ଗଁଦିଆ; ବହୁ ଉତ୍ସାହ ର ସହ ପାଳିତ ହେଲା ମହୁଲଖୋଳି ଦୋଳ ମେଲଣ !

ଢ଼େଙ୍କାନାଳ : ଗଁଦିଆ ବ୍ଲକ ମହୁଲଖୋଳି ଗ୍ରାମର ରାଧାକୃଷ୍ଣ ଠାକୁର ଙ୍କ ର ଦୋଳ ଯାତ୍ରା ଓ ମେଲଣ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି ।

ଏହି ଅବସରରେ ରାଧାକୃଷ୍ଣ ଠାକୁର ଗାଁ କୁ ଗାଁ ବୁଲି ଭୋଗ ଖାଇଥାନ୍ତି, ମହୁଲଖୋଳି ଗ୍ରାମର ଐତିହାସିକ ଦୋଳ ମେଳା ପବିତ୍ର ଫଗୁ ଦଶମୀ ଦିନ ଠାରୁ ଗ୍ରାମ ମନ୍ଦିରରୁ ରାଧାକୃଷ୍ଣଙ୍କ ପ୍ରତିମୂର୍ତ୍ତୀ ବାହାରି ଘରକୁ ଘର ବୁଲି ଭୋଗ ଖାଇବା ସହିତ ଗ୍ରାମ ମେଳନ ପଡିଆ ଠାରେ ମହା ମେଳନରେ ଏକତ୍ରିତ ହୋଇଛନ୍ତି ।

ତିନି ଦୋଳ ରେ ଦୋଳ ମହାମେଳଣ ଉତ୍ସବ ଅନୁଷ୍ଠିତ ହୋଇଛି। ଏହି ଐତିହାସିକ ଦୋଳ ମେଳା ୨୦୦୧ ମସିହାରୁ ଆରମ୍ଭ ହୋଇଥିବାବେଳେ ବର୍ଷ ବର୍ଷ ଧରି ଏଠାରେ ପାଳନ ହୋଇ ଆସୁଛି।ଐତିହାସିକ ଦୋଳ ମେଳା ପାଇଁ ସମଗ୍ର ଉପଖଣ୍ଡ ଏବେ ଉତ୍ସବମୁଖର ହୋଇ ଉଠିଛି। ମହୁଲଖୋଳି ଗ୍ରାମର ଗୋପାଳ ସମାଜ ନିଆରା ପରମ୍ପରା ଏବଂ ସଂସ୍କୃତିକୁ ବଞ୍ଚାଇବା ସହିତ ଭାଇ ଚାରାର ସମ୍ପର୍କକୁ ସୁଦୃଢ କରିବା ପାଇଁ ଏଇ ମହାନ ଗଣପର୍ଵରେ ସମସ୍ତେ ଏକାଠି ହୋଇ ଏହି ପର୍ବକୁ ପାଳନ କରିଥାନ୍ତି ।

ଏହି ପର୍ବରେ ବିଭିନ୍ନ ଗ୍ରାମରୁ ଦଶ ଗୋଟି ଲଉଡ଼ି ଦଳ ସହିତ ସକ୍ରୀତନ ମଣ୍ଡଳୀ ଯୋଗ ଦେଇଥିଲେ ଓ ଦୋଳ ଉତ୍ସବରେ ଗୋପାଳ ଯୁବକ ମାନେ ବାଡି ଧରି ସାମରିକ କଳା ପ୍ରଦର୍ଶନ କରିଥିଲେ ଓ ସକ୍ରୀତନରେ ଗ୍ରାମ ପ୍ରକମ୍ପିତ ହୋଇଉଠିଥିଲା l ଆଖ ପାଖ ଅଞ୍ଚଳରୁ ହଜାର ହଜାର ଭକ୍ତ ଆସି ଦୋଳ ମେଳଣ ଦେଖି ଉପଭୋଗ କରିଥାନ୍ତି। ଏବର୍ଷ ମହା ଆଡମ୍ବରରେ ସହିତ ଦୋଳଯାତ୍ରା ପାଳନ ହେଉଯାଇଛି ।

Leave A Reply

Your email address will not be published.

seventeen − sixteen =