ଢ଼େଙ୍କାନାଳ : ହିନ୍ଦୋଳ ବ୍ଲକ୍ ଚରଣପୁରଠାରେ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ବିଦ୍ୟୁତ ଷ୍ଟ୍ରକଚରରେ କାମ କରୁଥିବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି କର୍ମଚାରୀ ଙ୍କ ର ମୃତ୍ୟୁ ହୋଇଯାଇଛି।
ସୂଚନା ମୁତାବକ ହିନ୍ଦୋଳ ବ୍ଳକ୍ ଚରଣପୁରଠାରେ ଥିବା ୩୩ କେଭି ଷ୍ଟ୍ରକଚରରେ କାମ କରୁଥିବା ବେଳେ ସୁକାନ୍ତ ସାହୁ (୩୩) ଙ୍କୁ ବିଦ୍ୟୁତ୍ ଝଟକା ଲାଗିଥିଲା । ସେଠାରେ ତାଙ୍କ ପ୍ରାଣ ବାୟୁ ଉଡ଼ି ଯିବା ସହ ଖୁଣ୍ଟରେ ଝୁଲି ପଡ଼ିଥିଲେ । ଏ ଖବର ପ୍ରଘଟ ହେବା ପରେ ଗ୍ରାମବାସୀ ଙ୍କ ସୁଅ ଛୁଟିଥିଲା । ବିଦ୍ୟୁତ୍ ବିଭାଗର ଅବହେଳା ଯୋଗୁଁ ସୁକାନ୍ତ ଙ୍କ ମୃତ୍ୟୁ ହେଲା ବୋଲି ପରିବାର ଓ ଗ୍ରାମବାସୀ ଅଭିଯୋଗ କରିବା ସହ କ୍ଷତିପୂରଣ ଦାବିରେ ଚରଣପୁରଠାରେ ହିନ୍ଦୋଳ-ଗୁଡିଆକାଟେଣୀ ରାସ୍ତାକୁ ଅବରୋଧ କରିଥିଲେ। ଯାହା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା।
ଖବର ପାଇ ଘଟଣାସ୍ଥଳରେ ହିନ୍ଦୋଳ ଥାନାଧିକାରୀଣୀ ଚାରୁଲତା ବେହେରା ଓ କର୍ମଚାରୀମାନେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ସହ ଆବଶ୍ୟକ କ୍ଷତିପୂରଣ ପ୍ରଦାନ କରିବାକୁ କମ୍ପାନୀ ଅଧିକାରୀ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ହାତରେ ଗ୍ଲୋଭସ ନାହିଁ, ମୁଣ୍ଡରେ ହେଲମେଟ୍ ନାହିଁ , ତାଙ୍କୁ କାମ କରିବାକୁ ଅନୁମତି ଦେଲା କିଏ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ଏବଂ ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ସଂପୃକ୍ତ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ସାଧାରଣରେ ଦାବି ହେଉଛି।