ଗାନ୍ଧୀ ଅଧ୍ୟୟନ କେନ୍ଦ୍ରର କାର୍ଯ୍ୟକର୍ତ୍ତା ବୈଠକରେ ଯୁବନେତୃତ୍ୱ ପାଇଁ ୩ଦିନିଆ କର୍ମଶାଳା ନିଷ୍ପତି !

ଢେଙ୍କାନାଳ : ଗାନ୍ଧୀ ଅଧ୍ୟୟନ ଏବଂ ସମାଜ ସେବା ପ୍ରତିଷ୍ଠାନ କନ୍ଦ୍ରରେ ଅନୁଷ୍ଠାନର କର୍ମକର୍ତ୍ତାମାନଙ୍କ ଏକ ବୈଠକ ହୋଇଯାଇଅଛି ।

ଉକ୍ତ ବୈଠକରେ ସର୍ବ ପ୍ରଥମେ ପ୍ରତିଷ୍ଠାନର ସଭାପତି ଡ. ଭବାନୀ ଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଦିବଙ୍ଗତ ଗାନ୍ଧୀବାଦି ବିଚାରକୁ ଜୀବନର ବ୍ରତ ହିସାବରେ ପାଳନ କରିଥିବା ନାରାୟଣ ଦାସ ମହୋଦୟଙ୍କ ତିରୋଧାନ ଚଳିତ ମାସ ୨୦ ତାରିଖରେ ହୋଇଥିବାରୁ ତାଙ୍କର ଆତ୍ମାର ସଦ୍‌ଗତି ନିମନ୍ତେ ପ୍ରାର୍ଥନା କରାଯାଇଥିଲା ।

ଏହାପରେ ପ୍ରତିଷ୍ଠାନର କାର୍ଯ୍ୟକାରୀ ସଭାପତି ଏବଂ ସଂପାଦକ ନାରାୟଣ ଦାସଙ୍କ ଗାନ୍ଧୀ ଅଧ୍ୟୟନ କେନ୍ଦ୍ର ଢେଙ୍କାନାଳ ପାଇଁ ଥିବା ଅନେକ କାର୍ଯ୍ୟକ୍ରମକୁ ବିଗତ ଦିନରେ ସୁଚାରୁ ରୂପେ ପଥପ୍ରଦର୍ଶନ କରିପାରିଥିଲେ ବୋଲି କହିଥିଲେ । ତା\’ପରେ ଅନୁଷ୍ଠାନର ସହସଂପାଦକ ଶିଶିର ଶତପଥୀ କିପରି ଭାବରେ ଆଗାମୀ ଦିନରେ ଯୁବ ନେତୃତ୍ୱ ଗଢିବା ପାଇଁ କାର୍ଯ୍ୟ କ୍ରମର ପ୍ରସ୍ତୁତି କରିଥିଲେ, ସେ ବିଷୟରେ ଉପସ୍ଥାପନ କରିଥିଲେ ।

କର୍ମକର୍ତ୍ତାମାନଙ୍କ ଉପସ୍ଥିତିରେ ଆଗାମୀ ଜୁଲାଇ ମାସ ତା୧୮.୦୭.୨୦୨୨ ରିଖ ଠାରୁ ତା୨୦.୦୭.୨୦୨୨ରିଖ ପର୍ଯ୍ୟନ୍ତ ଯୁବ ନେତୃତ୍ୱ ଶିବିରର କାର୍ଯ୍ୟପନ୍ଥା ବିଷୟରେ ନିର୍ଦ୍ଧାରଣ କରାଯାଇଥିଲା । ସର୍ବଶେଷରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୮୮ତମ ଶ୍ରାଦ୍ଧ ବାର୍ଷିକରେ ଆସନ୍ତା ତା୦୭.୦୭.୨୦୨୨ରିଖ ସକାଳ ୮ଟା ସମୟରେ ଗୋପବନ୍ଧୁ ସେବା ସପ୍ତାହ ନିଷ୍ପତି ନିଆଯାଇଥିଲା ।

ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସଫେଇ ଓ ଚାରାରୋପଣ କାର୍ଯ୍ୟକ୍ରମର ନିର୍ଦ୍ଧାରଣ କରାଗଲା ଏବଂ ଶେଷରେ ସଂପାଦକ ଅରବିନ୍ଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

1 × two =