ଢ଼େଙ୍କାନାଳ : ବିଜୁ ମହିଳା ଜନତା ଦଳ ଢ଼େଙ୍କାନାଳ ତଥା ସାମାଜିକ ସାଂସ୍କୃତିକ ବିକାଶ ସଂଘ ଆନୁକୁଲ୍ୟରେ ଢ଼େଙ୍କାନାଳ ଲକ୍ଷ୍ମୀ ବଜାର ଠାରେ ପବିତ୍ର ରଥ ଯାତ୍ରା ଅବସରରେ ଏକ ଦହି ସର୍ବତ ବଣ୍ଟନ କାର୍ଯ୍ୟକ୍ରମ ମାନ୍ୟବର ଢ଼େଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ ଙ୍କ ସହଯୋଗ ରେ ଏବଂ ଢ଼େଙ୍କାନାଳ ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ କୁମାର ନାୟକଙ୍କ ପରାମର୍ଶ ରେ ଅନୁଷ୍ଠିତ ହୋଯାଇଅଛି।
ଏହି କାର୍ଯକ୍ରମ ରେ ଢେଙ୍କାନାଳ ଜିଲ୍ଲା ମହିଳା ସଭାପତି ସାଗରିକା ମିଶ୍ର, ରାଜ୍ୟ ମହିଳା ଉପ ସଭାନେତ୍ରୀ ସାଈ ଶ୍ରୀ ପଟ୍ଟନାୟକ,ଜିଲ୍ଲା କାର୍ଯକାରୀ ମହିଳା ସଭାପତି ରୁବି ବିଶ୍ବାଳ, ଜିଲ୍ଲା ଛାତ୍ର ଜନତା ସଭାପତି ସୁରଜ ମହାପାତ୍ର, ପୂର୍ବତନ ନଗର ପାଳ ଇନ୍ଦ୍ର ମଣୀ ବେହେରା, ବିଧାୟକ ଙ୍କ ନୋମିନି ଅଜୟ କୁମାର ଭଞ୍ଜ, ଜିଲ୍ଲା ସାଧାରଣ ସମ୍ପାଦକ ଦେବାଶିଷ ମିଶ୍ର,
ଯୁବ ନେତା ରଞ୍ଜନ କୁମାର ନାୟକ,ମହିଳା ଉପ ସଭାନେତ୍ରୀ ଉର୍ବଶୀ ମହାପାତ୍ର , ସାଧାରଣ ସମ୍ପାଦକ ଶ୍ରଦ୍ଧାଞ୍ଜଳି ସାହୁ, ଢ଼େଙ୍କାନାଳ ନଗର ମହିଳା ସଭାପତି ଶୁଭଲକ୍ଷ୍ମୀ ସାହୁ, ଗଁନ୍ଦିଆ ବ୍ଲକ ମହିଳା ସଭାପତି ଶୁଭ ଦର୍ଶିନୀ ପରିଡ଼ା, ସାମାଜିକ ସାଂସ୍କୃତିକ ବିକାଶ ସଂଘ ର ସମ୍ପାଦିକା ସୁଶ୍ରୀ ଅନନ୍ୟା ଦାସ, କୁଶିଦା ବେଗୁମ୍, ଛାତ୍ର ଜନତା ନଗର ସଭାପତି ସୋନୁରାମ୍ ସିଂ, ଢ଼େଙ୍କାନାଳ ଜିଲ୍ଲା ଆଇଟି ସଂଯୋଜକ ଗଙ୍ଗାଧର ରାଉତ ଏବଂ ଢ଼େଙ୍କାନାଳ ପୌରାଞ୍ଚଳ କାଉନସିଲର ମାନେ ଉପସ୍ଥିତ ରହି ଉକ୍ତ କାର୍ଯକ୍ରମ ରେ ସହଯୋଗ କରିଥିଲେ।
ଆଗାମୀ ଦିନରେ ବିଜୁ ମହିଳା ଜନତା ଦଳ ତରଫରୁ ବିଭିନ୍ନ ସାମାଜିକ କାର୍ଯକ୍ରମ ଢ଼େଙ୍କାନାଳ ର ପ୍ରତ୍ୟେକ ବିଧାନ ସଭାରେ ମାନ୍ୟବର ବିଧାୟକ ମାନଙ୍କ ପରାମର୍ଶରେ ଜାରି ରହିବ ବୋଲି ଢେଙ୍କାନାଳ ଜିଲ୍ଲା ମହିଳା ସଭାପତି ସାଗରିକା ମିଶ୍ର ଜଣାଇ ଥିଲେ ।