ଢ଼େଙ୍କାନାଳ : ସଦର ବ୍ଲକ ଅର୍ନ୍ତଗତ କାଇମାଟି ଗ୍ରାମ ପଞ୍ଚାୟତ ବୈଠକ ଗୃହରେ ବେଲଟିକିରି, ନାଗିଆପସି ଏବଂ କାଇମାଟି ଗ୍ରାମ ପଞ୍ଚାୟତ ର ଶତାଧିକ ବିଦ୍ୟୁତ ଉପଭୋକ୍ତା ମାନଙ୍କ ର ଏକ ମହାସଂଘ ଗଠନ ହୋଇଯାଇଛି ।
ଉକ୍ତ ଅଞ୍ଚଳରେ ବିଦ୍ୟୁତ ଯୋଗାଣ ରେ ଘୋର ଅନିୟମିତତା ସୃଷ୍ଟି କରୁଥିବାରୁ ଉପଭୋକ୍ତା ମାନେ ବେଲଟିକିରି ସରପଞ୍ଚ ବଳଭଦ୍ର ସାମଲ ଏବଂ ଆଇନଜୀବୀ ପ୍ରକାଶ ଚନ୍ଦ୍ର ରାଉତ ଙ୍କ ଆବାହକତ୍ୱ ରେ କାଇମାଟି ଠାରେ ବରିଷ୍ଠ ସମାଜସେବୀ କପିଳେଶ୍ଵର ବେହେରା ଙ୍କ ସଭାପତିତ୍ବ ଏବଂ କାଇମାଟି ର ଯୁବ ସରପଞ୍ଚ ଅମିତଜ୍ୟୋତି ସ୍ୱାଇଁ ଙ୍କ ଆୟୋଜନରେ ଏବଂ ନାଗିଆପସି ସରପଞ୍ଚ କୃଷ୍ଣ ଚନ୍ଦ୍ର ବେହେରା ଙ୍କ ଉପସ୍ଥିତି ରେ ଏକ ମିଳିତ ବୈଠକ କରି ବିଦ୍ୟୁତ ଯୋଗାଣ ରେ ଟାଟା ପାୱାର ର ମନମାନିକୁ ତୀବ୍ର ନିନ୍ଦା କରି ଏହାର ପ୍ରତିବାଦ ଏବଂ ଉକ୍ତ ସମସ୍ୟା ର ସ୍ଥାୟୀ ସମାଧାନପାଇଁ ବିଦ୍ୟୁତ ଉପଭୋକ୍ତା ମହାସଂଘ ଗଠନ କରିଛନ୍ତି ।
ପ୍ରାରମ୍ଭ ରେ ଦୀପ୍ତି ରଞ୍ଜନ ସ୍ୱାଇଁ ଏବଂ ପ୍ରକାଶ ଚନ୍ଦ୍ର ରାଉତ ଉକ୍ତ ବୈଠକ ର ଅଭିପ୍ରାୟ ବିଷୟ ରେ ସୂଚନା ଦେଇଥିଲେ ।ପରେ ପରେ ସର୍ବଶ୍ରୀ ସତ୍ୟବ୍ରତ ଦାସ, ମୁରଲୀ ମହାରଣା, ବିବେକାନନ୍ଦ ସାମଲ, ପ୍ରଦୀପ କୁମାର ଦାସ, ସତ୍ୟନାରାୟଣ ମିଶ୍ର,ଚିନ୍ମୟ ସେଠୀ, ମାଧବାନନ୍ଦ କର, ପ୍ରଶାନ୍ତ ଦେହୁରୀ, ଦିଲ୍ଲିପ ସାମଲ, ସୁବାସ ପୃଷ୍ଟି, କୃତିବାସ ବିଶ୍ୱାଳ ପ୍ରମୁଖ ନିଜସ୍ୱ ମତ ରଖିବା ସହ ଟାଟା ପାୱାର ର ବିଦ୍ୟୁତ ଯୋଗାଣ ଅବହେଳା କୁ ଦୃଢ଼ ନିନ୍ଦା କରି ଏହାର ତୁରନ୍ତ ସ୍ଥାୟୀ ସମାଧାନ ପାଇଁ ସମସ୍ତ ବିଦ୍ୟୁତ ଉପଭୋକ୍ତା ମିଳିତ ସ୍ୱର ଉଠାଇବା ପାଇଁ ଆହ୍ୱାନ ଦେଇଥିଲେ ।
ବେଲଟିକିରି ସରପଞ୍ଚ ବଳଭଦ୍ର ସାମଲ, ନାଗିଆପସି ସରପଞ୍ଚ କୃଷ୍ଣ ଚନ୍ଦ୍ର ବେହେରା ଏବଂ କାଇମାଟି ସରପଞ୍ଚ ଅମିତଜ୍ୟୋତି ସ୍ୱାଇଁ ଉପଭୋକ୍ତା ମାନଙ୍କ ର ସମସ୍ୟା କୁ ଉପଲବ୍ଧି କରି ତୁରନ୍ତ ଏକ ଅଦ୍ୟ ବୈଠକ ରେ ଉପସ୍ଥିତ ଥିବା ସମସ୍ତ ଉପଭୋକ୍ତା ମାନଙ୍କୁ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ ର ଘୋଷଣା କରିଥିଲେ ଏବଂ ଅତିଶୀଘ୍ର ସମସ୍ତ ଉପଭୋକ୍ତା ମାନେ ଉକ୍ତ ମହାସଂଘ ରେ ସାମିଲ ହେବାକୁ ମିଳିତ ଆହ୍ୱାନ ଦେଇଥିଲେ ।
ତେଵେ ଉକ୍ତ ମହାସଂଘ ର ପରବର୍ତ୍ତୀ ବୈଠକ ଆସନ୍ତା ୧୦.୦୭.୨୦୨୨ ରେ ନାଗିଆପସି ପଞ୍ଚାୟତ ବୈଠକ ଗୃହ ରେ ଆୟୋଜିତ ହେବ ବୋଲି ନାଗିଆପସି ସରପଞ୍ଚ ବେହେରା ଜଣାଇଛନ୍ତି ଏବଂ ଉକ୍ତ ବୈଠକ ରେ କାଇମାଟି, ବେଲଟିକିରି ଏବଂ ନାଗିଆପସି ପଞ୍ଚାୟତ ର ପ୍ରାୟ ସମସ୍ତ ଉପଭୋକ୍ତା ଉପସ୍ଥିତ ରହିବାକୁ ମହାସଂଘ ତରଫରୁ ନିବେଦନ ଅଛି ।
ନାଗିଆପସି ବୈଠକ ରେ ଉକ୍ତ ବିଦ୍ୟୁତ ଉପଭୋକ୍ତା ମହାସଂଘ କୌଣସି ଚରମ ପଦକ୍ଷେପ ନେବା କଥା ଜଣାପଡିଛି ।