ସାହିତ୍ୟ ପତ୍ରିକା ‘ବିଭାବନା’ର ୩୫ତମ ପୂର୍ତ୍ତି ଅବସରରେ ‘କବିତା କର୍ମଶାଳା’ ଅନୁଷ୍ଠିତ !

ଢେଙ୍କାନାଳ : ସାହିତ୍ୟ ପତ୍ରିକା ‘ବିଭାବନା’ର ୩୫ତମ ପୂର୍ତ୍ତି ଅବସରରେ ‘କବିତା କର୍ମଶାଳା’ ସଂଧ୍ୟାରେ ଶାନ୍ତି ନିବାସ ଗାୟତ୍ରୀ ନଗରଠାରେ ଅନୁଷ୍ଠିତ ହୋଇଯାଇଛି ।

‘ବିଭାବନା’ର ସଂଯୋଜିକା ସଂଯୁକ୍ତା ମିଶ୍ର ଅଧ୍ୟକ୍ଷତା କରିଥିଲେ । ସଙ୍ଗୀତ ଗୁରୁ ବନମାଳୀ ମଲିକ ଅତିଥି ଭାବେ ଯୋଗଦେଇଥିବା ବେଳେ ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକ ପଠିତ ୪୦ଟି କବିତାର ସମୀକ୍ଷା କହିଥିଲେ । ‘ବିଭାବନା’ର ସମ୍ପାଦକ କବି ମନୋରଞ୍ଜନ ନନ୍ଦ ଯୋଗଦେଇ କହିଲେ ଯେ, ଅନୁଭବର କବିତା ହିଁ ବାସ୍ତବ କବିତା । ସେ କହିଲେ କବିତା ହୃଦୟସ୍ପର୍ଶୀ ହେଲେ କାଳଜୟୀ ହୋଇଥାଏ ।

ଅଞ୍ଜୁ ଅସ୍ମିନ୍ ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ ସ୍ମିତାରାଣୀ ସାମଲ ଧନ୍ୟବାଦ ଦେଇଥିଲେ । କବି ମନୋଜା ମଞ୍ଜରୀ ଦାସଙ୍କୁ ମାନପତ୍ର ଓ ପଦକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ମମତା ମିଶ୍ର ସ୍ୱାଗତ ସଙ୍ଗୀତ ଗାନ କରିଥିଲେ ।
ସସ୍ମିତା ଦାଶ(କ)ଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା କର୍ମଶାଳାରେ ରବୀନ୍ଦ୍ର ନାଥ ସାହୁ, କ୍ଷିରୋଦ ଚନ୍ଦ୍ର ନାୟକ, ସସ୍ମିତା ଦାସ (ଖ), ମାକ୍ଷିତ୍ ମାମି ମହାପାତ୍ର, ରୋମେନା ବେଗମ୍‌, ବିଷ୍ଣୁପ୍ରିୟା ମହାପାତ୍ର ପ୍ରମୁଖ ବହୁ କବି କବିତା ପାଠ କରିଥିଲେ ।

ପ୍ରକାଶ ଥାଉକି, ‘ବିଭାବନା’ର ୩୫ ତମ ପୂର୍ତ୍ତି ଅବସରରେ ୨୦୨୨ ଓ ୨୩ ମଧ୍ୟରେ ସାହିତ୍ୟର ବିଭିନ୍ନ ବିଭାଗକୁ ନେଇ ୧୨ଟି ସାରସ୍ୱତ ସମାରୋହ କରାଯିବ ।

Leave A Reply

Your email address will not be published.

3 + eight =