ସୌନ୍ଦର୍ଯ୍ୟକରଣ ନେଇ ଉଠାଦୋକାନୀଙ୍କୁ ଉଠିଯିବା ପାଇଁ କର୍ତ୍ତୃପକ୍ଷ ନିର୍ଦ୍ଦେଶ : ଥଇଥାନ କରିବାକୁ ଜିଲ୍ଲାପାଳଙ୍କୁ ଲିଖିତ ଦାବପତ୍ରି ପ୍ରଦାନ !
ଢ଼େଙ୍କାନାଳ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ଚଲା ପଥ ସୌନ୍ଦର୍ଯ୍ୟ କରଣ ଅଟକି ରହିଚି। ଉକ୍ତ ସ୍ଥାନରେ ଷ୍ଟିଲ୍ ରେଲିଂ ସମ୍ପୂର୍ଣ୍ଣ ହୋଇ ପାରିନାହିଁ ଫଳରେ ଦୀର୍ଘଦିନରୁ ସେହି ଜାଗାରେ ବସି ବ୍ୟବସାୟ କରୁଥିବା ଉଠାଦୋକାନୀଙ୍କୁ ଉଠିଯିବା ପାଇଁ ପୌରସଂସ୍ଥା କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି।
ଏହାକୁ ନେଇ ବ୍ୟବସାୟୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଉଚ୍ଛେଦ ପୂର୍ବରୁ ଥଇଥାନ କରିବାକୁହେବ ସେମାନେ ଦାବିକରିଛନ୍ତି। ଏ ନେଇ ଜିଲ୍ଲାପାଳଙ୍କୁ ଲିଖିତ ଦାବପତ୍ରି ପ୍ରଦାନ କରିଛନ୍ତି।
ଉଠା ଦୋକାନୀ ବସୁଥିବା ସ୍ଥାନରେ ରେଲିଂ ଲଗାଯିବ ନାହିଁ ବୋଲି ପ୍ରଥମେ ପ୍ରଶାସନ ପ୍ରତିଶ୍ରୁତି ଦେଇଥଲା। ଏହା ସତ୍ତ୍ୱେ ପୌରସଂସ୍ଥା ସେମାନଙ୍କୁ ଉଠାଇ ରେଲିଂ ଲଗାଯିବ ବୋଲି କହୁଛି, ଯାହା ସେମାନଙ୍କ ପାଇଁ ବଡ଼ ସମସ୍ୟା ହୋଇଛି।
ଏହାର ସମାଧାନ କରିବା ଲାଗି ମାଳବିକା ବେହେରା, ଦେବ କୁମାର ମିଶ୍ର, ସୁଶାନ୍ତ କୁମାର, ଚନ୍ଦ୍ରକାନ୍ତ ସାହୁ, ଶ୍ରୀନିବାସ ସାହୁ , ସୁବାସ ଗୁରୁ ପ୍ରମୁଖ ଜିଲ୍ଲାପାଳଙ୍କୁ ଲିଖତ ଭାବେ ଜଣାଇଛନ୍ତି।