ଦୁଇ ଅନାଥ ଶିଶୁଙ୍କ ଲାଳନପାଳନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସହାୟତା ପ୍ରଦାନ !

ଢେଙ୍କାନାଳ : ଭାପୁର ସ୍ଥିତ ସବର ସାହିର ଜଣେ ମାନସିକ ଭାବେ ଦୁର୍ବଳ ବ୍ୟକ୍ତି ଅଜୁ ନାୟକଙ୍କ ପତ୍ନୀ କଟକ ସ୍ଥିତ ମେଡିକାଲରେ ୨ ଗୋଟି ଶିଶୁଙ୍କୁ ଜନ୍ମ ଦେଇ ଅସୁସ୍ଥତା ଯୋଗୁ ମୃତ୍ୟୁ ବରଣ କରିଛନ୍ତି ।

ଅଜୁଙ୍କ ୨ ଜଣ ଖୁଡୀ ଝରଣା ନାୟକ ଏବଂ କୁନି ନାୟକ ସେହି ଦୁଇ ଅନାଥ ଶିଶୁଙ୍କ ଲାଳନପାଳନ ନିମନ୍ତେ ସହାୟତା ପାଇଁ ପୂର୍ବାହ୍ନରେ ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କୁ ସାକ୍ଷାତ କରିଥିଲେ । ସେହି ଦୁଇ ଅନାଥ ପିଲାଙ୍କ ଲାଳନପାଳନ ପାଇଁ ପ୍ରତିମାସରେ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ୨ (ଦୁଇ) ହଜାର ଟଙ୍କା ଲେଖାଏଁ (ସମୁଦାୟ ୪ ହଜାର) ଟଙ୍କା ପ୍ରଦାନ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ଦୁଇଜଣ ପିଲାଙ୍କ ଲାଳନପାଳନ ନିମନ୍ତେ ନିୟମିତ ଏହି ସହାୟତା ପ୍ରଦାନ କରାଯିବା ସହିତ ସରକାରଙ୍କ ଆଶୀର୍ବାଦ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ସମସ୍ତ ପ୍ରକାର ସରକାରୀ ସୁବିଧା ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ସୂଚନା ଥାଉକି ଉକ୍ତ ପରିବାର ଙ୍କୁ ସମସ୍ତ ସହଯୋଗ କରିଥିଲେ ଭାପୁର ସମାଜସେବୀ ଇଂ.ଶୁଭପ୍ରସାଦ ପଣ୍ଡା ।

Leave A Reply

Your email address will not be published.

1 × 3 =