ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ ପରିସରରେ ଉତ୍କଳ ମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୪ ତମ ତିରୋଧାନ ଦିବସ ଓ ଶ୍ରାଦ୍ଧବାର୍ଷିକୀ -୨୦୨୨ ପାଳନ !

ଢେଙ୍କାନାଳ : ସ୍ଥାନୀୟ ଶତାୟୁ, ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ପରିସରସ୍ଥ ନୂତନ ଭାବରେ ସଂସ୍ଥାପିତ ‘ପଞ୍ଚସଖା ମୁକ୍ତ ବନ ବିଦ୍ୟାଳୟ’ ରେ ଉତ୍କଳ ମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୪ ତମ ତିରୋଧାନ ଦିବସ ଓ ଶ୍ରାଦ୍ଧବାର୍ଷିକୀ-୨୦୨୨ କୋଭିଡ୍ -୧୯ ନିୟମ ଅନୁପାଳନ କରି ସମାହିତ ହୋଇ ଯାଇଛି।

ପ୍ରାରମ୍ଭରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ ,ସମସ୍ତ ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ,ଶିକ୍ଷକ, କର୍ମଚାରୀ ବୃନ୍ଦ, ପରିଚାଳନା କମିଟିର ସଦସ୍ୟା,ସଦସ୍ୟ ବୃନ୍ଦ କୋଭିଡ -୧୯ ନିୟମ ଅନୁପାଳନ କରି ପର୍ଯ୍ୟାୟକ୍ରମେ ଆସି ବିଦ୍ୟାଳୟ ପରିସରରେ ଥିବା ଅଭିନବ ପଞ୍ଚସଖା ମୁକ୍ତ ବନବିଦ୍ୟାଳୟସ୍ଥ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସମେତ ପ୍ରଜ୍ଞାପୁରୁଷ ପଣ୍ଡିତ ନୀଳକଣ୍ଠ ଦାସ,ପଣ୍ଡିତ ଗୋଦାବରୀଶ ମିଶ୍ର ,ଆଚାର୍ଯ୍ୟ ହରିହର ଦାସ,ପଣ୍ଡିତ କୃପାସିନ୍ଧୁ ମିଶ୍ରଙ୍କ ଭଳି ପଞ୍ଚସଖାଙ୍କ ନାମରେ ଖ୍ୟାତ ସମସ୍ତଙ୍କର ପ୍ରତିମୂର୍ତ୍ତି ମାନଙ୍କରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ।

ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ ସ୍ଵୀୟ ବକ୍ତବ୍ୟରେ ଛାତ୍ରୀ ଛାତ୍ର ମାନଙ୍କୁ ଉତ୍କଳମଣିଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଏବଂ ସମସ୍ତେ ତାଙ୍କ ସମ୍ପର୍କରେ ଗୋଟିଏ ଗୋଟିଏ ପ୍ରବନ୍ଧ ଲେଖିବାକୁ ଦୃଢ଼ ଆହ୍ବାନ ଜଣାଇଥିଲେ।

ବିଦ୍ୟାଳୟର ଅନ୍ୟତମ ବରିଷ୍ଠ ଶିକ୍ଷକ ଦେବରାଜ ରାଉତ ଗୋପବନ୍ଧୁଙ୍କ ସମ୍ପର୍କରେ ସ୍ଵୀୟ ବକ୍ତବ୍ୟରେ ଉତ୍କଳମଣିଙ୍କ ସ୍ମୃତିଚାରଣ କରିବା ସଙ୍ଗେ ସଙ୍ଗେ ତାଙ୍କ ସମ୍ପର୍କରେ ଏକ କୁଇଜ୍ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ବିଦ୍ୟାଳୟର ବରିଷ୍ଠ ଗଣିତ ଓ ବିଜ୍ଞାନ ଶିକ୍ଷକ ଡ଼ା.ଦେବୀ ପ୍ରସାଦ ମିଶ୍ର ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୪ ତମ ତିରୋଧାନ ଦିବସ ଓ ଶ୍ରାଦ୍ଧବାର୍ଷିକୀ-୨୦୨୨ ପାଳନ ଅବସରରେ ସ୍ଵୀୟ ବକ୍ତବ୍ୟରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ବଳିଷ୍ଠ ଦେଶପ୍ରେମର ଯେ ଏକ ଜ୍ୱଳନ୍ତ ନିଦର୍ଶନ ଏହା ଅନସ୍ବୀକାର୍ଯ୍ୟ ବୋଲି ଦୃଢ଼ ମତପୋଷଣ କରିଥିଲେ।

ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରମୋଦ କୁମାର ଛୋଟରାୟ, ଉପ ସଭାପତି ସୁପ୍ରଭା ସ୍ୱାଇଁ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ଶତାୟୁ,ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳର ସହକାରୀ ଶିକ୍ଷକ ଡ଼ା. ଦେବୀ ପ୍ରସାଦ ମିଶ୍ର ସମସ୍ତ କାର୍ଯ୍ୟକ୍ରମର ସାମଗ୍ରିକ ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.

seventeen + two =