ଢ଼େଙ୍କାନାଳ : ଆଉ କିଛିଦିନ ପରେ ଜଗତରନାଥ ପ୍ରଭୁ ଜଗନ୍ନାଥଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ବା ରଥଯାତ୍ରା । କାହିଁ କେଉଁ ଅନାଦି କାଳରୁ ଚାଲିଆସିଥିବା ଏହି ଯାତ୍ରାରେ ଦେଶବିଦେଶ ପୂରପଲ୍ଲୀରୁ ସାମିଲ ହୋଇଥାନ୍ତି ଲକ୍ଷ ଲକ୍ଷ ଭକ୍ତ । କେବଳ ଚତୁର୍ଦ୍ଧା ମୂର୍ତ୍ତିଙ୍କ ରଥ କୁ, ରଥର ଦଉଡି କୁ ଟିକେ ଛୁଇଁ କୋଟି ପୁଣ୍ୟ ଅର୍ଜନ କରିବାକୁ ।
ତେବେ ଗତ ଦୁଇ ବର୍ଷ ହେବ କରୋନା ମହାମାରୀ କାରଣରୁ ଶ୍ରୀକ୍ଷେତ୍ର ଧାମରେ ସର୍ବସାଧାରଣ ଭକ୍ତମାନଙ୍କ ସମାଗମ ତଥା ଦର୍ଶନ ଉପରେ ରୋକ ଲାଗିଥିବାରୁ ଅନେକ ଭକ୍ତ ଇଛୁକ ଥାଇ ମଧ୍ଯ ଯାଇ ପ୍ରଭୁଙ୍କ ଦର୍ଶନ କରିପାରିନଥିଲେ । ତେବେ ଚଳିତ ବର୍ଷ ରଥଯାତ୍ରା ସର୍ବସାଧାରଣ ଦର୍ଶନ ନିମନ୍ତେ ଉନ୍ମୁକ୍ତ ରହିବ ।
୧୯୮୫ ମସିହାରୁ ଭୁବନ ର ଶ୍ରୀଜଗନ୍ନାଥ ଭକ୍ତଜନ ମଣ୍ଡଳୀ ପୁରୀ ଶ୍ରୀକ୍ଷେତ୍ର ଅଭିମୁଖେ ରଥଯାତ୍ରା ସମୟରେ ପଦଯାତ୍ରାରେ ଯାଇ ସାମିଲ ହୋଇ ଆସୁଛନ୍ତି । ଏହି ପଦଯାତ୍ରାରେ ଚଳିତ ବର୍ଷ ମଧ୍ଯ ଏକଶହରୁ ଉର୍ଦ୍ଧ ଯୁବ ଓ ବୃଦ୍ଧ ଭକ୍ତ ସାମିଲ ହୋଇଛନ୍ତି । ଭଜନକୀର୍ତ୍ତନ ତାଳେତାଳେ ଦିର୍ଘ ଛ’ ଦିନର ଯାତ୍ରା ସମୟରେ ଏକଶହ ଅଶି କିଲୋମିଟର ରୁ ଉର୍ଦ୍ଧ୍ବ ପଥ ଅତିକ୍ରମ କରି ଶ୍ରୀକ୍ଷେତ୍ର ରେ ପହଞ୍ଚିବାକୁ ସ୍ଥିର ହୋଇଥିବା ନେଇ ଯଣାଇଛନ୍ତି ଏହି ଯାତ୍ରାର ବରିଷ୍ଠ ସଦସ୍ଯ ଧରଣୀଧର ସାହୁ ।