ଢେଙ୍କାନାଳ: ପ୍ରସିଦ୍ଧ ରଥଯାତ୍ରା ପାଇଁ ଅପରାହ୍ନରେ ରଥଗଡାଠାରେ ଜିଲ୍ଲାପାଳ ସରୋଜ କୁମାର ସେଠୀ ଚୂଡାନ୍ତ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଛନ୍ତି ।
ନିର୍ଦ୍ଧାରିତ ସମୟ ଅନୁଯାୟୀ ଅପରାହ୍ନ ସାଢ଼େ ୨ଟାରୁ ରଥଟଣା କାର୍ଯ୍ୟ ଆରମ୍ଭ ହେବ। ରାଜ୍ୟରେ କରୋନା ଶ୍ରଦ୍ଧାଳୁ ମାସ୍କ ପରିଧାନ ଉପରେ ଗୁରୁତ୍ୱାରୋପ କରାଯାଇଛି। କୋଭିଡ୍ ସଂକ୍ରମଣ ଯୋଗୁ ୨ବର୍ଷ ପରେ ରଥଯାତ୍ରା ଅନୁଷ୍ଠିତ ହେଉଛି। ତେଣୁ ପୂର୍ବାପେକ୍ଷା ଅଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ସମାଗମ ହେବେ। ଏହାକୁଦୃଷ୍ଟିରେ ରଖି ଖାଦ୍ୟ ସାମଗ୍ରୀର ଶୁଦ୍ଧତା, ପରିଷ୍କାର , ପରିଚ୍ଛନ୍ନତା ପ୍ରତିଦୃଷ୍ଟି ଦେବାକୁ ବିଭାଗୀୟ
ଅଧକାରୀଙ୍କୁ ନିର୍ଦେଶ ଦିଆଯାଇଅଛି।
ଜରୁରୀ ସମୟରେ ବ୍ୟବହାର ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ୨ଟି ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଛି। ୩ଟିସ୍ଥାନରେ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ମଧ୍ୟ ଖୋଲାଯିବ। ବାଜିଚୌକରେ ପର୍ଯ୍ୟାପ୍ତ ଆଲୋକ ବ୍ୟବସ୍ଥା ହେବ। ଯାନବାହନ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ବିହିତ ପଦକ୍ଷେପ ଗ୍ରହଣ କରାଯାଇଛି। ରଥଯାତ୍ରାରେ ମଦ ବିକ୍ରି ଉପରେ କଟକଣା ଲଗାଯାଇଛି।
ଦୁଇରଥର ଫିଟନେସ ସାର୍ଟିଫିକେଟ ପ୍ରଦାନ ପାଇଁ ପୂର୍ତ୍ତ ବିଭାଗ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମହିଳାମାନେ ଟାଣୁଥିବା ସାନରଥ ସମ୍ମୁଖରେ ମହିଳା ସଂକୀର୍ତ୍ତନ ନାମସଂକୀର୍ତନ ପରିବେଷଣ କରିବେ ବୋଲି ଜିଲାପାଳ ସୂଚନା ଦେଇଛନ୍ତି। ଆଗାାମୀ ଦିନରେ ରଥଖଳାକୁ କଂକ୍ରିଟ କରିବା , ସେଠାରେ ଏକ ମାକେର୍ଟ୍କମେ୍ପ୍ଲକ୍ସ ସହିତ ରଥକାଠ ରଖିବା ଲାଗି ସ୍ୱତନ୍ତ୍ର ଗୃହ ନିର୍ମାଣ ଲାଗି ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି।
ଏଥିଲାଗି ଖୁବ୍ଶୀଘ୍ର ପୂର୍ତ୍ତ ବିଭାଗ ଏବଂ ପୌର କର୍ତ୍ତୃପକ୍ଷ ମିଳିତ ଭାବେ ଅଟକଳ କରିବାକୁ ନିର୍ଦେଶ ଦିଆଯାଇଛି। ଆଇନ ଶୃଙ୍ଖଳା ରକ୍ଷାରେ ଆବଶ୍ୟକ ପୋଲିସ ବଳ ମୁତୟନ କରାଯିବ ବୋଲି ଜିଲ୍ଲା ଆରକ୍ଷୀ ଲୋଗାନୟାଗୀ ଦିବ୍ୟା ଭି. ସୂଚନା ଦେଇଛନ୍ତି।
ବୈଠକରେ ଯୁବରାଜ ଅମର ଜ୍ୟୋତି ସିଂହଦେଓ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଉଦୟ କୁମାର ମହାପାତ୍ର, ଦେବୋତ୍ତର ଅଧିକାରୀ ସ୍ନିଗ୍ଧାରାଣୀ ଧଳ, ସିଡିଏମ୍ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଅଶୋକ କୁମାର ଦାଶ, ଏସ୍ଡିପିଓ ବିକାଶ ବେଉରା, ଜିଲା ସଂସ୍କୃତି ଅଧିକାରୀ ପ୍ରିୟମ୍ବଦା ବେହେରା, ରାଜ୍ୟ କଳା ସଂସ୍କୃତିସଂଘ ଉପସଭାପତି ଅବନୀ ମିଶ୍ର, ମିଳିତବଜାର ପୂଜା କମିଟିସଭାପତି ବିଶ୍ୱନାଥ ବେହେରା, ଟାଉନଥାନା ଅଧିକାରୀ ରାଜେନ୍ଦ୍ର ମହାପାତ୍ର, ପୌର ଯନ୍ତ୍ରୀ ରଶ୍ମିତା ମିଶ୍ର ପ୍ରମୁଖ ଯୋଗଦେଇ ଶୃଙ୍ଖଳିତ ରଥଯାତ୍ରା ଉପରେ ଆଲୋଚନା ହୋଇ ଥିଲା ।