ଭୁବନ ; ନିର୍ମାଣ ର ଶେଷ ପରେବି ହେଉନି କାର୍ଯ୍ୟକାରୀ : ବାରଣ୍ଡା ରେ ଚାଲିଛି ମଦ୍ୟପଙ୍କ ଆଡ୍ଡା ସ୍ଥଳୀ !

ଢ଼େଙ୍କାନାଳ : ଭୁବନ ବ୍ଲକ ଅନ୍ତର୍ଗତ ମାର୍ଥାପୁର ପଞ୍ଚାୟତ ରେ ନିର୍ମିତ ନୂତନ ମିସନ୍ ଶକ୍ତି ଗୃହ ମଦର ଅସରା ଦେଖିବାକୁ ମିଳିଛି I

କାର୍ଯ୍ୟାଳୟ ବାରଣ୍ଡାରେ ସନ୍ଧ୍ୟାରେ ମଦୁଆ ମାନେ ମଦ୍ୟପାନ କରିବା ସହ କାଚ ବୋତଲ ଭାଙ୍ଗି ଚତୁଃ ପାର୍ଶ୍ଵ କାଚରେ ଭର୍ତି ହୋଇଗଲଣି I ରାଜ୍ଯସରକାର ମିସନ୍ ଶକ୍ତି ଜରିଆରେ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ବିଭିନ୍ନ ପ୍ରକାରର ଯୋଜନା ପ୍ରଣୟନ କରିବାସହ ପ୍ରତି ପଞ୍ଚାୟତରେ ପାଞ୍ଚ ଲକ୍ଷ ଟଙ୍କା ଅନୁଦାନ ରାଶିରେ ଗୃହ ନିର୍ମାଣ ହୋଇଛି I

ଗୃହ ଟି ୨୦୧୯ – ୨୦ ଆର୍ଥିକ ବର୍ଷରେ କାର୍ଯ୍ୟ ଆରମ୍ଭ ହୋଇ ସମ୍ପୂର୍ଣ୍ଣ ପରେ ପଞ୍ଚାୟତ ବିଭଗ କୁ ହସ୍ତାନ୍ତର କରିବା ପରେବି ସ୍ଵଂୟ ସହାୟକ ଗୋଷ୍ଠୀ ସଦସ୍ୟମାନେ ଏଠାରେ ବୈଠକ ନକରି ପଞ୍ଚାୟତ ଗୃହରେ କାମ ଚଳେଇ ଦେଇଛନ୍ତି I ଗୃହ ଶେଷ ହେବା ପରେ ଦିନକୁ ପାଇଁ ବି ଖୋଲା ଯାଉ ନଥିବାରୁ ମଦୁଆ ମାନେ ଆଡ଼ା ଜମାଉ ଥିବା ଅନୁମାନ କରାଯାଉଛି I

ପଞ୍ଚାୟତ ର ସ୍ଵଂୟ ସହାୟକ ଗୋଷ୍ଠୀ ମୁଖ୍ୟ (ଏମ୍ ବି କେ) କୁହନ୍ତି ଘରଟି ର ବିଦ୍ୟୁତ୍ ଓ ପାନୀୟ ଜଳ ବ୍ୟବସ୍ଥା ହୋଇନାହିଁ I ପାଚେରୀ ଭିତରେ ନିର୍ମାଣ ନ ହୋଇ ବାହାରେ ହୋଇଛି I ଚତୁଃପାର୍ଶ୍ଵ ମଦୁଆ ମାନଙ୍କର ଉତ୍ପାତ ହେଉଥିବାରୁ ଜୀବନ ପ୍ରତି ଭୟ ରହିଛି ସେଥିପାଇଁ ଆମେ ପଞ୍ଚାୟତ ଅଫିସ ଉପର ଘରେ ବୈଠକ କରୁଛୁ ।

Leave A Reply

Your email address will not be published.

5 + eleven =