ଭୁବନ;ଟ୍ରକ୍ ଧକ୍କାରେ ସାଇକେଲ ଆରୋହୀ ମୃତ୍ୟୁ

ଢେଙ୍କାନାଳ : ଭୁବନ ଥାନା ଅନ୍ତର୍ଗତ ଜାତୀୟ ୫୩ ନମ୍ବର ଜାତୀୟ ରାଜପଥ ଗଡନୃସିହପ୍ରସାଦ ଛକ ନିକଟରେ ମର୍ମଦୁନ୍ତ ସଡକ ଦୁର୍ଘଟଣା ରେ ସାଇକେଲ ଆରୋହୀ ମୃତ୍ୟୁ ହୋଇଛି I


ସୂଚନା ଅନୁଯାୟୀ ବାସୁଦେଇପୁର ଗ୍ରାମର ରମେଶ ଭୂୟାଁ (୬୨) ସେ ସକାଳୁ ତାଙ୍କ ଘରୁ ସାଇକେଲରେ ଦୋକାନକୁ ଆସୁଥିବା ସମୟରେ କାମାକ୍ଷାନଗର ପଟୁ ଭୁବନ କୁ ଅସୁଥିବା ଓଡି୩୫ବି୯୬୯୪ ଦଶଚକିଆ ଟ୍ରକ୍ ଦ୍ରୁତଗତିରେ ଆସୁଥିବା ସମୟରେ ରମେଶ ଙ୍କ ଉପରେ ମାଡିଯିବା ପରେ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା ।

ଏହି ଦୁର୍ଘଟଣାକୁ ନେଇ ଘଟଣାସ୍ଥଳରେ ଉତେଜନା ଦେଖାଦେଇଥିଲା । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ମାମାଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି I

Leave A Reply

Your email address will not be published.

one × 3 =