚତ ପାତ୍ର, ମୋନାଲିସା ଓ ସଞ୍ଜୁ ହୋତାଙ୍କ ସୁମଧୁର କଣ୍ଠରେ ଭଜନ ପରିବେଷଣକରିଥିଲେ । ମଞ୍ଚାସୀନ ଅତିଥିମାନେ ଓ ସମସ୍ତ ଭକ୍ତ ଏହାକୁ ଉପଭୋଗ କରିଥିଲେ । ସତ୍ୟନାରାୟଣ କର ମଞ୍ଚ ସଞ୍ଚାଳନ କରିଥିଲେ ।

Leave A Reply

Your email address will not be published.

four × 5 =