ଢେଙ୍କାନାଳ : ଢେଙ୍କାନାଳ ନିର୍ବାଚନ ମଣ୍ଡଳୀ ତରଫରୁ ଅଗ୍ନିପଥ ନିଯୁକ୍ତି ପ୍ରତିବାଦରେ ଜିଲ୍ଲା ସଭାପତି ସରୋଜ ପଟ୍ଟନାୟକଙ୍କ ନେତୃତ୍ୱରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଅଛି ।
ଏଥିରେ ଢେଙ୍କାନାଳ ନିର୍ବାଚନ ମଣ୍ଡଳୀରୁ ବହୁ ନେତୃତ୍ୱ ଓ କର୍ମୀ ଯୋଗଦେଇ କେନ୍ଦ୍ର ସରକାରଙ୍କ ଅଗ୍ନିପଥ ନିଯୁକ୍ତି ଯୋଜନାକୁ ବିରୋଧ କରି ବକ୍ତବ୍ୟମାନ ପ୍ରଦାନ କରିଥିଲେ । କେନ୍ଦ୍ର ସରକାର ଯୁବକମାନଙ୍କୁ ପ୍ରତାରଣା କରି ଏହି ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି । ଉକ୍ତ ଯୋଜନା ଅନୁସାରେ ଯୁବକମାନେ ସେନାବାହିନୀରେ ୪ବର୍ଷ ଚାକିରୀ କରି ପରବର୍ତ୍ତୀ ସମୟରେ ବେକାର ହୋଇ ଗୋତି ଶ୍ରମିକ ଭଳି କାର୍ଯ୍ୟକରିବାକୁ ବାଧ୍ୟ ହେବେ ।
ବର୍ତମାନ ସକାର ପୂର୍ବ ସୈନିକମାନଙ୍କୁ ଥଇଥାନ ନକରି ପାରିବା ସ୍ଥଳେ ଏହି ଅଗ୍ନିବୀରମାନଙ୍କୁ କିଭଳି ଥଇଥାନ କରିବେ ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପୂର୍ବ ସୈନିକମାନଙ୍କୁ ଦେଇଥିବା ପ୍ରତିଶୃତି \”ୱାନ୍ ର୍ୟାଙ୍କ୍ ୱାନ୍ ପେନ୍ସନ୍\’ ପୁରଣ ନକରିପାରି ବର୍ତମାନ କିଭଳି ମିଥ୍ୟା ପ୍ରତିଶୃତି ଦେଇ ଯୁବସମାଜକୁ ବିଭ୍ରାନ୍ତ କରୁଛନ୍ତି ଓ ବିପଥଗାମୀ କରିବାକୁ ଚେଷ୍ଟା କରୁଛନ୍ତି । ତେଣୁ ସରକାର ଯଦି ଏହି ଯୋଜନାକୁ ପ୍ରତ୍ୟାହାର ନକରନ୍ତି ତେବେ ଆଗାମୀ ଦିନର ଆନ୍ଦୋଳନ ତୀବ୍ରତର କରିବା ପାଇଁ ମତପ୍ରକାଶ ପାଇଥିଲା ।
ଏହି ସଭାରେ ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ, ପୂର୍ବତନ ଜିଲ୍ଲା କଂଗ୍ରେସ୍ ସଭାପତି ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ଜିଲ୍ଲା କଂଗ୍ରେସ ମୁଖପାତ୍ର ପ୍ରେମ୍ ଶଙ୍କର ମିଶ୍ର, ଏଆଇସିସି ସଦସ୍ୟା ଶୁଭାସିନୀ ମହାକୁଡ, ବରିଷ୍ଠ ନେତା ସୁନିଲ୍ ଦାସ, ଡମ୍ବରୁଧର ସେଠୀ, ନିର୍ମଳ ମିଶ୍ର, ଜିତୁ ସାହୁ, ମହିଳା ସଭାନେତ୍ରୀ ସ୍ମିତାରାଣୀ ସାମଲ, ଟାଉନ୍ କଂଗ୍ରେସ୍ ସଭାପତି ହାଇଦର ମହମ୍ମଦ, ଶିଳ୍ପିଶ୍ରୀ ହରିଚନ୍ଦନ, ମହମ୍ମଦ ସମିର୍, ପ୍ରିୟବ୍ରତ ସାସ୍ମଲ୍, ସୌମ୍ୟଜିତ୍ ମଲ୍ଲିକ, କାଳିଆ ଦାସଙ୍କ ସମେତ ବହୁ କର୍ମକର୍ତା ଉପସ୍ଥିତ ଥିଲେ । ସର୍ବଶେଷରେ ଛାତ୍ର କଂଗ୍ରେସ୍ ସଭାପତି ଶୁଭମ୍ ଦାଶ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।