ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ଗ୍ରାମୀଣ ଯୁବବର୍ଗଙ୍କ ପାଇଁ ‘ବାହ୍ୟ ନେତୃତ୍ୱ ଶିବିର’ ଆୟୋଜିତ !

ଢେଙ୍କାନାଳ :ସ୍ଥାନୀୟ ଯୁବବର୍ଗଙ୍କ ମଧ୍ୟରେ ନେତୃତ୍ୱ ଓ ପାରସ୍ପରିକ ଦକ୍ଷତାର ବିକାଶ ଲକ୍ଷ୍ୟରେ ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ଏହାର ଏକ ପ୍ରମୁଖ ପଦକ୍ଷେପ ‘ବାହ୍ୟ ନେତୃତ୍ୱ ଶିବିର’ କାର୍ଯ୍ୟକ୍ରମର ଅୟାରମ୍ଭ ହୋଇଯାଇଛି ।

ଜୁନ୍ ୨୩ ତାରିଖରେ ଢେଙ୍କାନାଳର ନରେନ୍ଦ୍ରପୁରଠାରେ ଅବସ୍ଥିତ ଏହାର କାରଖାନା ପାଶ୍ୱର୍ବର୍ତୀ ଗ୍ରାମର ୨୫ଜଣ ଯୁବବର୍ଗଙ୍କୁ ଏଥି ନିମନ୍ତେ ଯାଜପୁରର ରେମାଳକୁ ପଠାଯାଇଛି । ଏହି ଦୁଇ ଦିନିଆ ଶିବିରରେ ସେମାନଙ୍କୁ ଦୁଃସାହସ ସହିତ ନେତୃତ୍ୱ ଏବଂ ପାରସ୍ପାରିକ ଦକ୍ଷତା ବିକାଶ ଉପରେ ପ୍ରଶିକ୍ଷଣ ଓ ବ୍ୟବହାରିକ ଅଭିଜ୍ଞତା ପ୍ରଦାନ କରାଯିବ । ପ୍ରଥମ ଥର ପାଇଁ ଟାଟା ଷ୍ଟିଲର ସିଏସ୍‌ଆର ସଂସ୍ଥା ଟାଟା ଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ଏହି ପଦକ୍ଷେପକୁ ମେରାମଣ୍ଡଳୀ କାରଖାନାକୁ ସଂପ୍ରସାରିତ କରାଯାଇଛି ।

ଏହି ପଦକ୍ଷେପ ମାଧ୍ୟମରେ ଯୁବବର୍ଗମାନେ ପର୍ବତାରୋହଣ, ଜମର କ୍ଲାଇବିଙ୍ଗ୍‌, ରାପଲିଂ, ଫ୍ଲାଇଙ୍ଗ୍ ଫକ୍ସ, ଦଳଗତ କ୍ରୀଡ଼ା, ଦୁଃସାହସିକ କାର୍ଯ୍ୟକଳାପ, ମୌଳିକ ନିରାପତା, ଯୋଗ, ଦଳଗତ ଆଲୋଚନା ଭଳି ବିଭିନ୍ନ ପ୍ରକାର ଆଉଟ୍‌ଡୋର ଓ ଇନ୍‌ଡୋର କାର୍ଯ୍ୟକଳାପରେ ଅଂଶଗ୍ରହଣ କରିବେ । ଟାଟା ଷ୍ଟିଲ ମେରାମଣ୍ଡଳୀ ସିଏସ୍‌ଆର ବିଭାଗ ମୁଖ୍ୟ ଦିବ୍ୟାହାସ ରାୟ ପତାକା ଦେଖାଇ ଏହି ଯାତ୍ରାର ଶୁଭାର ମ୍ଭ କରିଥିଲେ । ଏହି ଅବସରରେ ଖୁସି ପ୍ରକାଶ କରି ସେ କହିଥିଲେ ଯେ, ଏହା ନି୧/୨ିତ ଭାବେ ଏହି ସମସ୍ତ ସ୍ଥାନୀୟ ଯୁବବର୍ଗଙ୍କ ନିମନ୍ତେ ରୋମାଂଚକ ଓ ଉଲ୍ଲେଖନୀୟ ଅଭିଜ୍ଞତା ହେବ ।

ଏହାସହିତ ସେ ସମସ୍ତଙ୍କୁ ଏହି ଦୁଇ ଦିନିଆ କାର୍ଯ୍ୟକ୍ରମର ପ୍ରତ୍ୟେକ ମୂହୁର୍ତକୁ ଉପଭୋଗ ଓ ଜ୍ଞାନ ଆହରଣ କରିବାକୁ ଆହ୍ୱାନ କରିଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ପାଶ୍ୱର୍ବର୍ତୀ ଗ୍ରାମର ୭ଟି ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏବଂ ସିଏସ୍‌ଆର ଓ ଟାଟା ଷ୍ଟିଲ କର୍ପୋରେଟ୍ କମ୍ୟୁନିକେସନ୍ସ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ଯୁବବର୍ଗମାନେ ସରପା ରଘୁନାଥପୁର, ଖଲିବେରଣା, ପାଇକ ପୁରୁଣାକୋଟ, ମଙ୍ଗଳପୁର, ତାଳବାହାଳ, ନୂଆଗାଁ, ଶିବପୁର, କୋଚିଲାମାଡ଼, ଚନ୍ଦ୍ରଶେଖରପୁର, ବାଦିବାହାଲ ଏବଂ ଗଣ୍ଠିଗାଡ଼ିଆ ଗ୍ରାମରୁ ଆସିଛନ୍ତି ।

ଆଶୁତୋଷ ପାତ୍ର ସଂଯୋଜକ ଭାବେ ଏହି ଟିମ୍ ସହିତ ଯାତ୍ରା କରୁଛନ୍ତି । ଏହି ଦୁଇଦିନିଆ ଶିବିର ସମା ପ୍ତ ହେବା ପରେ ଯୁବବର୍ଗମାନଙ୍କ ପ୍ରଦର୍ଶନର ଆକଳନ ଆଧାରରେ ସେମାନଙ୍କୁ ନିଜର ନେତୃତ୍ୱ ଓପାରସ୍ପାରିକ ଦକ୍ଷତାରେ ଆହୁରି ଉନ୍ନତି ଆଣିବା ପାଇଁ ପରବର୍ତୀ ସମୟରେ ବିକାଶମୂଳକ ତାଲିମ ପ୍ରଦାନ କରାଯିବ । ଏହି ପଦକ୍ଷେପ ଅନ୍ତର୍ଗତ ଚଳିତ ବର୍ଷ ଆହୁରି ୨ଟି ଦଳକୁ ବାହ୍ୟ ନେତୃତ୍ୱ ଶିବିରରେ ପଠାଯିବାର ଯୋଜନା ରହିଛି ବୋଲି କମ୍ପାନୀ କର୍ତୃପକ୍ଷ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

nineteen − five =